ବିଗିଡ଼ିଲାଣି କରୋନା ସ୍ଥିତି

ନୂଆଦିଲ୍ଲୀ, ୧୪ା୬: ଭାରତରେ ମହାମାରୀ କରୋନାର ଭୟଙ୍କର ସ୍ଥିତି ଏବେ ଦେଖିବାକୁ ମିଳିଛି। ବିଶେଷ କରି ଲକ୍‌ଡାଉନ୍‌ ଉଠିବା ଓ ପ୍ରବାସୀଙ୍କ ଆଗମନ ପରେ ସ୍ଥିତି ଅସମ୍ଭାଳ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କରୋନା ସ୍ଥିତିର ସମୀକ୍ଷା ଲାଗି ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଶନିବାର ଆଲୋଚନା କରିଛନ୍ତି। ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କ’ଣ ସ୍ଥିତି ରହିଛି, ସେନେଇ ସମୀକ୍ଷା କରାଯାଇଥିଲା। ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ସାମ୍ନାକୁ ଆସିବା , ୧୦ ଦିନରେ ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେବା, ମୃତ୍ୟୁସଂଖ୍ୟା ୮,୮୯୫କୁ ବୃଦ୍ଧି ପାଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ। ପରିସ୍ଥିତିକୁ କିପରି କାବୁ କରାଯିବ ଓ ରାଜ୍ୟଗୁଡ଼ିକ ଉଚିତ ପଦକ୍ଷେପ ନେବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।
ଦେଶରେ ଏବେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩ ଲକ୍ଷ ୧୦ ହଜାର ପାର୍‌ କରିଛି। ମହାରାଷ୍ଟ୍ରରେ କେବଳ ୧ ଲକ୍ଷ ୪ ହଜାରରୁ ଅଧିକ ସଂକ୍ରମିତ ଥିବାବେଳେ ତାମିଲନାଡ଼ୁରେ ୪୨ ହଜାରରୁ ଊର୍ଦ୍ଧ୍ୱ, ରାଜଧାନୀ ଦିଲ୍ଲୀରେ ୩୬ ହଜାରରୁ ଊର୍ଦ୍ଧ୍ୱ, ଗୁଜରାଟରେ ୨୩ ହଜାରରୁ ଊର୍ଦ୍ଧ୍ୱ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ପ୍ରତ୍ୟେକ ରାଜ୍ୟରେ ୧୨ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୧୦ ହଜାର ଲେଖାଏ ଆକ୍ରାନ୍ତ ଅଛନ୍ତି। ସବୁଠାରୁ ବଡ଼କଥା ହେଲା ଶନିବାର ପାଖାପାଖି ୮ ହଜାର ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୧୯ ଜଣ ପ୍ରାଣ ହରାଇଛନ୍ତି। ବିଗତ କିଛିଦିନ ହେବ ଏହି ଟ୍ରେଣ୍ଡ ଜାରି ରହିଛି। ଫଳରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। କରୋନାର କୌଣସି ସଫଳ ଔଷଧ ବାହାରି ନ ଥିବାବେଳେ ଏଭଳି ଉଗ୍ର ସଂକ୍ରମଣ ସ୍ଥିତି ଲୋକଙ୍କୁ ଆତଙ୍କିତ କରିପକାଇଛି। କେବଳ ସଚେତନତା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁର ଭୂସ୍ଖଳନ: ୪୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଇମ୍ଫାଲ୍‌,୪।୭: ମଣିପୁର ନୋନି ଜିଲାରେ ଭୂସ୍ଖଳନ ଘଟଣାକୁ ୬ ଦିନ ବିତିଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୋମବାର ଦୁର୍ଘଟଣାରେ ମୃତକଙ୍କ...

ବିଶ୍ରାରେ ପୁଣି ୪୮ ଘଣ୍ଟା ପାଇଁ ବଢ଼ିଲା କଣ୍ଟେନ୍‌ମେଣ୍ଟ ଅବଧି

ସୁନ୍ଦରଗଡ଼,୧୬।୪(ଡିଏନଏ): ସୁନ୍ଦରଗଡ଼ ଜିଲା ବିଶ୍ରାରେ କଣ୍ଟେନମେଣ୍ଟ ଅବଧିକୁ ପୁଣି ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି। ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ...

‘ଲକ୍‌ଡାଉନ ଯଥେଷ୍ଟ ନୁହେଁ’

ନୂଆଦିଲ୍ଲୀ/ଲଣ୍ଡନ,୨୩ା୩: କରୋନା ମୁକାବିଲା ଲାଗି ଲକ୍‌ଡାଉନକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବିରୋଧ କରିଛି। ଏକସଙ୍ଗେ ଯଥେଷ୍ଟ ଜନସ୍ବାସ୍ଥ୍ୟଜନିତ ପଦକ୍ଷେପ ନିଆ ନ ଗଲେ ଏହି...

ଜରିମାନା ଦେଲେ ପ୍ରଧାନମନ୍ତ୍ରୀ

କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ଅପରିହାର୍ଯ୍ୟ ହୋଇଥିବାବେଳେ ଏହି ନିୟମ ଉଲ୍ଲଂଘନ କରିଛନ୍ତି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ୍‌ ଚାନ୍‌-ଓ-ଚା। ଏଥିପାଇଁ ଦଣ୍ଡ ସ୍ବରୂପ ତାଙ୍କୁ...

କଡ଼ା କଟକଣା, ମାସ୍କ୍‌ ନ ଥିଲେ ପ୍ରବେଶ ନିଷେଧ…

ନୂଆଦିଲ୍ଲୀ,୫।୧୨: ଦିଲ୍ଲୀର ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାପରେ ଦିଲ୍ଲୀ ସରକାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କେନ୍ଦ୍ର...

ରାଜସ୍ଥାନ ଅନ୍ନଦାତା ଦିଲ୍ଲୀ ମୁହାଁ: ମୁକାବିଲା ପାଇଁ ହରିୟାଣା ସୀମାରେ ବଜ୍ର ବାହନ-୩ କମ୍ପାନୀ ଫୋର୍ସ

ନୂଆଦିଲ୍ଲୀ,୧୩।୧୨: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି। ଇତିମଧ୍ୟରେ ରାଜସ୍ଥାନର ଚାଷୀ ସଂଗଠନ ଜୟପୁରରୁ ଦିଲ୍ଲୀ ହୋଇଛନ୍ତି। ସେମାନଙ୍କୁ ଅଟକାଇବା ପାଇଁ...

‘ମାଇଁ ଲର୍ଡ’ ନୁହେଁ, ‘ସାର୍‌’ ସମ୍ବୋଧନ କର

କୋଲକାତା,୧୭ା୭(ପି.ଟି.):କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତି ଟିବିଏନ୍‌ ରାଧାକ୍ରିଷ୍ଣନ୍‌ ବିଚାର ବିଭାଗୀୟ ବ୍ୟବସ୍ଥାରେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି। ତାଙ୍କୁ ‘ମାଇଁ ଲର୍ଡ’ କିମ୍ବା ‘ଲର୍ଡଶିପ୍‌’...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କଲା

ନୂଆଦିଲ୍ଲୀ,୧୯।୫: ଗୋଟିଏ ପଟେ କରୋନା ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ ଏହା ଏବେ ୫୬ ଦିନ ପୂରଣ କରିଛି। ହେଲେ ଏବେବି...

Advertisement
Archives

Model This Week