ବିକ୍ରି ହେଉଛି ଏକ୍ସପାଏରି ଖାଦ୍ୟ ପ୍ୟାକେଟ୍‌

କଟକ ଅଫିସ,୫ା୬: ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏଥିରେ ବ୍ୟବସାୟ କ୍ଷେତ୍ର ଭୀଷଣ କ୍ଷତି ସହୁଛି। ଛୋଟ ବଡ଼ ଦୋକାନରେ ସାମଗ୍ରୀ ଷ୍ଟକ୍‌ ବଢ଼ିଯାଇଛି। କ୍ଷତିରୁ ବର୍ତ୍ତିବା ପାଇଁ ଏବେ ବ୍ୟବସାୟୀମାନେ ପୁରୁଣା ଷ୍ଟକ୍‌କୁ ଖାଲି କରିବାରେ ଲାଗିଛନ୍ତି। ଏହି କାରଣରୁ ଏକ୍ସପାଏରୀ ଯାଇଥିବା ଖାଦ୍ୟ ପ୍ୟାକେଟ୍‌ ବଜାରରେ ବିପୁଳ ପରିମାଣରେ ବିକ୍ରି ହେଉଛି। କଟକ ମହାନଗର ନିଗମ (ସିଏମ୍‌ସି) ଏହାକୁ ଯାଞ୍ଚ କରିବା ବଦଳରେ ନିରବ ରହି ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳୁଥିବା ଅଭିଯୋଗ ହୋଇଛି।
ଥରେ ଏକ୍ସପାଇରୀ ଡେଟ୍‌ ସରିଗଲେ ଖାଦ୍ୟ ସାମଗ୍ରୀ ଆଉ ବିକିହେବ ନାହିଁ। ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ-୨୦୦୬ରେ ଏନେଇ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଦୁଇ ମାସର ଲକ୍‌ଡାଉନ୍‌ ପରେ କଟକଣା ସାମାନ୍ୟ କୋହଳ ହେବା ଯୋଗୁ ଦୋକାନ ଯେତେବେଳେ ଖୋଲିଲା, ସମସ୍ତଙ୍କ ପାଖରେ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ଗଚ୍ଛିତ ରହିଥିଲା। ଲକ୍‌ଡାଉନ୍‌ ଅବଧି ଭିତରେ ଖାଦ୍ୟ ସାମଗ୍ରୀର ବୈଧ ତାରିଖ ମଧ୍ୟ ଶେଷ ହୋଇସାରିଥିଲା। ଏବେ ସମସ୍ୟା ହେଲା, ଅନେକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ଏକ୍ସପାଇରୀ ହୋଇଥିବା ଏହି ଖାଦ୍ୟ ସାମଗ୍ରୀଗୁଡ଼ିକୁ ଫେରାଇ ନେବାକୁ ରାଜି ନୁହନ୍ତି। ସେମାନଙ୍କୁ ମଧ୍ୟ କ୍ଷତି ଚିନ୍ତା ଘାରିଛି। ଅପରପକ୍ଷେ ଲକ୍‌ଡାଉନ୍‌ ଯୋଗୁ ଫ୍ୟାକ୍ଟି ବନ୍ଦ ଥିବା ଯୋଗୁ ନୂତନ ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହୋଇପାରୁ ନାହିଁ। ପ୍ରସ୍ତୁତକାରୀ ଓ ଡିଷ୍ଟ୍ରିବ୍ୟୁଟର ମନା କରିଦେବା ପରେ ଏବେ କେତେକ ଅସାଧୁ ବ୍ୟବସାୟୀ ପୁରୁଣା ଓ ଏକ୍ସପାଇରୀ ସରିଥିବା ସାମଗ୍ରୀ ବିକିବାରେ ଲାଗିଛନ୍ତି। ଏଥିରେ ବିସ୍କୁଟ୍‌, କେକ୍‌, ମୃଦୁପାନୀୟ, ଜୁସ୍‌ ପ୍ୟାକେଟ୍‌, ନୁଡଲ୍ସ, ସ୍ନାକ୍ସ ଭଳି ଖାଦ୍ୟ ସାମଗ୍ରୀ ରହିଛି। ଏ ନେଇ ସିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର କହିଛନ୍ତି, ସିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆଗାମୀ ଦିନରେ ଏକ୍ସପାଏରୀ ଫୁଡ୍‌ ପ୍ୟାକେଟ ଧରିବା ପାଇଁ ମଧ୍ୟ ଚଢ଼ାଉ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁର ବିକାଶରେ ହିଁ ଦେଶର ବିକାଶ ସମ୍ଭବ

ଫୁଲବାଣୀ ଅଫିସ, ୧୩ା୫-କନ୍ଧମାଳ ଜିଲା ବନ୍ଧଗଡଠାରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର...

ପୋତାଗଡ଼ରେ ୭୭ତମ ସ୍ବାଧୀନତା ଦିବସ ପାଳିତ

ଗଞ୍ଜାମ,୧୫।୮(ବିଦ୍ୟାଧର ସାହୁ )ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗରେ ୭୭ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି l ତହସିଲଦାର ଅରୁଣ କୁମାର ନାୟକ...

ଭାଇଚାରାର ପରମ୍ପରା ‘ଜୁଗିନୀଗିଡି’

ବାରିପଦା ଅଫିସ,୨୬।୧-ଭାରତୀୟ ସଂସ୍କୃତିର ଆଦି ନିର୍ମାତା ଭାବେ ଆଦିବାସୀମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ଜାବୁଡ଼ି ଧରିଥାନ୍ତି। ଏହାମଧ୍ୟରେ ‘ଜୁଗିନୀଗିଡି’ ହେଉଛି ସେମାନଙ୍କର ଅନନ୍ୟ ଏକ...

ଶିଶୁ ଅପହରଣ କରି ବିକ୍ରି ଘଟଣା: ୨ ମହିଳାଙ୍କ ସମେତ ୬ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୪ା୯-ବ୍ରହ୍ମପୁର ସହରରେ ଶିଶୁ ଅପହରଣ ଓ ପରେ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି ଗୋଷାଣି ନୂଆଗାଁ ପୋଲିସ। ପୂରା ଘଟଣାକ୍ରମରେ ସମ୍ପୃକ୍ତ ଥିବା ୨...

ଥାନାଧିକାରୀ, ଡିସିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

କଟକ ସଦର,୨୭ା୬(ଡି.ଏନ୍‌.ଏ.): ପୋଲିସଠାରୁ ନ୍ୟାୟ ନ ପାଇ କଟକ ଜିଲା କିଶନନଗର ଥାନା ପରିସରରେ ଗତ ଗୁରୁବାର ସ୍ଥାନୀୟ ସାଇକୋରୁଆ ଗ୍ରାମର ଗୁଣନିଧି ବିଶୋୟୀ ଦେହରେ...

ଓଟି ଛାତରୁ ଗଳୁଛି ପାଣି

ଯୋଡ଼ା, ୯।୧୨(ଡି.ଏନ.ଏ.)  କେନ୍ଦୁଝର ଜିଲା ଯୋଡ଼ା ସହରରେ ଥିବା ସରକାରୀ ଡାକ୍ତରଖାନାର ଅପରେସନ ଥିଏଟର (ଓଟି) ନିର୍ମାଣର ୪ ମାସ ନ ପୂରୁଣୁ ଛାତ ସିଲିଂରୁ ବର୍ଷାପାଣି...

ଜରିପାଲ ଭରସାରେ ଗରିବ ପରିବାର

ଯାଜପୁର ଅଫିସ/କାଏମା (ଡି.ଏନ.ଏ.), ୯।୧୦:ଯାଜପୁର ଜିଲା ଧର୍ମଶାଳା ବ୍ଲକ ମିର୍ଜାପୁର ଗ୍ରାମପଞ୍ଚାୟତ କଣ୍ଣାବଣିଆ ଗ୍ରାମର ଅସହାୟ ପରିବାର ମିନତି ମଳିକଙ୍କୁ ପ୍ରଶାସନିକ ପ୍ରତିଶ୍ରୁତି ମିଳିଛି। ଧରିତ୍ରୀରେ...

ବିବାହର ୪ ମାସ ପରେ ନବବଧୂଙ୍କୁ ହତ୍ୟା

ବାହାନଗା, ୩୦ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ବ୍ଲକ ରସାଳପୁର ପଞ୍ଚାୟତ ଶାସଙ୍ଗ ଗ୍ରାମରେ ବିବାହର ୪ ମାସ ପରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ସଦର ଥାନାରେ...

Advertisement
Archives

Model This Week