ବୈପାରୀଗୁଡ଼ା,୨୨ା୪(ଡି.ଏନ୍.ଏ.):ବୈପାରୀଗୁଡ଼ା ବ୍ଲକ ବାଲିଗଁ। ପଞ୍ଚାୟତ ଲିମାଲାଡ଼ି ଗ୍ରାମର ବିଧବା ବୃଦ୍ଧା ସନମତି କାକଲପଡ଼ିଆ । ପିଲାଛୁଆ କେହି ନାହାନ୍ତି। ଏଭଳି ଅସହାୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜିବା ତାଙ୍କ ପାଖରେ ଘର ଖଣ୍ଡିଏ ନ ଥିଲା। ତାଙ୍କ ନାମରେ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲା। ଗଁ।ର କେତେକ ଦଲାଲ ଶ୍ରେଣୀର ଲୋକେ ଘର ନିର୍ମାଣ ଦାୟିତ୍ବ ନେଇଥିଲେ। କିନ୍ତୁ ଘରର କେବଳ ପୁନାଦି ପକାଇ ସନମତିଙ୍କ ଟିପଚିହ୍ନ ନେଇ ବ୍ୟାଙ୍କ ଜମାଖାତାରୁ ସଂପୂର୍ଣ୍ଣ ଅନୁଦାନ ଲୁଟିନେଲେ । କେତେକ ସରକାରୀ କର୍ମଚାରୀ ସ୍ବାର୍ଥ ପାଇଁ ସେମାନଙ୍କୁ ସହାୟତା କରିଥିଲେ । ୫ ବର୍ଷ ତଳର ଏହି ଘଟଣାରେ ସନମତିଙ୍କୁ ନ୍ୟାୟ ମିଳି ନ ଥିବାବେଳେ ସେ ଏବେ ନିଜ ଭାଗ୍ୟକୁ ଆଦରି ବାପଘର ଦୋରାଗୁଡ଼ା ପଞ୍ଚାୟତ କଲୋନୀଗୁଡ଼ା ଗ୍ରାମରେ ପଡ଼ିରହିଛନ୍ତି। ବୈପାରୀଗୁଡ଼ା ବ୍ଲକରେ ଏମିତି ଅନେକ ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଛି। ପ୍ରକାଶ ଯେ, କେବିକେ ଜିଲାରେ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଚାଲିଛି। କିନ୍ତୁ ନିରକ୍ଷରତା କାରଣରୁ ଯୋଜନାର ସୁଫଳ ହିତାଧିକାରୀ ପାଇପାରୁ ନାହାନ୍ତି। ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମଷ୍ଟର ରୋଲ ପ୍ରସ୍ତୁତି ବେଳେ ଶ୍ରମିକଙ୍କ ଟିପ ଚିହ୍ନ ତଥା ବ୍ୟାଙ୍କ ଉଠାଣ ଫର୍ମରେ ଜାଲ ଟିପ ଚିହ୍ନ ଦ୍ୱାରା ସେମାନଙ୍କ ଜମାଖାତାରୁ ଟଙ୍କା ହଡ଼ପ କରାଯିବା ନଜିର ରହିଛି। ସରକାରୀ ଅନୁଦାନର ସଠିକ କାର୍ଯ୍ୟକାରିତା ପାଇଁ ଅଙ୍ଗନୱାଡି କର୍ମୀ-ୱାର୍ଡମେମ୍ବର, ବିଦ୍ୟାଳୟ ପ୍ରଧାନ ଶିକ୍ଷକ-ପରିଚାଳନା କମିଟି ସଭାପତି, ବନାଞ୍ଚଳ ଅଧିକାରୀ-ବନ ସୁରକ୍ଷା ସମିତି ସଭାପତିଙ୍କ ଯୁଗ୍ମ ଜମାଖାତା ରହିଛି। ତେବେ ଅନେକ ସମୟରେ ସରକାରୀ କର୍ମଚାରୀ ଲୋକଙ୍କ ନିରକ୍ଷରତାର ସୁଯୋଗରେ ସେମାନଙ୍କ ଟିପଚିହ୍ନ ନେଇ ଅର୍ଥ ହଡ଼ପ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଅଙ୍ଗନୱାଡ଼ି କର୍ମୀ ଓ ୱାର୍ଡମେମ୍ବରଙ୍କ ଯୁଗ୍ମ ଜମାଖାତାକୁ ଆସୁଥିବା ଅର୍ଥ ସମେତ ଅନ୍ୟ ସରକାରୀ ଅନୁଦାନରୁ ବ୍ୟାପକ ହେରଫେର ହେଉଛି। ବ୍ଲକରେ ଅନେକ ବିଦ୍ୟାଳୟ ରହିଛି ଯେଉଁଠି ଅତୀତରେ ଦାୟିତ୍ବରେ ଥିବା ଶିକ୍ଷକମାନେ ବିଦ୍ୟାଳୟ କମିଟି ସଭାପତିଙ୍କୁ ଭୁଆଁ ବୁଲାଇ ନିର୍ମାଣ ଅନୁଦାନ ଚଳୁ କରିଛନ୍ତି। ଟିପ ଚିହ୍ନ ନେଇ ପରିବାର ମଙ୍ଗଳ ଯୋଜନା ହିତାଧିକାରୀଙ୍କ ଜମାଖାତାରୁ ଅର୍ଥ ହଡ଼ପ ହେଉଛି । ଆଦିବାସୀ ମହିଳାଙ୍କୁ ନେଇ ଗଠିତ ବିଭିନ୍ନ ଏସଏଚ୍ଜିକୁ ମିଳୁଥିବା ସବସିଡ୍ ଲୋନରେ ମଧ୍ୟ କାରସାଦି ଚାଲିଛି। ଅନେକ ଅଙ୍ଗନୱାଡ଼ି କେନ୍ଦ୍ରରେ ଟିଏଚ୍ଆର୍ ଖାଦ୍ୟ ବଣ୍ଟନରେ ହିତାଧିକାରୀଙ୍କ ଟିପଚିହ୍ନରେ ଜାଲିଆତି କରାଯାଇ ସେ ସବୁ ହଡ଼ପ କରାଯାଉଛି ।
ସୂଚନାଯୋଗ୍ୟ ଯେ, ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ୧୮ରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ସାକ୍ଷରତା ହାର ବୃଦ୍ଧି ପାଇଁ ନବେ ଦଶକରୁ ବିଭିନ୍ନ ଯୋଜନା କରାଯାଇ ଆସୁଛି। ପ୍ରୌଢ଼ଶିକ୍ଷା, ସାକ୍ଷରତା, ସାକ୍ଷର ଭାରତ ଯୋଜନା, ସାକ୍ଷର ସୁନ୍ଦର କୋରାପୁଟ, ଦେଲେ ଟିପ ହେବ ପାପ ଭଳି ସ୍ଳୋଗାନ ଦିଆଯାଇଛି। ଉକ୍ତ ଯୋଜନାରେ ବିପୁଳ ଅନୁଦାନ ଭୋଜିଭାତ, ମିଟିଂ ଓ ମେଟେରିଆଲସ୍ ବାବଦରେ ଖର୍ଚ୍ଚ ହୋଇଆସୁଛି। କିନ୍ତୁ ଫଳ ଶୂନ୍। ସାକ୍ଷର ନାମରେ ଏବେ ମଧ୍ୟ ଅନେକ ଅଛନ୍ତି, ଯେଉଁମାନେ କେବଳ ନିଜ ନାମ ଦସ୍ତଖତ ଛଡ଼ା ଅନ୍ୟ କିଛି ଲେଖିବା ଜାଣିନାହାନ୍ତି। ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଅନେକ ସମୟରେ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି। ନାମାଙ୍କନ ଦାଖଲ ୧୫ ଦିନ ପୂର୍ବରୁ ସେମାନେ କେବଳ ନିଜ ନାମ ଦସ୍ତଖତ କରିବା ଅଭ୍ୟାସ କରନ୍ତି। ଏ ସଂପର୍କରେ ଦାୟିତ୍ବରେ ଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ ଥିବା ତଥ୍ୟ ଅନୁସାରେ ସାକ୍ଷର ଭାରତ ଯୋଜନାରେ ୨୦୧୫ରେ ୮,୦୬୪ ଜଣଙ୍କୁ ସାକ୍ଷର କରିବାକୁ ଟାର୍ଗେଟ ଥିଲା। ଏପର୍ଯ୍ୟନ୍ତ ୪,୮୮୦ ଜଣ ଶିକ୍ଷାଦାନ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୧ ଜଣ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ। ଏହା କେବଳ କାଗଜ କଲମରେ ସରକାରୀ ହିସାବ।

ବର୍ବରକାଣ୍ଡ: କାଠଫାଳିଆରେ ମହିଳାଙ୍କୁ ପିଟିପିଟି ମାରିଦେଲେ
ଗୁଣପୁର,୧୬।୫: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା କରଡ଼ା ଗାଁରେ ଏକ ବର୍ବରକାଣ୍ଡ ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ କାଠଫାଳିଆରେ ପିଟି ଅତି ନିର୍ମମ ଭାବେ ହତ୍ୟା...

ଆଧାର ସଂଲଗ୍ନ ମୋବାଇଲ ବିନା ମିଳୁନି ଅଣ୍ଡା, ଛତୁଆ
ରାୟଗଡ଼ା,୧୩।୫(ଆଶିଷ ରଞ୍ଜନ ପଣ୍ଡା):ପୁଷ୍ଟିହୀନତା ଦୂର ଏବଂ ମାତୃ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଗର୍ଭବତୀ...

ଘରେ ପଶି ଦମ୍ପତିଙ୍କୁ ହାଣିଲେ, ଲୁଟିନେଲେ ସୁନା ଗହଣା
ରାୟଗଡ଼ା,୧୩୫(ଆଶିଷ ରଞ୍ଜନ ପଣ୍ଡା): ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା ରୂପା। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁରେ। ସୂଚନା...

ବନ୍ଦେ ଭାରତ ଟ୍ରେନ୍ ଉପରକୁ ଟେକାପଥର ମାଡ଼, ଭାଙ୍ଗିଲା ଝରକା କାଚ
ରାୟଗଡ଼ା,୭ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନ ନିକଟବର୍ତ୍ତୀ ଲାଡ଼ା ଷ୍ଟେଶନଠାରେ ବିଶାଖାପାଟଣାଠାରୁ ରାୟପୁର ଯାଉଥିବା ବନ୍ଦେ ଭାରତ ଟ୍ରେନକୁ କେହି ଟେକାପଥର ମାଡ଼ କରିଥିଲେ।...

ଫ୍ଲାଏ ଓଭରରୁ ତଳକୁ ଖସିଲା ଟ୍ୟାଙ୍କର, ବିଚ୍ ରାସ୍ତାରେ ହେଲା…
ରାୟଗଡ଼ା,୪ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ମଧ୍ୟ ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ପୁରୁଣା ତଥା ଏକମାତ୍ର ଫ୍ଲାଏ ଓଭର ଉପରେ...

ଘରେ ପଶି ପଡ଼ୋଶୀଙ୍କୁ ଟାଙ୍ଗିଆରେ ହାଣିଲେ, ପଦ୍ମପୁର ଥାନାରେ ଆତ୍ମସମର୍ପଣ କଲେ…
ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ ସଉରା ବିକ୍ରମପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ସେହି ଗ୍ରାମର...

ବାଇକ୍ ଚୋରି କରି ନେଇଥିଲେ, ନାଗାବଳୀ ପୋଲ ଉପରେ ଚଲାଉଥିବା ବେଳେ ମାଡ଼ି ବସିଲା ପୋଲିସ
ରାୟଗଡ଼ା, ୩।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଏପ୍ରିଲ ୨୮ ତାରିଖରେ ହୋଇଥିବା ଏକ ବାଇକ ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ଠାବ କରିଛି ଟାଉନ ଥାନା...

ସରପଞ୍ଚଙ୍କ ସ୍ବାମୀ-ଶ୍ୱଶୁରଙ୍କୁ ମାରିଦେଲେ ଦୁର୍ବୃତ୍ତ, ଗାଁ ଦାଣ୍ଡରେ ପଡ଼ିଛି ୨ ମୃତଦେହ
ରାୟଗଡ଼ା/ପଦ୍ମପୁର,୩ା୫(ଆଶିଷ ରଞ୍ଜନ ପଣ୍ଡା/ପ୍ରଶାନ୍ତ କର): ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ସାରେଗଡ଼ା ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି ।...
Archives
