ବାହାର ରାଜ୍ୟର ଲୋକଙ୍କ ପାଇଁ ଗଞ୍ଜାମରେ ଅତିଥି ଟ୍ରାନ୍‌ଜିଟ୍‌ କ୍ୟାମ୍ପ୍‌

ଛତ୍ରପୁର,୯ା୪(ଡି.ଏନ୍‌.ଏ.): ବାହାର ରାଜ୍ୟର ଶ୍ରମିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଅତିଥିଙ୍କ ମର୍ଯ୍ୟାଦା ଦିଆଯାଇଛି। ଏମାନଙ୍କ ରହିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅତିଥି ଟ୍ରାନ୍‌ଜିଟ୍‌ କ୍ୟାମ୍ପ ଖୋଲାଯାଇଛି। କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ନିମନ୍ତେ ଜିଲାର ଛତ୍ରପୁର ବ୍ଲକ ଚମାଖଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଖୋଲାଯାଇଥିବା ଅତିଥି ଟ୍ରାନ୍‌ଜିଟ୍‌ କ୍ୟାମ୍ପରେ ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ରଖାଯାଇଛି। ସେମାନଙ୍କ ଥଇଥାନ, ଖାଦ୍ୟପେୟର ବନ୍ଦୋବସ୍ତ, ଜରୁରୀ ଉପକରଣ ଯୋଗାଣ, ସ୍ବାସ୍ଥ୍ୟ ପରୀକ୍ଷା ଭଳି ସମସ୍ତ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ କରାଯାଇଛି। ଶିଶୁଙ୍କୁ ଖେଳ ଉପକରଣ ମଧ୍ୟ ଦିଆଯାଇଛି। ରନ୍ଧାଖାଦ୍ୟ, ପିଇବା ପାଣି, ସାବୁନ, ମାସ୍କ ଯୋଗାଇ ଦିଆଯାଇଛି। ଜିଲା ପ୍ରଶାସନ ହାତରେ ଧରାପଡ଼ିଥିବା ବାହାର ରାଜ୍ୟର ଶ୍ରମିକ ଆମର ଅତିଥି ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି କରାଇଦେବା ନାଁରେ ଠକେଇ, ମହିଳାଙ୍କ ସହ ମେଡିକାଲ କର୍ମଚାରୀ ଗିରଫ

ବାରିପଦା ଅଫିସ, ୩।୨- ଚାକିରି କରାଇଦେବା ଆଳରେ ଜଣେ ମହିଳାଙ୍କ ନିକଟରୁ ୨ଲକ୍ଷ ୧୮ହଜାର ଟଙ୍କା ଠକେଇ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବାରିପଦା...

ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା ଚଳାଇଛନ୍ତି ସଂଗ୍ରାମ

ବନ୍ତ,୩ା୨ (ଡି.ଏନ.ଏ.) ପଞ୍ଚାୟତ ନିର୍ବାଚନରେ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ ୪ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଂଗ୍ରେସ ସିପିଆଇ ମେଣ୍ଟ, ବିଜେଡି...

ବନ୍ଦହେଲା ସାପ୍ତାହିକ ହାଟ

ଶଙ୍କରାଖୋଲ,୨୧ା୩(ଡି.ଏନ୍‌.ଏ.) କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ୧୪୪ଧାରା ଜାରି କରିଥିବାବେଳେ ଚକାପାଦ ଓ ଟିକାବାଲି ବ୍ଲକର ବିଭିନ୍ନ ସ୍ଥାନରେ ସାପ୍ତାହିକ...

ଦୌଡ଼କୁଦ,ସଫ୍ଟବଲ ପ୍ରତିଯୋଗିତା ଉଦ୍‌ଯାପିତ: ଦୁଲା, ଶୁଭଶ୍ରୀ, ଅଭି ଓ ଯମୁନା ଚାମ୍ପିୟନ

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ଖ୍ରୀଷ୍ଟିଆନ୍‌ ହାଇସ୍କୁଲ ଖେଳ ପଡ଼ିଆରେ ସୋମବାର ଅପରାହ୍ନରେ ୬୫ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଦୌଡ଼କୁଦ (ଆଥ୍‌ଲେଟିକ୍ସ) ସଫ୍ଟବଲ ପ୍ରତିଯୋଗିତା ଉଦ୍‌ଯାପିତ...

ମାଛଧରିବା ବେଳେ ଆକାଶରୁ ଜାଲରେ ପଡ଼ିଲା ଯନ୍ତ୍ରଚାଳିତ ରକେଟ୍‌

ବାହାନଗା,୧୮।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରେମୁଣା ବ୍ଲକ ଗୋପାଳପୁର ଫାଣ୍ଡି ଅଧୀନସ୍ଥ ତାଳପଦା ଗ୍ରାମର ମତ୍ସ୍ୟଜୀବୀଙ୍କ ଜାଲରେ ଏକ ଯନ୍ତ୍ରଚାଳିତ ରକେଟ୍‌ ପଡ଼ିଥିବା ଜଣାପଡ଼ିଛି। ସୋମବାର ସକାଳେ...

କୋରାପୁଟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୨୪ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୧୦ା୯(ସ୍ବ.ପ୍ର.): କୋରାପୁଟ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଗୁରୁବାର ଏହି ଜିଲାରୁ ଆଉ ୧୨୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ପାଟଣା ବ୍ଲକର ପ୍ରଥମ କରୋନା ଆକ୍ରାନ୍ତ ୧୮ ବର୍ଷର ଯୁବକ

ପାଟଣା,୨୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତର ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଏନେଇ ମଙ୍ଗଳବାର ରାଜ୍ୟ ସୂଚନା...

ଲଗାଣ ବର୍ଷାରେ ଫସଲ ନଷ୍ଟ

ରାଉରକେଲା ଅଫିସ,୨୩।୮: ଲଗାଣ ବର୍ଷା ଯୋଗୁ ରାଉରକେଲା ସହର ଆଖପାଖ ଅଞ୍ଚଳରେ ଫସଲ ନଷ୍ଟ ହୋଇଛି। ଫଳାରେ ବର୍ଷଯାକର ଆହାର ପାଇଁ ଚାଷ କରିଥିବା ଚାଷୀ...

Advertisement
Archives

Model This Week