Posted inଜାତୀୟ

ବାସ୍ତବତାଠାରୁ ବହୁଦୂରକୁ ଚାଲିଯାଇଛି କଂଗ୍ରେସ: ସିନ୍ଧିଆ

ନୂଆଦିଲ୍ଲୀ,୧୨ା୩(ପି.ଟି.): ଭାଜପାରେ ଯୋଗଦେବା ପରେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ ଆଉ ପୂର୍ବଭଳି ନାହିଁ। ଏହା ବାସ୍ତବତାଠାରୁ ବହୁ ଦୂରକୁ ଚାଲିଯାଇଛି ବୋଲି ପୂର୍ବତନ ଏମ୍‌ପି ସିନ୍ଧିଆ ଭାଜପା କାର୍ଯ୍ୟାଳୟଠାରେ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି। ସେ ଦୀର୍ଘଦିନ ଧରି କଂଗ୍ରେସ ସହ ଜଡ଼ିତ ଥିଲେ। ତେବେ ଦଳରେ ସେ ନିଜ ଲୋକମାନଙ୍କ ପାଇଁ କିଛି କରି ନ ପାରିବା କାରଣରୁ ଆଘାତ ପାଇଥିଲେ ଓ ଅସନ୍ତୁଷ୍ଟ ଥିଲେ ବୋଲି କହିଛନ୍ତି। କଂଗ୍ରେସ ସରକାରଙ୍କୁ କଡ଼ା ସମାଲୋଚନା କରି ସିନ୍ଧିଆ କହିଛନ୍ତି, ସେ ଓ ତାଙ୍କ ପୂର୍ବତନ ସହକର୍ମୀମାନେ ମଧ୍ୟପ୍ରଦେଶ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ୧୮ ମାସ ମଧ୍ୟରେ ଧୂଳିସାତ୍‌ ହୋଇଯାଇଛି। ଭାଜପା ପରିବାରରେ ତାଙ୍କୁ ଆମନ୍ତ୍ରଣ କରାଯାଇଥିବାରୁ ଏହି ଅବସରରେ ସିନ୍ଧିଆ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଧନ୍ୟବାଦ ଦେଇଥିଲେ। ଲୋକଙ୍କ ସେବା କରିବା ପାଇଁ ସେମାନେ ତାଙ୍କୁ ପ୍ଲାଟଫର୍ମ ଯୋଗାଇ ଦେଇଥିବା ସିନ୍ଧିଆ କହିଥିଲେ।

କଂଗ୍ରେସ ଛାଡ଼ିବାର ୩ କାରଣ

ତିନୋଟି ମୁଖ୍ୟ କାରଣ ପାଇଁ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଲେ ବୋଲି ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର କହିଛନ୍ତି। ପ୍ରଥମ କାରଣ ହେଲା ଦଳ ନୂଆ ନେତୃତ୍ୱକୁ ସୁଯୋଗ ଦେଉନାହିଁ। ଏଥିପାଇଁ ସେ ଦଳର ପୁରୁଖା ନେତା ଦିଗ୍‌ବିଜୟ ସିଂ ଓ କମଲନାଥଙ୍କୁ ଦାୟୀ କରିଛନ୍ତି। ଦ୍ୱିତୀୟ କାରଣ ହେଲା ଦୁର୍ନୀତି। ପ୍ରତିଶ୍ରୁତିଠାରୁ ଦୂରେଇ ଯାଇ ସରକାର ମଧ୍ୟପ୍ରଦେଶରେ ବଦଳିକୁ ଏକ ଶିଳ୍ପରେ ପରିଣତ କରିଥିବା ସିନ୍ଧିଆ ଅଭିଯୋଗ କରିଛନ୍ତି। ତୃତୀୟ କାରଣ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷ ନେତୃତ୍ୱ। ମୋଦିଙ୍କ ନେତୃତ୍ୱରେ ଦେଶର ନିରାପତ୍ତା ସୁରକ୍ଷିତ ବୋଲି ସିନ୍ଧିଆ କହିଛନ୍ତି।

‘ନିର୍ବାଚିତ ସରକାରକୁ ଅସ୍ଥିର କରୁଛନ୍ତି ମୋଦି’

ମଧ୍ୟପ୍ରଦେଶରେ ନିର୍ବାଚିତ ସରକାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସ୍ଥିର କରୁଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଅଭିଯୋଗ କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ୩୫ ପ୍ରତିଶତ ହ୍ରାସ ପାଇଥିବାବେଳେ ଏହାର ଫାଇଦା ଲୋକଙ୍କୁ ନ ଦେଇ ପ୍ରଧାନମନ୍ତ୍ରୀ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି କରିବାରେ ବ୍ୟସ୍ତ ରହିଛନ୍ତି। ତୈଳ ଦର ହ୍ରାସ କରି ଲୋକଙ୍କୁ ସୁବିଧା ଯୋଗାଇଦେବାକୁ ସେ ଆହ୍ବାନ ଦେଇଛନ୍ତି। ବିଧାୟକମାନଙ୍କୁ କିଣିବା, ଅପହରଣ କରିବା ଓ ସରକାରକୁ ଚୋରାଇବା ଭାଜପାର ବ୍ୟବସାୟରେ ପରିଣତ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଚ୍ଛତା ସର୍ଭେ: ରାଜ୍ୟରେ ମଧ୍ୟପ୍ରଦେଶ-ସହର ମଧ୍ୟରେ ଇନ୍ଦୋର ଷଷ୍ଠ ଥର ପାଇଁ ଶୀର୍ଷରେ…

ନୂଆଦିଲ୍ଲୀ, ୧।୧୦ : କେନ୍ଦ୍ରର ବାର୍ଷିକ ସର୍ଭେରେ ଲଗାତାର ଷଷ୍ଠ ଥର ପାଇଁ ଇନ୍ଦୋରକୁ ସ୍ବଚ୍ଛ ସହର ଭାବେ ଶୀର୍ଷରେ ରହିଛି। ଏହା ପରେ ସୁରଟ...

ଲିଭ୍‌-ଇନ୍‌ ଯୋଡ଼ି ପଞ୍ଜୀକରଣ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୧ା୩ : ଲିଭ୍‌-ଇନ୍‌ ରିଲେଶନରେ ରହୁଥିବା ଯୋଡ଼ିମାନଙ୍କର ପଞ୍ଜୀକରଣ ଲାଗି ଦାଏର ପିଟିଶନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଏହା ଚଞ୍ଚଳମନା ଚିନ୍ତାଧାରା ବୋଲି...

ପାଶ୍ଚାତ୍ୟ-ମଧ୍ୟପ୍ରାଚ୍ୟ ସଙ୍କଟ: ଭାରତ ଶାନ୍ତି ପ୍ରସ୍ତାବ ଦେଲେ ସ୍ବାଗତ କରିବ ଇରାନ

ନୂଆଦିଲ୍ଲୀ,୮।୧: ପାଶ୍ଚାତ୍ୟ ମଧ୍ୟପ୍ରାଚ୍ୟ ମଧ୍ୟରେ ସଙ୍କଟ ବଢ଼ିଚାଲିଛି। ଆମେରିକା ବାଗଦାଦ୍‌ ଉପରେ କରିଥିବା ଆକ୍ରମଣର ଜବାବ୍‌ ଇରାନ୍‌ ବୁଧବାର ଦେଇଛି। ଇରାନ୍‌ର କ୍ଷେପଣାସ୍ତ୍ର ମାଡ଼ରେ ପଶ୍ଚିମ...

କୁମାର ବିଶ୍ୱାସଙ୍କୁ ଓ୍ବାଇ-ଶ୍ରେଣୀ ସୁରକ୍ଷା…

ନୂଆଦିଲ୍ଲୀ,୧୯।୨ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ପୂର୍ବତନ ନେତା କୁମାର ବିଶ୍ୱାସଙ୍କୁ ଓ୍ବାଇ-ଶ୍ରେଣୀ ସୁରକ୍ଷା ପ୍ରଦାନ କରିଛନ୍ତି। ଏଣିକି ସିଆର୍‌ପିଏଫ୍‌ ପକ୍ଷରୁ...

ପିଆଜ ପରେ ଏବେ ଟମାଟୋ ପାଳି : ଦାମ୍‌ ୮୦ ଟପିଲା

ନୂଆଦିଲ୍ଲୀ,୫।୧୦: ଗତ ସପ୍ତାହରେ ଦେଶରେ ପିଆଜ ଦାମ୍‌ ଶହେ ଟପିଥିବା ବେଳେ ରପ୍ତାନୀ ନୀତିରେ କେତେକ ପରିବର୍ତ୍ତନ କରାଯାଇଥିଲା। ଫଳରେ ଏବେ ଏହାର ଦାମ ଧୀରେଧୀରେ...

ପୁଣି ଅଟକିଲା ଫାଶୀ

ନୂଆଦିଲ୍ଲୀ, ୩ା୩(ପି.ଟି./ଆଇଏଏନ୍‌ଏସ୍‌): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪ ଦୋଷୀଙ୍କୁ ମଙ୍ଗଳବାର ଫାଶୀ ଦିଆଯିବ ନାହିଁ। ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ...

ପୁଣି ଫେରିଆସ, ରାଜ୍ୟ ସଭା ସଦସ୍ୟଙ୍କ ବିଦାୟୀ ଭାଷଣରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୩୧।୩ : ରାଜ୍ୟ ସଭାର ୭୨ ଜଣ ଏମ୍‌ପିଙ୍କୁ ଗୁରୁବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନଙ୍କ ମଧ୍ୟରେ କପିଲ ସିବଲ, ପି ଚିଦାମ୍ବରମ, ଜୟରାମ...

ଚାଇନା ନାଗରିକଙ୍କ ଜୀବନ ବଞ୍ଚାଇଲେ ଭାରତୀୟ କୋଷ୍ଟଗାର୍ଡ

ମୁମ୍ବାଇ,୧୭।୮: ସବୁ ଦେଶକୁ ସାହାର୍ଯ୍ୟ କରି ଭାରତ ବିଶ୍ୱରେ ନିଜକୁ ପରିଚିତ କରାଇଛି। ତେବେ ପୁଣି ଏହାର ଏକ ନମୁନା ଦେଖିବାକୁ ମିଳିଛି। ଭାରତୀୟ ତଟରକ୍ଷୀ...

Advertisement
Archives

Model This Week