ବାଳାଶ୍ରମରୁ ଅନ୍ତେବାସୀ ଫେରାର୍‌ ଘଟଣା: ଆଉ ୨ ନାବାଳିକା ଉଦ୍ଧାର, ମିଳିନି ୭ ଜଣଙ୍କ ପତ୍ତା

ବ୍ରହ୍ମପୁର ଅଫିସ,୧୧ା୧-ଗୋଷାଣୀନୂଆଗଁା ଥାନା ଉତ୍କଳ ବାଳାଶ୍ରମରୁ ଗତ ୬ ତାରିଖରେ ଫେରାର୍‌ ହୋଇଯାଇଥିବା ୧୩ ନାବାଳିକାଙ୍କ ମଧ୍ୟରୁ ପୂର୍ବରୁ ୪ ଜଣ ଉଦ୍ଧାର ହୋଇଥିଲେ। ଶୁକ୍ରବାର ଆଉ ୨ ଜଣଙ୍କୁ ସ୍ବତନ୍ତ୍ର ଟିମ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରୁ ଓ ଅନ୍ୟ ଜଣେ କେନ୍ଦ୍ରାପଡ଼ାରୁ ଫେରୁଥିବା ବେଳେ ତାଙ୍କୁ କଟକ ବସଷ୍ଟାଣ୍ଡରୁ ଉଦ୍ଧାର କରାଯାଇଥିବା ଥାନାଧିକାରୀ ସୁମିତ କୁମାର ସୋରେନ ସୂଚନା ଦେଇଛନ୍ତି। ଫେରାର୍‌ ନାବାଳିକାମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬ ଜଣ ଉଦ୍ଧାର ହେଲେଣି। ଅନ୍ୟପକ୍ଷରେ ଘଟଣାର ୪ ଦିନ ପରେ ଆଉ ୭ ଜଣଙ୍କ ପତ୍ତା ଏ ଯାଏ ମିଳିପାରିନାହିଁ। ସେମାନେ ସେମାନେ କେଉଁଠି ଏବଂ କିପରି ଅଛନ୍ତି ତାହା ଅସ୍ପଷ୍ଟ ରହିଛି।
ସୂଚନାଯୋଗ୍ୟ, ଗତବର୍ଷ ୬ ନାବାଳିକା ଉତ୍କଳ ବାଳାଶ୍ରମରୁ ଚମ୍ପଟ ମାରିଥିଲେ। ସେମାନଙ୍କୁ ଅଦ୍ୟାବଧି ଉଦ୍ଧାର କରାଯାଇ ପାରିନାହିଁ। ଅସୁରକ୍ଷିତ ଭାବେ ଅନ୍ତେବାସୀମାନେ ବାଳାଶ୍ରମରେ ରହୁଥିବା ଯୋଗୁ ଏଭଳି ଘଟଣା ବାରମ୍ବାର ଘଟୁଛି। ଅନ୍ୟପକ୍ଷରେ ବାଳାଶ୍ରମର ପାଚେରି ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ନ ଦେବା ପରିତାର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଦେବା ନାଁରେ ଠକେଇ, ସମ୍ପର୍କୀୟ ଭାଇଙ୍କ ନାଁରେ ଏତଲା ଦେଲେ ଭଉଣୀ

ବ୍ରହ୍ମପୁର ଅଫିସ,୩୦ା୧୦: ବ୍ରହ୍ମପୁର ବଡବଜାର ଥାନା ଅଧୀନ ପାଣିଗ୍ରାହୀ ପେଣ୍ଠ ଅଞ୍ଚଳର ପିଙ୍କି ଲେଙ୍କାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ଦିଲୀପ କୁମାର ଲେଙ୍କା ଏକ ଫାଇନାନ୍ସ...

ଜାନୁୟାରୀ ୧ରୁ ନବନିର୍ମିତ କୋଠାରେ ଶୁଖୁଆ ହାଟ

ଛତ୍ରପୁର,୫ା୧୨(ଡି.ଏନ୍‌.ଏ.): ହୁମ୍ମାସ୍ଥିତ ନବନିର୍ମିତ ଅତ୍ୟାଧୁନିକ କୋଠାରେ ଜାନୁୟାରୀ ପହିଲାରୁ ଶୁଖୁଆ ହାଟ ଆରମ୍ଭ ହେବ। ଏହାଦ୍ୱାରା ପୂର୍ବରୁ ରାଜପଥ ପାର୍ଶ୍ୱରେ ଖୋଲାରେ, ଅସ୍ବଚ୍ଛ ପରିବେଶରେ ବର୍ଷସାରା...

୫ ନାବାଳକଙ୍କୁ ଧରିଲା ବଡ଼ ବଜାର ପୋଲିସ: ୩ ମୋବାଇଲ ଜବତ

ବ୍ରହ୍ମପୁର ଅଫିସ,୨୯।୫- ଚୋରି ଅଭିଯୋଗରେ ବଡବଜାର ପୋଲିସ ବୁଧବାର ୫ ଜଣ ନାବାଳକଙ୍କୁ ଚୋରି ଅଭିଯୋଗରେ ଧରିଛି। ସେମାନଙ୍କ ନିକଟରୁ ୩ ମୋବାଇଲ, ୨ ବ୍ଲୁ...

ବନ ଅଧିନିୟମ ସଂଶୋଧନକୁ ବିରୋଧ

ବ୍ରହ୍ମପୁର ଅଫିସ,୯ା୯-ଭାରତୀୟ ବନ ଅଧିନିୟମ ୧୯୨୭ ପ୍ରସ୍ତାବିତ ସଂଶୋଧନକୁ ଆଦିବାସୀ ଭାରତ ମହାସଭା ବିରୋଧ କରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି...

ମହିଳାଙ୍କୁ ବଳାତ୍କାର ଉଦ୍ୟମ ମାମଲାଜେଲ ଗଲେ ଗ୍ରାସୀମର ପୂର୍ବତନ ସୁରକ୍ଷା ଅଧିକାରୀ

ଛତ୍ରପୁର/ଗଞ୍ଜାମ, ୬ା୮(ଡି.ଏନ.ଏ.)-ଗଞ୍ଜାମ ଥାନା ଅଞ୍ଚଳରେ କାମ ଦେବା ନାଁରେ ଜଣେ ମହିଳାଙ୍କୁ ବଳାକତ୍ାର ଉଦ୍ୟମ କରିବା ଘଟଣାର ଅଭିଯୁକ୍ତ ତଥା ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ର ପୁର୍ବତନ ମୁଖ୍ୟ...

ଜୁଆଆଡ୍ଡାରେ ପୋଲିସର ଚଢ଼ାଉ, ୫ ଗିରଫ

ଦିଗପହଣ୍ଡି, ୩୧ା୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୈଠଖଣ୍ଡି ପଞ୍ଚାୟତ ତଲାସିଂ ଗ୍ରାମ ଠାକୁରାଣୀ ମନ୍ଦିରରେ ଚାଲିଥିବା ଜୁଆଆଡ୍ଡା ଉପରେ ପୋଲିସ ଶୁକ୍ରବାର ରାତିରେ ଚଢ଼ାଉ...

ଜଙ୍ଗଲରେ ଦମ୍ପତିଙ୍କ ଗଳାକାଟି ହତ୍ୟା

ମୋହନା,୧୭ା୩(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ବ୍ଲକ କରଚବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପଟିମା ଓ କୁଟିଗୁଡା ମଧ୍ୟରେ ଥିବା ଜଙ୍ଗଲରୁ ସୋମବାର ଦମ୍ପତିଙ୍କ ମୃତଦେହ ଉଦ୍ଧାର...

ଅବସର ନେବା ପୂର୍ବରୁ କରୋନାରେ ଆଖିବୁଜିଲେ ପ୍ରଧାନ ଶିକ୍ଷୟିତ୍ରୀ

ପୁରୁଷୋତ୍ତମପୁର, ୨୧।୭(ଡି.ଏନ୍‌.ଏ.): ମହାମାରୀ କରୋନାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ମଙ୍ଗଳବାର ପ୍ରଥମ ମୃତ୍ୟୁ ଘଟିଛି। ଏଥିରେ ଏନଏସି ଅନ୍ତର୍ଗତ କନକା ସାହି ପ୍ରାଥମିକ ବିଦ୍ୟାଳୟରେ...

Advertisement
Archives

Model This Week