ବାଲ୍ୟ ବିବାହ ସୂଚନା ଦେଲେ ମିଳିବ ପୁରସ୍କାର

ଛତ୍ରପୁର,୮ା୧୨(ଡି.ଏନ.ଏ)-ବାଲ୍ୟ ବିବାହ ଏକ ବଡ଼ ସାମାଜିକ ସମସ୍ୟା ଓ କୁସଂସ୍କାର। ବାଲ୍ୟ ବିବାହ ସମ୍ପର୍କରେ ଯେ କେହି ସୂଚନା ଦେଲେ ତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ। ଏଥିସହ ସୂଚନାଦାତାଙ୍କ ନାଁ ଗୋପନ ରଖାଯିବ। ନିର୍ଭୟ କଢ଼ି ଓ କିଶୋରୀଙ୍କୁ ସୁରକ୍ଷା ନେଇ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଗଞ୍ଜାମ ଜିଲା ଟାସ୍କଫୋର୍ସ କମିଟି ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହା କହିଛନ୍ତି। ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଓ କିଶୋରୀମାନଙ୍କୁ ସଶକ୍ତ କରିବା ନିର୍ଭୟ କଢ଼ି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ା ଏହା ମାଧ୍ୟମରେ ପ୍ରତ୍ୟେକ ଗାଁରେ ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରି ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଦୂର କରିବାକୁ ପଡିବ। ବିଦ୍ୟାଳୟସ୍ତରରେ ପ୍ରାର୍ଥନା ପରେ ଏହି ଯୋଜନା ସମ୍ପର୍କରେ ପିଲାଙ୍କୁ ଶିକ୍ଷକମାନେ ଅବଗତ କରାଇବେ ା ସମସ୍ତ ବିଦ୍ୟାଳୟ ପାଚେରି କାନ୍ଥରେ ‘ବାଲ୍ୟ ବିବାହକୁ ନା’ ବାର୍ତ୍ତା ସହିତ ଜିଲା ପ୍ରଶାସନକୁ ଅଭିଯୋଗ ନିମନ୍ତେ ମୋବାଇଲ୍‌ ନଂ.୯୪୩୭୫୬୩୮୦୦ ଏବଂ ଚାଇଲ୍ଡ ଲାଇନ ହେଲ୍ପ୍ପ ନଂ.୧୦୯୮ ଲେଖିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ବିବାହ ପୂର୍ବରୁ ଅଙ୍ଗନୱାଡିକର୍ମୀଙ୍କ ନିକଟରେ ଆଧାର କାର୍ଡ ନକଲ ଦାଖଲ ସହ ଏଚଆଇଭି ପରୀକ୍ଷା କରିବା ବାଧ୍ୟତାମୂଳକ ହେବ। ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିରୋଧ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ , ଜିଲା ସମାଜ ମଙ୍ଗଳ ଅଧିକାରୀ, ଚାଇଲ୍ଡ ଲାଇନ୍‌, ପୋଲିସ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ସହାୟତାରେ ଗତ ୩ ମାସ ମଧ୍ୟରେ ୮ ଟି ଏବଂ ଚଳିତବର୍ଷ ଜାନୁୟାରୀରୁ ଏ ପର୍ଯ୍ୟନ୍ତ ୩୮ ବାଲ୍ୟ ବିବାହକୁ ରୋକା ଯାଇଥିବା ସୂଚନା ଦିଆଯାଇଛି ା ବାଲ୍ୟ ବିବାହ ରୋକିବାରେ ଅଙ୍ଗନୱାଡି କର୍ମୀ, ସ୍ବାସ୍ଥ୍ୟ କର୍ମୀ, ପଞ୍ଚାୟତ ସ୍ତରୀୟ ଲୋକ ପ୍ରତିନିଧି ଓ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲାପାଳ କହିଥିଲେ। ଡିସେମ୍ବର ଶେଷ ସପ୍ତାହ କିମ୍ବା ୨୦୨୦ ଜାନୁୟାରୀ ପ୍ରଥମ ସପ୍ତାହରେ ସ୍ବତନ୍ତ୍ର ଗ୍ରାମସଭା ଡକାଇ ନିର୍ଭୟ କଢି ଓ ମୋ ଗେହ୍ଲା ଝିଅ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବେ ବୋଲି କୁହାଯାଇଛି । ବୈଠକରେ ଜିଲା ମୁଖ୍ୟ ଚିକିସତ୍ାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀ, ଜିଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠିଆ, ଶିଶୁ ମଙ୍ଗଳ କମିଟି ସଦସ୍ୟ ସିଏଚ୍‌ ଜ୍ୟୋତି, ଏଡିଏମଓ ଡା. ଭି ସରୋଜିନୀ ଦେବୀ, ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ମିଳିଲା ହାତୀଛୁଆର ମୃତଦେହ, ଆଭ୍ୟନ୍ତରୀଣ କନ୍ଦଳରୁ…

ରିଆମାଳ,୨୦ା୧୧(ବଦ୍ରି ନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗଦଗଦା ଗ୍ରାମ ନିକଟସ୍ଥ ରମ୍ଭା ଦେବୀ ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ଏକ…

ସୁନାର ଫସଲ ଉଜୁଡି ଯିବା ଆଶଙ୍କାରେ ଚାଷୀ ଆତଙ୍କିତ, ଘାରିଛି ଋଣ ଚିନ୍ତା

ପଟ୍ଟାମୁଣ୍ଡାଇ,୨୦ା୧୧(କଳ୍ପତରୁ ନାୟକ): ସାମୁଦ୍ରିକ ଝଡ଼ ଅକ୍ୱାନ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାରେ ଗୁରୁବାର ବର୍ଷା ଓ ପବନ ଆରମ୍ଭ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ…

ଅକ୍ବାନ ପ୍ରଭାବରେ ଦିଗପହଣ୍ଡି ଜଳବନ୍ଦୀ, ବସ୍‌ଷ୍ଟାଣ୍ଡ ସମେତ ବିଭିନ୍ନ ସାହିରେ ପଶିଲା ନର୍ଦ୍ଦମା ପାଣି

ଦିଗପହଣ୍ଡି,୨୦।୧୧(ଅଶେଷ ନାଥ ମିଶ୍ର): ଅକ୍ୱାନ ପ୍ରଭାବରେ ଦିଗପହଣ୍ଡିରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଶୁକ୍ରବାର ଦିଗପହଣ୍ଡି ସହର ଉବୁ ଟୁବୁ…

ବାବୁବନ୍ଧ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ଧକ୍କାରେ ଜେଜେ-ନାତିଙ୍କ ମୃତ୍ୟୁ

ସମ୍ବଲପୁର,୨୦।୧୧(ପ୍ରମୋଦ ବହିଦାର): ଶୁକ୍ରବାର ସକାଳୁ ସକାଳୁ ଜାତୀୟ ରାଜପଥ(୫୩)ର ବାବୁବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜେଜେ ଏବଂ ତାଙ୍କର…

ସୁରକ୍ଷିତ ପରିବେଶ ପାଇଁ କିଛି ତ୍ୟାଗ କରିବାକୁ ପଡ଼ିବ: ସିଦ୍ଧାନ୍ତ ମହାପାତ୍ର

ପରିବେଶ ସୁରକ୍ଷା ବର୍ତ୍ତମାନ ସମୟରେ ବହୁ ଜରୁରୀ। ପରିବେଶ ପରିବର୍ତ୍ତନ ପାଇଁ ବରଫ ତରଳିବାଠାରୁ ଆରମ୍ଭ କରି ବହୁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଛି। ଏଭଳି ବିପର୍ଯ୍ୟୟ…

ବିଧାୟକ ହାତପାଣ୍ଠିରେ ବଡ଼ ଗଡ଼ବଡ଼: ୪୭ ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ ହୋଇନି ଟଙ୍କାଟିଏ

ଭୁବନେଶ୍ୱର,୨୦।୧୧ (ରବିନାରାୟଣ ଜେନା):ରାଜ୍ୟର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅଙ୍ଗୀକାରବଦ୍ଧ। ଏହାକୁ ନେଇ ସରକାରଙ୍କ ପକ୍ଷରୁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌ଏଲ୍‌ଏ-ଲାଡ୍‌)ର…

ବାତ୍ୟା ଅକ୍ବାନ; ୨ ଦିନ ଓଡ଼ିଶାରେ ପ୍ରବଳ ବର୍ଷା, ୧୨ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୨୦।୧୧: ବାତ୍ୟା ଅକ୍ବାନର ଲ୍ୟାଣ୍ଡଫଲ ଆରମ୍ଭ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି । ତେବେ ଆସନ୍ତା ୨ ଦିନ…

ଲ୍ୟାଣ୍ଡଫଲ କରୁଛି ବାତ୍ୟା; ଗୋପାଳପୁରରେ ସବୁଠୁ ଅଧିକ ବର୍ଷା, ପବନ…

ଭୁବନେଶ୍ବର,୨୦୧୧: ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ଅକ୍ବାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?