ବାଲ୍ୟବିବାହ ରୋକିଛି କରୋନା

ଯୋଧପୁର: ଏବେ କରୋନା ଭାଇରସ୍‌ ସଂକ୍ରମଣ ହିଁ ମଣିଷକୁ ବଞ୍ଚିବାର ନୂଆ ଷ୍ଟାଇଲ୍‌ ଶିଖାଇ ଦେଇଛି। ଏମିତି ଅନେକ ସମସ୍ୟା ଥିଲା, ଯାହାକୁ କୋଟିକୋଟି ଟଙ୍କା ଖର୍ଚ୍ଚକରି ସରକାର କରିପାରୁ ନ ଥିଲେ, ତାକୁ ସମାଧାନ କରିପାରିଛି କରୋନା। ଏଇ ଯେମିତି ବାୟୁମଣ୍ଡଳର ପ୍ରଦୂଷଣକୁ ରୋକିବା, ଗଙ୍ଗାନଦୀକୁ ସଫା ରଖିବା ଇତ୍ୟାଦି। ଠିକ୍‌ ଏମିତି ଏକ ସାମାଜିକ ସମସ୍ୟା ହେଉଛି ବାଲ୍ୟବିବାହ। ରାଜସ୍ଥାନରେ ବାଲ୍ୟବିବାହ ପ୍ରଥାକୁ ବେଶ୍‌ ସମ୍ମାନ ଦିଆଯାଏ। ବିଶେଷକରି ଅକ୍ଷୟତୃତୀୟା ପୂର୍ବରୁ ବାଲ୍ୟବିବାହ ସପ୍ତାହ ପାଳନ କରାଯାଏ। କିନ୍ତୁ ଏଥର ସଂକ୍ରମଣ ଭୟରେ ଅନେକ ସ୍ଥାନରେ ବାଲ୍ୟବିବାହ ହୋଇପାରିନାହିଁ। ରାଜ୍ୟର ବିଭିନ୍ନ ଜିଲାରେ କଲେକ୍ଟରମାନଙ୍କୁ ଏହି ସମୟରେ ବାଲ୍ୟବିବାହ ରୋକିବା ପାଇଁ ସତର୍କ ଦୃଷ୍ଟି ରଖିବା ପାଇଁ କୁହାଯାଇଥାଏ। ସରକାରଙ୍କ ଆକଟ ଥିଲେ ବି ଅନେକ ସ୍ଥାନରେ ଲୋକେ ନିଜ ପରମ୍ପରା ଅନୁସାରେ ବାଲ୍ୟବିବାହ କରାଇଥାନ୍ତି। କିନ୍ତୁ ଏଥର ସବୁଆଡ଼େ ଲୋକେ କରୋନା ଭୟରେ କୌଣସି ପ୍ରକାର ଭୋଜିଭାତ କରିବା ପାଇଁ ପ୍ରସ୍ତୁତ ହେଉନାହାନ୍ତି। ସେମାନେ ନିଜେ ନିଜେ ସତର୍କ ହୋଇ ଅଲଗା ରହୁଛନ୍ତି। କିନ୍ତୁ ବାଲ୍ୟବିବାହ ରୋକିବା ପାଇଁ କାମ କରୁଥିବା କିଛି ସଂସ୍ଥାର କହିବା ଅନୁସାରେ ଗ୍ରାମାଞ୍ଚଳରେ କରୋନା ଭାଇରସ୍‌ ନେଇ ଲୋକେ କମ୍‌ ସଚେତନ। ସେଥିପାଇଁ ବାଲ୍ୟବିବାହ ଆୟୋଜନ କରିବାର ସମ୍ଭାବନା ରହିଛି। ତେଣୁ ପୋଲିସକୁ ସତର୍କ ରହିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ପୁଣି ୫୯୧ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତ ସଂଖ୍ୟା ୧୬,୭୦୧ ରେ ପହଞ୍ଚିଲା

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ। ରାଜ୍ୟରେ ଶନିବାର ପୁଣି ୫୯୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ...

୧୫ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ପାର୍ବଣ ଯୋଗୁ ବୃଦ୍ଧି...

ମୁକ୍ତ ହେଲେଣି ୧୬,୭୮୯ କଏଦୀ

କଟକ ଅଫିସ,୩୦।୭: ରାଜ୍ୟରେ ଥିବା ଜେଲ୍‌ଗୁଡ଼ିକରେ ବର୍ତ୍ତମାନ କରୋନା ବ୍ୟାପିବାରେ ଲାଗିଛି। ପ୍ରାୟ ୮୫ଟି ଜେଲ୍‌ ମଧ୍ୟରୁ ୮ଟି ଜେଲ୍‌ରେ କରୋନା ପ୍ରବେଶ କରିସାରିଲାଣି। ଏହାକୁ...

ବିଶ୍ୱନାଥ ମୁଣ୍ଡିଆରୁ ଆସିଥିଲା ଅରୁଣସ୍ତମ୍ଭ ପାଇଁ ପଥର

ନୀଳଗିରିର ନିଧି ପଟ୍ଟନାୟକ ଦାୟିତ୍ୱ ନେଇଥିଲେ ନୀଳଗିରିରୁ ପଥର ଆଣିବା ପାଇଁ। ଚାପରେ ଲଦି ସେ ପଥର ପହଞ୍ଚେଇବା ପରେ ଖର୍ଚ୍ଚ ବାବଦକୁ ସେକାଳରେ ଦିଆଯାଇଥିଲା...

ଖୁସି ଖବର: ମାସ୍କ୍‌ ପିନ୍ଧିବାକୁ ମନା କଲେ ସରକାର…

ଜେରୁଜେଲମ୍‌,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ସୁରକ୍ଷା ଦୃଷ୍ଟିରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ମାର୍ଗଦର୍ଶିକା ଜାରି କରାଯାଇଛି । ମାସ୍କ୍‌...

ଉତ୍ତରପ୍ରଦେଶରେ ୧୫ କରୋନା ରୋଗୀ

ଲକ୍ଷ୍ନୌ,୧୭।୨: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌କୁ ନେଇ ଲଗାତର ସ୍ବାସ୍ଥ୍ୟବିଭାଗ ବୁଲେଟିନ୍‌ ଜାରି କରୁଛି। ମଙ୍ଗଳବାର ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ନୋଏଡାରେ ୨ଜଣ...

ଜମିବାଡ଼ିକୁ କେନ୍ଦ୍ର କରି ସଂଘର୍ଷ: ୩ ଗୁରୁତର, ୨ଗିରଫ

ବିଞ୍ଝାରପୁର, ୮।୪(ଡି.ଏନ.ଏ.): ବିଞ୍ଝାରପୁର ଥାନା କଲ୍ୟାଣପୁର ପଞ୍ଚାୟତ କାହ୍ନୁପୁର ଗ୍ରାମରେ ମଙ୍ଗଳବାର ଜମିବାଡିକୁ କେନ୍ଦ୍ରକରି ସଂଘର୍ଷ ଘଟିଥିଲା। ଏଥିରେ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଥିବାବେଳେ...

ମାସ୍କ ନ ପିନ୍ଧି ଜରିମାନା ଗଣିଲେ

ଖୋର୍ଦ୍ଧା ଅଫିସ,୧୪ା୪: ଲକଡାଉନ ବେଳେ ସାମାଜିକ ଦୂରତା ରକ୍ଷା ସହ ବାହାରକୁ ଆସିଲେ ମାସ୍କ ପିନ୍ଧିବାକୁ ସରକାର ଗତ ୯ତାରିଖରୁ ବାଧ୍ୟତାମୂଳକ କରିଛନ୍ତି। ତଥାପି କେତେଜଣ...

Advertisement
Archives

Model This Week