ବାଲ୍ୟବିବାହ ରୋକିଛି କରୋନା

ଯୋଧପୁର: ଏବେ କରୋନା ଭାଇରସ୍‌ ସଂକ୍ରମଣ ହିଁ ମଣିଷକୁ ବଞ୍ଚିବାର ନୂଆ ଷ୍ଟାଇଲ୍‌ ଶିଖାଇ ଦେଇଛି। ଏମିତି ଅନେକ ସମସ୍ୟା ଥିଲା, ଯାହାକୁ କୋଟିକୋଟି ଟଙ୍କା ଖର୍ଚ୍ଚକରି ସରକାର କରିପାରୁ ନ ଥିଲେ, ତାକୁ ସମାଧାନ କରିପାରିଛି କରୋନା। ଏଇ ଯେମିତି ବାୟୁମଣ୍ଡଳର ପ୍ରଦୂଷଣକୁ ରୋକିବା, ଗଙ୍ଗାନଦୀକୁ ସଫା ରଖିବା ଇତ୍ୟାଦି। ଠିକ୍‌ ଏମିତି ଏକ ସାମାଜିକ ସମସ୍ୟା ହେଉଛି ବାଲ୍ୟବିବାହ। ରାଜସ୍ଥାନରେ ବାଲ୍ୟବିବାହ ପ୍ରଥାକୁ ବେଶ୍‌ ସମ୍ମାନ ଦିଆଯାଏ। ବିଶେଷକରି ଅକ୍ଷୟତୃତୀୟା ପୂର୍ବରୁ ବାଲ୍ୟବିବାହ ସପ୍ତାହ ପାଳନ କରାଯାଏ। କିନ୍ତୁ ଏଥର ସଂକ୍ରମଣ ଭୟରେ ଅନେକ ସ୍ଥାନରେ ବାଲ୍ୟବିବାହ ହୋଇପାରିନାହିଁ। ରାଜ୍ୟର ବିଭିନ୍ନ ଜିଲାରେ କଲେକ୍ଟରମାନଙ୍କୁ ଏହି ସମୟରେ ବାଲ୍ୟବିବାହ ରୋକିବା ପାଇଁ ସତର୍କ ଦୃଷ୍ଟି ରଖିବା ପାଇଁ କୁହାଯାଇଥାଏ। ସରକାରଙ୍କ ଆକଟ ଥିଲେ ବି ଅନେକ ସ୍ଥାନରେ ଲୋକେ ନିଜ ପରମ୍ପରା ଅନୁସାରେ ବାଲ୍ୟବିବାହ କରାଇଥାନ୍ତି। କିନ୍ତୁ ଏଥର ସବୁଆଡ଼େ ଲୋକେ କରୋନା ଭୟରେ କୌଣସି ପ୍ରକାର ଭୋଜିଭାତ କରିବା ପାଇଁ ପ୍ରସ୍ତୁତ ହେଉନାହାନ୍ତି। ସେମାନେ ନିଜେ ନିଜେ ସତର୍କ ହୋଇ ଅଲଗା ରହୁଛନ୍ତି। କିନ୍ତୁ ବାଲ୍ୟବିବାହ ରୋକିବା ପାଇଁ କାମ କରୁଥିବା କିଛି ସଂସ୍ଥାର କହିବା ଅନୁସାରେ ଗ୍ରାମାଞ୍ଚଳରେ କରୋନା ଭାଇରସ୍‌ ନେଇ ଲୋକେ କମ୍‌ ସଚେତନ। ସେଥିପାଇଁ ବାଲ୍ୟବିବାହ ଆୟୋଜନ କରିବାର ସମ୍ଭାବନା ରହିଛି। ତେଣୁ ପୋଲିସକୁ ସତର୍କ ରହିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ରେଳ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ଏତେ ବଢିଗଲା ଦରମା!

ନୂଆଦିଲ୍‌ଲୀ,୨୪।୫: ହାଇ-ସ୍ପିଡ ଟ୍ରେନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଭାରତୀୟ ରେଳବାଇ ଦେଶବ୍ୟାପୀ ୧୫୫ଟି ଟ୍ରେନକୁ ଏକ ନୂତନ ‘ହାଇ-ସ୍ପିଡ’ ବର୍ଗରେ ପୁନଃବର୍ଗୀକୃତ କରିଛି। ଏହି…

‘ଖୋଲିବ ଷ୍ଟ୍ରେଟ ଅଫ ହୁର୍ମଜ’, ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ଦେଲା ଜବାବ, ଜାଣନ୍ତୁ କ’ଣ କହୁଛି ପାକିସ୍ତାନ

ତେହରାନ/ଓ୍ବାଶିଂଟନ,୨୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦାବି କରିଛନ୍ତି ଯେ ଇରାନ ସହିତ ଏକ ଶାନ୍ତି ଚୁକ୍ତି ପ୍ରାୟ ଚୂଡ଼ାନ୍ତ ହୋଇସାରିଛି, ଏବଂ ଆଲୋଚନା ଏବେ…

ପ୍ରହଲ୍ଲାଦ ସହାୟ ମୀନା ହେଲେ ଗଜପତିର ନୂତନ ଆରକ୍ଷୀ ଅଧୀକ୍ଷକ

ଗଜପତି (ଗିରିଧାରୀ ପରିଛା): ୨୪।୫ :ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇପିଏସ୍/ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷ୍ୟରେ…

ଓପିଟିସିଏଲ୍‌ର ସବୁ କର୍ମଚାରୀଙ୍କ ଛୁଟି ବାତିଲ: ମୁଖ୍ୟାଳୟ ଛାଡ଼ିବେନି କର୍ମଚାରୀ

ଭୁବନେଶ୍ୱର,୨୫।୫(ସୁନିତ୍‌ ମିଶ୍ର): ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି। ପ୍ରାୟ ସବୁ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଜୁଳି କାଟ ଏବେ ଏକ…

ସରକାର ଆଗୁଆ ସମୀକ୍ଷା କରିଥିଲେ ବିଜୁଳି ସଙ୍କଟ ହୋଇ ନ ଥାଆନ୍ତା: କଂଗ୍ରେସ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ସରକାରଙ୍କ ଅପରିଣାମଦର୍ଶିତା ଓ ଦୂରଦର୍ଶିତା ଅଭାବ ଯୋଗୁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଯଦି ସରକାର ପୂର୍ବରୁ…

ପେଟ୍ରୋଲ, ଡିଜେଲ ଉପରୁ ଭାଟ୍‌ ହ୍ରାସ ଦାବିକଲେ ବିରୋଧୀ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ରାଜ୍ୟରେ ତେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ତେଲ ଦର ୩ ଥର ବୃଦ୍ଧି ପାଇବାକୁ…

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri