ବାରିପଦାର ସୁବ୍ରତଙ୍କୁ ଜାତୀୟ ଯୁବ ପ୍ରତିଭା ସମ୍ମାନ

ବାରିପଦା ଅଫିସ,୧୩ା୮- ମୟୁରଭଞ୍ଜ ଜିଲା ବାରିପଦାସ୍ଥିତ ତକତପୁର ଅଞ୍ଚଳର ସୁବ୍ରତ କୁମାର ଦାସ ୨୦୧୬-୧୭ ବର୍ଷର ଜାତୀୟ ‘ଯୁବ ପ୍ରତିଭା ସମ୍ମାନ’ ଲାଭ କରିଛନ୍ତି। ସୋମବାର ଆନ୍ତର୍ଜାତିକ ଯୁବ ଦିବସ ପାଳନ ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଯୁବ ପ୍ରତିଭା ସମ୍ବର୍ଦ୍ଧନା ସଭାରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ମୟୂରଭଞ୍ଜ ଜିଲାରେ ପ୍ରଥମ ଯୁବକ ଭାବେ ସେ ଏହି ସମ୍ମାନ ଲାଭ କରି ଓଡ଼ିଶାର ଟେକ ବଢାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।
ସୁବ୍ରତ ପିଲାଦିନରୁ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆଗ୍ରହ ରଖିଥିଲେ। କଲେଜରେ ପାଠ ପଢିବା ସମୟରେ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ସହିତ ଜଡିତ ହୋଇଥିଲେ। ସେ ଜାତୀୟ ସେବା ଯୋଜନାରେ କାର୍ଯ୍ୟକରି ପୂର୍ବରୁ ୨ ଥର ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିଲେ। ଏଥିସହ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ଥର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ପୁରସ୍କୃତ ହୋଇ ମୟୂରଭଞ୍ଜ ଜିଲା ପାଇଁ ଗୌରବ ଆଣିଥିଲେ। ଦୃଢ ଇଚ୍ଛା ଓ ବିଶ୍ବାସ ରଖି ସର୍ବଭାରତୀୟସ୍ତରରେ ୨୦ ଜଣ ଯୁବକ ଓ ୩ଟି ଅନୁଷ୍ଠାନ ମଧ୍ୟରୁ ଓଡ଼ିଶାରୁ ଏକ ମାତ୍ର ଯୁବକ ଭାବେ ସେ ଏହି ସମ୍ମାନ ପାଇଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସଭାରେ କ୍ରୀଡା ଓ ଯୁବ ସେବା ବିଭାଗ ମନ୍ତ୍ରୀ କିରେନ ରିଜିଜୁ, ଜାତୀୟ ଯୁବ ସମ୍ପାଦିକା ଉପମା ଚୌଧୁରୀ, ଜାତୀୟ ଯୁବ ଯୁଗ୍ମ ସମ୍ପାଦକ ଅସିତ ସିଂ ଏବଂ ବିତ୍ତୀୟ ବିଭାଗ ସମ୍ପାଦକ କିରଣ ସୋନି ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ସୁବ୍ରତଙ୍କ ସମେତ ୨୩ ଜଣଙ୍କୁ ରାଷ୍ଟ୍ରୀୟ ଯୁବ ପ୍ରତିଭା ଭାବେ ସମ୍ମାନିତ କରିଥିଲେ। ପରେ ସୁବ୍ରତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ସମ୍ମାନ ଆଗକୁ ଜନସେବା କରିବା ଲାଗି ତାଙ୍କୁ ଉତ୍ସାହିତ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ରାଇରଙ୍ଗପୁର,୨୮ା୪: ମୟୂରଭଞ୍ଜ ଜିଲା ଗୋରୁମହିଷାଣି ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବହଳଦା ଥାନା...

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ରାଇରଙ୍ଗପୁର/ବିଶୋଇ,୧୫ା୫(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ବାଜ ଗୁରୁବାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ। ଜିଲାପାଳଙ୍କ ସହିତ ଜିଲା ଚିକିତ୍ସାଧିକାରୀ ରୂପଭାନୁ ମିଶ୍ର, ଉପଜିଲାପାଳ ଧର୍ମାନନ୍ଦ ବେହେରା,...

ଜାଲରେ ପଡିଲା ବିରଳ ପ୍ରଜାତିର ମାଛ

ସାରସକଣା, ୬।୯(ଡି.ଏନ.ଏ.)  ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଞ୍ଚଳରେ ଏକ ବିରଳ ପ୍ରଜାତିର ମାଛ ଜାଲରେ ଧରାପଡିଛି। ଆନ୍ତଃରାଜ୍ୟ ସୀମା ସୁବର୍ଣ୍ଣରେଖା ନଦୀ ଜାମଶୋଳା ଘାଟରେ ସ୍ଥାନୀୟ...

ଦୁର୍ଘଟଣାରେ ଚାଲିଗଲା ଡାକ୍ତରଙ୍କ ଜୀବନ

ବାରିପଦା ଅଫିସ,୨୩ା୪: ମୟୂରଭଞ୍ଜ ଜିଲାର ସୁନାମଧନ୍ୟ ବରିଷ୍ଠ ବିଶେଷଜ୍ଞ ଡାକ୍ତର ଅଞ୍ଜନ ଷଡଙ୍ଗୀଙ୍କ ରବିବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଗୁରୁତର ହୋଇ...

ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର

ଉଦଳା,୪ା୧୧(ଡି.ଏନ୍‌.ଏ.)- ଭାଲୁ ଆକ୍ରମଣରେ ଜଣେ ଛେଳି ଚରାଳି ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ ଉଦଳା ବ୍ଲକ ଖଲାଡି ପଞ୍ଚାୟତ ଅଧୀନ ଶିରିପୁର ଗ୍ରାମର...

ଗୋରୁଙ୍କୁ ଲମ୍ପି ରୋଗ, ଲୋକେ ଭୟଭୀତ

ସାରସକଣା,୧୦।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକର ପାଣ୍ଡରା ପଞ୍ଚାୟତରେ ଗୋଟିଏ ଗାଈ ଦେହରେ ଲମ୍ପି ରୋଗ ଲକ୍ଷଣ ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକେ ଭୟଭୀତ...

ଭାଲୁ ତାଡ଼ିଦେଲା ଦୁଇ ଆଖି

ଉଦଳା,୨୦ା୧୨(ଡି.ଏନ୍‌.ଏ.) – ଘର ବାଡ଼ି ପାଖକୁ ଗୋରୁ ଖୋଜିବାକୁ ଯିବା ହେଲା କାଳ । ବାଉଁଶବୁଦାରେ ଲୁଚି ରହିଥିବା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି ଜଣେ...

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବାରିପଦା ଅଫିସ,୨୧।୧୧:ମୟୁରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଏକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ହୋଇ ଥିବା ଅଭିଯୋଗ ହୋଇଛି। ଗତ ଶୁକ୍ରବାର ଉକ୍ତ ମହାବିଦ୍ୟାଳୟର...

Advertisement
Archives

Model This Week