Posted inଜାତୀୟ

ବାବା ରାମଦେବଙ୍କ କରୋନା କିଟ୍‌କୁ ନେଇ ଟୁଇଟରରେ କରାଯାଉଛି ପରିହାସ

ନୂଆଦିଲ୍ଲୀ,୨୪।୬: ଯୋଗଗୁରୁ ବାବା ରାମଦେବ ମଙ୍ଗଳବାର କରୋନା ପାଇଁ ଏକ ଆୟୁର୍ବେଦ କିଟ୍‌ ଲଞ୍ଚ କରିଥିବା ବେଳେ ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରକାରର ଜୋକ୍ସ ଶେୟାର କରାଯାଉଥିବା ଦେଖାଯାଇଛି। ତେବେ କ୍ଲିନିକାଲ ଟ୍ରାଏଲ ପରେ ଏହା କରୋନା ରୋଗୀଙ୍କୁ ଶହେ ପ୍ରତିଶତ ଠିକ୍‌ କରୁଥିବା ପତଞ୍ଜଳି ଦାବି କରୁଥିବା ବେଳେ ଏହାର ଯାଞ୍ଚ କରିବାକୁ କହିଛି ଆୟୁଷ ମନ୍ତ୍ରଣାଳୟ। ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନ ଥିବାରୁ ଏହାର ଯାଞ୍ଚ ଜରୁରୀ ବୋଲି କହିଛି ଆୟୁଷ ମନ୍ତ୍ରଣାଳୟ। ତେବେ ଏହାକୁ ନେଇ ଏବେ ଟୁଇଟରରେ #Coronil ଟ୍ରେଣ୍ଡ କରିବାରେ ଲାଗିଛି। ଲୋକ ଏଥିରେ ମେମସ୍‌ ଓ ଜୋକ୍ସ ଶେୟାର କରିବାରେ ଲାଗିଛନ୍ତି।  ଗୋଟିଏ ଫଟୋରେ ଲୋକେ ପତଞ୍ଜଳି ଷ୍ଟୋରକୁ କରୋନା ଔଷଧ ପାଇଁ ଦୌଡୁଥିବା ଦେଖାଯାଇଛି।

ସେହିପରି ପତଞ୍ଜଳି କରୋନା ଔଷଧ ଲଞ୍ଚ କରିବା ପରେ ଯେମିତି ବାବାଙ୍କ ବେଶ ପୋଷାକ ପରିବର୍ତ୍ତନ ହୋଇଯାଇଛି ତାହା ଦେଖାଯାଇଛି। ଆଉ ଏକ ଫଟୋରେ ବିଶ୍ୱା ସ୍ବାସ୍ଥ୍ୟ ସଂଗଠନ ରାମଦେବଙ୍କ ପାଖରେ ଯେମିତି ହାର ମାନିଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଔଷଧ ମାଗୁଥିବାର ଏକ ଫଟୋ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କରାଇଦେଲା ପାସ୍‌

ଲକ୍ଷ୍ନୌ,୧୮।୩: ସାରା ଦେଶରେ କରୋନା ଭାଇରସ୍‌କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ପ୍ରକୋପରୁ ବର୍ତ୍ତିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକତ୍ରିତ...

ମାପଦଣ୍ଡ ଧାର୍ଯ୍ୟ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୧: ସରକାରୀ ନିଯୁକ୍ତିରେ ଅନୁସୂଚିତ ଜାତି ଓ ଜନଜାତିର କର୍ମଚାରୀମାନଙ୍କ ପଦୋନ୍ନତି ପାଇଁ ମାପଦଣ୍ଡ ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ପଦୋନ୍ନତିରେ ସଂରକ୍ଷଣ...

୧୫ ସ୍ଥାନରେ ଦେଶର ୬୦% କରୋନା ରୋଗୀ

ନୂଆଦିଲ୍ଲୀ,୨୯ା୪: ଦିଲ୍ଲୀ ଓ ମୁମ୍ବାଇ ସମେତ ୧୫ ସ୍ଥାନରେ ଦେଶର ୬୦ ପ୍ରତିଶତ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ନୀତି ଆୟୋଗର ତଥ୍ୟରେ ଏହା ଦର୍ଶାଯାଇଛି।...

ମାଡ଼ି ଆସୁଛି ବିପଦ: ନୂଆ ଷ୍ଟ୍ରେନ୍‌ ୩ ଗୁଣା ଭୟଙ୍କର

ନୂଆଦିଲ୍ଲୀ,୪।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ନୂଆ ଷ୍ଟ୍ରେନ୍‌ ଯୋଗୁ ଆଗାମୀ ଦିନରେ ଭାରତ ଉପରେ ବିପଦ ମାଡ଼ି ଆସୁଛି। ନୂଆ...

ପାର୍ଲେ-ଜି ଏସବୁ ଚ୍ୟାନେଲକୁ ଦେବନି ବିଜ୍ଞାପନ

ମୁମ୍ବାଇ,୧୨।୧୦: ବଜାଜ କମ୍ପାନୀ ପରେ ଏବେ ବିସ୍କୁଟ ତିଆରି କରୁଥିବା କମ୍ପାନୀ ପାର୍ଲେ-ଜି ନିଜ ବିଜ୍ଞାପନକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। ସମାଜରେ ବିଷ...

ଶିବସେନା କର୍ମୀଙ୍କ ଆକ୍ରମଣ ଘଟଣା: ପୂର୍ବତନ ନୌସେନା ଅଧିକାରୀ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ

ମୁମ୍ବାଇ,୧୨।୯-ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଶୁକ୍ରବାର ଶିବସେନା କର୍ମଚାରୀମାନେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ...

କରୋନାକୁ ହରାଇଲେ ୧୦୪ ବର୍ଷୀୟା ମହିଳା

ନୂଆଦିଲ୍ଲୀ,୧୨।୧୦: ନୋଏଡାର ୧୦୪ ବର୍ଷୀୟା ଜଣେ ମହିଳା କରୋନାକୁ ହରାଇ ଘରକୁ ଫେରିଛନ୍ତି। ସେକ୍ଟର-୧୩୭ ଜେପି ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ମୂଳତଃ ଆଗ୍ରା ନିବାସୀ...

ପରିଜନଙ୍କୁ ଶେଷଥର ସାକ୍ଷାତ୍‌ କରିବାକୁ ନିର୍ଭୟା ଦୋଷୀଙ୍କୁ ଅନୁମତି ଦେଲେ ଜେଲ ପ୍ରଶାସନ

ନୂଆଦିଲ୍ଲୀ,୨୨।୨: ବହୁ ଚର୍ଚ୍ଚିତ ନିଭୟା ଗଣବଳାତ୍କାର ମାମଲାର ୪ ଦୋଷୀ ଏବେ ଫାଶୀଦଣ୍ଡ ପାଇଁ ଦିନ ଗଣୁଛନ୍ତି। ଆସନ୍ତା ମାର୍ଚ୍ଚ ୩ ସକାଳ ୬ଟାରେ ଏମାନଙ୍କୁ...

Advertisement
Archives

Model This Week