ବାତ୍ୟା ‘ଫନୀ’କୁ ନେଇ ଲୋକେ ଭୟଭୀତ

ଗଞ୍ଜାମ,୧ା୫(ଡି.ଏନ୍‌.ଏ.): ସାମୁଦ୍ରିକ ଝଡ଼‘ଫନୀ’କୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗଞ୍ଜାମ ବ୍ଲକ ଗୋଡ଼ମପେଟା, କଣ୍ଟିଆଗଡ଼, ଗୋଖରକୁଦା ଆଦି ସମୁଦ୍ର କୂଳବର୍ତ୍ତୀ ଲୋକେ ପାଣିପାଗ ବିଭାଗଠାରୁ ସୂଚନା ପାଇବା ପରେ ଏକପ୍ରକାର ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏଥିସହିତ ସାମାଜିକ ଗଣମାଧ୍ୟମର ବହୁଳ ପ୍ରଚାରପ୍ରସାର ଯୋଗୁ ଅତ୍ୟଧିକ ଭୟଭୀତ ହୋଇପଡିଛନ୍ତି ବୋଲି ଗୋଖରକୁଦା ଗ୍ରାମର ବଟେଶ୍ୱର ଜେନା କହିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶ ପରେ ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମାଇକ ଯୋଗେ ସଚେତନ କରାଯାଉଛି। ତହସିଲଦାର ଅବନୀ କୁମାର ସାହୁ ଏବଂ ବିଡିଓ ଜ୍ୟୋତିଶଙ୍କର ରାଏ ଉକ୍ତ ଗ୍ରାମଗୁଡ଼ିକୁ ଯାଇ ବାତ୍ୟା ଆଶ୍ରୟସ୍ଥଳ ଅନୁଧ୍ୟାନ କରିଛନ୍ତି। ଅନ୍ୟପଟେ ବାତ୍ୟା ଆଶଙ୍କାରେ ସ୍ଥାନୀୟ ଲୁଣଚାଷୀ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି। କାରଣ ଗତ ୫ ବର୍ଷ ଧରି ଲୁଣଚାଷ କ୍ଷତି ହୋଇ ଆସୁବାବେଳେ ଚଳିତବର୍ଷ ଭଲ ହୋଇଛି। କିନ୍ତୁ ବାତ୍ୟା ହେଲେ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଗ୍ରାମର ବୃନ୍ଦାବନ ସାହୁ କହିଛନ୍ତି। ଅନ୍ୟପକ୍ଷରେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସତର୍କ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମକୁ ଅନ୍ୟ ରାଜ୍ୟରୁ ଫେରିଲେଣି ୨ ଲକ୍ଷ ପ୍ରବାସୀ, ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାକୁ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ୨ ଲକ୍ଷ ପ୍ରବାସୀ ଫେରିଲେଣି। ଏଥିଲାଗି ଗଞ୍ଜାମରେ କରୋନା ପଜିଟିଭ୍‌...

ପୂର୍ବାହ୍ନ ୧୧ଟା ସୁଦ୍ଧା ଗଞ୍ଜାମରେ ୨୧.୩୩ ପ୍ରତିଶତ ମତଦାନ

ବ୍ରହ୍ମପୁର ଅଫିସ,୧୮ା୪: ଗଞ୍ଜାମ ଜିଲାର ଆସିକା ଲୋକ ସଭା ଏବଂ ଏହା ଅଧୀନ ୭ଟି ବିଧାନସଭା ଯଥା ଆସିକା, ହିଞ୍ଜିଳି, ସାନଖେମୁଣ୍ଡି, ସୋର ପୋଲସରା, ଖଲିକୋଟ...

ଶିକ୍ଷକ ବାପ, ପୁଅଙ୍କ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ,୨୫ା୪: ବ୍ରହ୍ମପୁର ପୋଲିସ ଏକ ଆନ୍ତଃରାଜ୍ୟ ଜାଲ୍‌ ସାର୍ଟିଫିକେଟ୍‌ କାରବାରର ପର୍ଦ୍ଦାଫାଶ କରିଛି। ନକଲି ସାର୍ଟିଫିକେଟ୍‌ ପ୍ରଦାନ କରୁଥିବା ଏକ ର଼୍ୟାକେଟକୁ ଧରିଛି। ଏହି...

୫ ହଜାର ବିଦ୍ୟାର୍ଥୀଙ୍କ ପାଇଁ ନାହାନ୍ତି ଆବଶ୍ୟକ ଶିକ୍ଷକ: ୯୦ ଅଧ୍ୟାପକ ପଦବୀରୁ ୫୫ ଖାଲି

ବ୍ରହ୍ମପୁର ଅଫିସ, ୧୧ା୯- ବ୍ରହ୍ମପୁର ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଏବେ ଗୁରୁତ୍ୱ ହରାଇବାକୁ ବସିଛି ା ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନ ଥିବାରୁ ମହାବିଦ୍ୟାଳୟରେ ଶିକ୍ଷାଦାନ...

ଏସ୍‌ଓଏସ୍‌ଏସ୍‌ ସଂସ୍ଥା ଓଡ଼ିଶା ମୁଖ୍ୟ ଗିରଫ

ବ୍ରହ୍ମପୁର ଅଫିସ/ ଭୁବନେଶ୍ୱର,୧।୪(ବ୍ୟୁରୋ): ସକ୍ସେସ୍‌ ଅନ୍‌ଲାଇନ୍‌ ସର୍ଭିସ୍‌ ସିଷ୍ଟମ୍‌ (ଏସ୍‌ଓଏସ୍‌ଏସ୍‌) ଚିଟଫଣ୍ଡ ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଳ୍ୟୁ (ଅର୍ଥନେତିକ ଅପରାଧ ଶାଖା) ଟିମ୍‌ ବ୍ରହ୍ମପୁର ଲୋଚାପଡ଼ା...

କାମ କରିବାକୁ ଯାଇଥିଲେ ବିଦେଶ, ଏବେ ଭିକ ମାଗୁଛନ୍ତି

ଛତ୍ରପୁର,୨୩।୫(ଡି.ଏନ୍‌.ଏ.) କାମ କରିବାକୁ ଯାଇ ଆରବ ଦେଶର କତରରେ ଜଣେ ଓଡ଼ିଆ ଶ୍ରମିକ ଭିକ ମାଗି ଚଳୁଥିବା ଜଣାପଡିଛି। ସେ ହେଲେ ଗଞ୍ଜାମ ଜିଲା ଖଲିକୋଟ...

ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ମହାସରସ୍ବତୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୧୩।୪(ଡି.ଏନ୍‌.ଏ.):ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ତୃୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା କରୋନା କଟକଣା ମଧ୍ୟରେ ଚାଲିଛି। ରାତ୍ର ୧.୩୦ ରୁ...

ଗ୍ରାଉଣ୍ଡ ଜିରୋରେ କରୋନା ମୁକାବିଲା, ସରପଞ୍ଚଙ୍କ ସହ ଆଲୋଚନା କଲେ ଜିଲାପାଳ

ଛତ୍ରପୁର,୧୨ା୪(ଡି.ଏନ୍‌.ଏ.)- ଗଞ୍ଜାମରେ କରୋନା ମୁକାବିଲାର ସ୍ଥିତି ଜାଣିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସରପଞ୍ଚମାନଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। କରୋନା ପ୍ରତିହତ...

Advertisement
Archives

Model This Week