ବାତ୍ୟା ଆଶଙ୍କା, ସଚେତନ କଲା ପ୍ରଶାସନ

ଦାରିଙ୍ଗବାଡ଼ି,୧୭।୫(ଡି.ଏନ.ଏ)- ବାତ୍ୟା ଅମ୍ଫନ୍‌କୁ ନେଇ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଛି। ବହୁ ଲୋକ ଦୁର୍ଗମ ଗ୍ରାମରେ ରହୁଥିବାବେଳେ ଚାରିଆଡ଼େ ପାହାଡ଼,ଜଙ୍ଗଲ ଏବଂ ନଦୀନାଳ ପ୍ରବାହିତ ହେଉଛି। ଯଦି ବାତ୍ୟା ହୁଏ କିଭଳି ସୁରକ୍ଷିତ ରହିବା ସହ ଜରୁରୀ ପରିସ୍ଥିତିରେ ଅଞ୍ଚଳରେ କରାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ଯିବେ ସେନେଇ ସତର୍କ କରାଯାଇଥିଲା। ବିନା କାରଣରେ ଘରୁ ପଦାକୁ ନବାହାରିବାକୁ କୁହାଯାଇଥିଲା। ରବିବାର ଠାରୁ ଆସନ୍ତା ବୁଧବାର ପର୍ଯ୍ୟନ୍ତ ସତର୍କ ସୂଚନା ଦିଆଯାଇଛି। ଦାରିଙ୍ଗବାଡ଼ି ତହସିଲଦାର ନୀତିଶ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ରାଜସ୍ବ ନିରୀକ୍ଷକ କେଦାରଚନ୍ଦ୍ର ସାହୁଙ୍କ ସମେତ ସୁମନ୍ତ କୁମାର ଜାନୀ, ମୃତ୍ୟୁଞ୍ଜୟ ଦିଗାଳ, ଦେବାଶିଷ ନାୟକ, ଜିତେନ୍ଦ୍ର କୁମାର ସାହୁ, ବିଜୟ କୁମାର ବେହେରା, ଉମାଶଙ୍କର ଖଣ୍ଡଗିରି, ବିଚିତ୍ର ମଲ୍ଲିକ, ପ୍ରମୁଖ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଘର ଘର ବୁଲି ସଚେତନ କରୁଛନ୍ତି। ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବା ତହସିଲଦାର ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ନିଲାମକୁ ଗ୍ରାମବାସୀଙ୍କ ବିରୋଧ

ବାଲେଶ୍ୱର ଅଫିସ,୨୮।୩: ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ଘୁଙ୍ଗି ମୌଜାର ସୋନ ନଦୀକୂଳରେ ଅବସ୍ଥିତ ବୋଇତବାଙ୍କ ଗ୍ରାମ ଆଜି ସଂକଟରେ। ଭୌଗୋଳିକ ଅବସ୍ଥିତି...

ଦୁର୍ଲଭ ବୃକ୍ଷ ଗବେଷଣାରେ ୨ ଯୁବ ଓଡ଼ିଆ

ପୁରୀ ଅଫିସ,୨୫।୭: ହିମାଳୟ ପାଦଦେଶର ଘଞ୍ଚ ଜଙ୍ଗଲରେ ବିଲୁପ୍ତ ପ୍ରାୟ ଔଷଧୀୟ ବୃକ୍ଷରାଜିର ଅନୁସନ୍ଧାନ କରୁଛନ୍ତି ଦୁଇଜଣ ଓଡ଼ିଆ ଯୁବ ଗବେଷକ। ସେମାନେ ହେଲେ ପୁରୀର...

କରୋନା ମୁକାବିଲା ନେଇ ଗ୍ରାମସଭାରେ କମିଟି ଗଠନ

ବନ୍ତ,୨୮।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ପଞ୍ଚାୟତରେ କରୋନା ମୁକାବିଲା ନେଇ ଗ୍ରାମସଭାରେ କମିଟି ଗଠନ କରାଯାଇଛି। ଆପ୍ତିରା ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ସରପଞ୍ଚ...

ଛୁରି ଭୁସି ହତ୍ୟା ଘଟଣା: ଜେଲ ଗଲେ ୨ ଭାଇ

ଦିଗପହଣ୍ଡି,୨୬ା୧୦(ଡି.ଏନ୍‌.ଏ.)- ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶନିବାର ବଚ୍ଚନ ସ୍ବାଇଁଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ବଚ୍ଚନଙ୍କ ଭଉଣୀ ଲକ୍ଷ୍ମୀଙ୍କ...

କୋଭିଡ୍‌ ନିୟମ ଉଲ୍ଲଂଘନ: ୨ ଚା’ ଦୋକାନ ସିଲ୍‌, ପରିବାରବର୍ଗଙ୍କୁ ୨୮ ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ

ଦାରିଙ୍ଗବାଡ଼ି,୧୫ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଠାରେ ୨ଟି ଚା’ଦୋକାନ ଖୋଲାଯିବା ଏବଂ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରାଯିବା ଅଭିଯୋଗରେ ଦାରିଙ୍ଗବାଡ଼ି ତହସିଲଦାର ତଥା...

ଶୂନ୍ୟ ହେଉଛି କୁପାରୀ ପୁଣ୍ୟଭୂମି: ଏବେ ମାଙ୍କଡ଼ା ଖଣି ଉପରେ ଲୋଲୁପ ଦୃଷ୍ଟି

ଖଇରା, ୨୧।୧୨ – ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ସାଂସ୍କୃତିକ ପୀଠ ପୁଣ୍ୟଭୂମି ଭାବେ ସାରା ଓଡିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି...

ରାଷ୍ଟ୍ରୀୟ ଖାଦାନ ମଜଦୁର ସଂଘର ଉପସଭାପତି ହେଲେ ରବୀନ୍ଦ୍ର

ଝାରସୁଗୁଡ଼ା ଅଫିସ୍‌,୨୪।୧୨: ରାଷ୍ଟ୍ରୀୟ ଖାଦାନ ମଜଦୁର ଫେଡେରେଶନ (ଆଇଏନ୍‌ଏମ୍‌ଏଫ୍‌)ର ୩୨ତମ ମହାଧିବେଶନ ଗତ ୩ଦିନ ଧରି ପୁରୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବହୁ...

ବାହାଘରକୁ ଯାଉଥିବା ବେଳେ ଓଲଟିଲା ପିକ୍‌ଅପ୍‌: ୧୫ରୁ ଊର୍ଦ୍ଧ୍ୱ ଆହତ, ୭ ଗୁରୁତର

ପାରଳାଖେମୁଣ୍ଡି,୨୭ା୪(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ପିକ୍‌ଅପ୍‌ ଓଲଟି ପଡ଼ିଛି। ଫଳରେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲା ବେଳେ ୭ ଜଣଙ୍କ...

Advertisement
Archives

Model This Week