ବାତ୍ୟା ‘ଅମ୍ଫନ୍‌’ ପ୍ରଭାବ: ଭଦ୍ରକରେ ବଢୁଛି ପବନର ବେଗ, ୧୩ ହଜାର ଲୋକଙ୍କୁ ସ୍ଥାନାନ୍ତର କଲାଣି ପ୍ରଶାସନ

ଭଦ୍ରକ ଅଫିସ,୨୦।୫- ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍‌’। ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ଝଡ଼ବର୍ଷା ଲାଗି ରହିଛି। ଭଦ୍ରକ ଜିଲାରେ ମଧ୍ୟ ଧିରେ ଧିରେ ପବନର ବେଗ ବଢ଼ିବାରେ ଲାଗିଛି। ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟାରୁ ଜିଲାରେ ବର୍ଷା ଲାଗିରହିଥିବା ବେଳେ ବୁଧବାର ସକାଳ ୬ଟାରୁ ପବନର ବେଗ ୭୭ କିମି ଆକଳନ କରାଯାଇଥିଲା। ଏବେ ଏହା ପର୍ଯ୍ୟାୟ କ୍ରମେ ବଢ଼ିବାରେ ଲାଗିଛି। ଜିଲାର ସମୁଦ୍ର କୁଳିଆ ବ୍ଲକ କୁହାଯାଉଥିବା ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୭୨ଟି ଗାଁରେ ହାଇଆଲର୍ଟ ଜାରି କରାଯାଇଛ। ଖବର ଲେଖାଯିବା ସୁଦ୍ଧା ପ୍ରାୟ ୧୩ ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳୀରେ ରଖାଯାଇଛି। ସେହିଭଳି ଜିଲାରେ ଏନ୍‌ଡିଆର୍‌ଏଫ୍‌ର ୩ ଟି ଓ ଓଡ୍ରାଫ୍‌ର ୨ଟି ଟିମ୍‌ ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି। ପ୍ରମୁଖ ଶାସନ ସଚିବ ଏସ୍‌ କେ ଲୋହାନୀ ଓ ଆଇଜି ଘନଶ୍ୟାମ ଉପାଧ୍ୟାୟ ଭଦ୍ରକରେ ମଙ୍ଗଳବାର ରାତିରୁ ଡେରା ପକାଇଛନ୍ତି। ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସଙ୍କ ସହ ଏହି ଦୁଇ ଅଧିକାରୀ ଆଲୋଚନା କରି ପରିସ୍ଥିତି ଉପରେ ନଜର ରଖିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ କରିବାକୁ ମତଦାତା ଉତ୍ସାହୀ

ବଇଣ୍ଡା/ ଖମାର,୨୦।୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ୨୦ ତାରିଖ ରବିବାର ଅନୁଗୋଳ ଜିଲାର ଆଠମଲ୍ଲିକ ଓ ପାଲଲହଡ଼ା ବ୍ଲକରେ ଅନୁଷ୍ଠିତ ହେବ।...

ସ୍ମାର୍ଟସିଟିର ବିକଳ ଚିତ୍ର

ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ଯୋଜନା ପରେ ଯୋଜନା କରୁଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସଫେଇ...

କରୋନାର ତୃତୀୟ ଲହରକୁ ନେଇ ଶିଶୁଙ୍କ ସ୍ବାସ୍ଥ୍ୟ ଜୋର୍‌ଦାର ଯାଞ୍ଚ

ବୁଗୁଡ଼ା,୧୩ା୬(ଡି.ଏନ୍‌.ଏ.): କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମରେ ଅଙ୍ଗନଓ୍ବାଡ଼ି ଓ ଆଶା କର୍ମୀମାନେ ଘର...

ରାଜ୍ୟରେ କରୋନାର ସଙ୍ଗିନ ସ୍ଥିତି: ଦିନକରେ ୧୩୭୯ ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ରବିବାର ରାଜ୍ୟରେ ୧୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ଟ୍ରକ୍‌କୁ ଧକ୍କା ଦେଇ ବାଇକ୍‌ ଆରୋହୀ ମୃତ

ମାଲକାନଗିରି,୨୧ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ତୁମୁକିମାଡକା ଗ୍ରାମ ନିକଟରେ ଜଣେ ବାଇକ୍‌ ଆରୋହୀ ଏକ ଟ୍ରକ୍‌ ପଛକୁ ଧକ୍କା ଦେଇ ଘଟଣା ସ୍ଥଳରେ...

ସ୍କୁଲ ଜମିକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୧ ମୃତ, ୫ ଆହତ

ବାଲେଶ୍ୱର ଅଫିସ/ବାଲିଆପାଳ, ୧୪।୧୦(ସ୍ବ.ପ୍ର.): ବାଲେଶ୍ବର ଜିଲା ବାଲିଆପାଳ ଥାନା ନୁଆଗାଁ ପଞ୍ଚାୟତ କଟ୍ରମହଲ ଗାଁରେ ସୋମବାର ସ୍କୁଲ ଜମି ଜବରଦଖଲକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଛି।...

ଗାଡ଼ି କିସ୍ତି ଦେବାକୁ ଆସୁଥିଲେ: ଦୁର୍ଘଟଣାରେ ଦାଦା, ପୁତୁରା ମୃତ

କାମାକ୍ଷାନଗର, ୬।୫(ଡି.ଏନ୍‌.ଏ.): ଯେଉଁ ଗାଡ଼ିର ଇଏମ୍‌ଆଇ କିସ୍ତି ଦେବାକୁ ଆସୁଥିଲେ ସେହି ଗାଡ଼ି ଦୁର୍ଘଟଣାରେ ଲିଭିଗଲା ଦାଦା, ପୁତୁରାଙ୍କ ଜୀବନ ଦୀପ। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼...

କୃଷି ମନ୍ତ୍ରୀଙ୍କ ପାଟଣା ଗସ୍ତ: ବୁଲି ଦେଖିଲେ ଲେମନ୍‌ ଗ୍ରାସ ଚାଷ

ପାଟଣା,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ଯମୁନା ପଶି ପଞ୍ଚାୟତ କୋଡ଼ଖମଣ ଗ୍ରାମର ଲେମନ ଗ୍ରାସ ଚାଷ, ବାଁଉଶୁଳି ପଞ୍ଚାୟତ ଗୁଡିପୋଖରୀ ଗ୍ରାମର ଧାଡି ରୁଆ...

Advertisement
Archives

Model This Week