ବାଇକ୍‌ ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍‌

ନାଉଗାଁ,୫ା୧(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ମହିମା ଆଶ୍ରମ ସମ୍ମୁଖରୁ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ସହିତ ବ୍ୟାଙ୍କ ପାସବୁକ ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟ୍‌ କରିଛନ୍ତି। ଏନେଇ ଶୁକ୍ରବାର ନାଉଗାଁ ଥାନାରେ ରଞ୍ଜିତ ଦାସ ନାମକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ମହିମା ଆଶ୍ରମର ମା’ ରିନାରାଣୀ ଦାସଙ୍କ ବ୍ୟାଙ୍କ ପାସବୁକରୁ ଉକ୍ତ ଆଶ୍ରମର ରଞ୍ଜତ୍ତ ଦାସ ଓ ମହେଶ ଜେନା ନାମଙ୍କ ଦୁଇ କର୍ମଚାରୀ ଡେରିକିସ୍ଥିତ ବ୍ୟାଙ୍କରୁ ଏକଲକ୍ଷ ଟଙ୍କା ଉଠାଇ ସେମାନଙ୍କ ସିଡି ଡିଲକ୍ସ ବାଇକ ଡିକିରେ ରଖିଥିଲେ। ପରେ ଆଶ୍ରମର ଜେନେରେଟର ଓ ଟ୍ରାକ୍ଟର ପାଇଁ ନାଉଗାଁର ଏସାର ପେଟ୍ରୋଲ ପମ୍ପରୁ ଡିଜେଲ ଆଣିଥିଲେ। ସେଠାରୁ ଆସି ଆଶ୍ରମ ସମ୍ମୁଖରେ ବାଇକ ରଖି ଡିଜେଲ ରଖିବାକୁ ଆଶ୍ରମ ଭିତରକୁ ଯାଇଥିଲେ। ବାହାରକୁ ଆସି ଦେଖିବା ବେଳକୁ ଦୁଇ ଅଚିହ୍ନା ଯୁବକ ତାଙ୍କ ବାଇକ ଡିକି ଭାଙ୍ଗି ଟଙ୍କା ଓ ସମସ୍ତ କାଗଜପତ୍ର ନେଇ ଏକ କଳା ପଲସରରେ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକ ଏହା ଦେଖି ଡାକ ପକାଇଥିଲେ ମଧ୍ୟ ଉକ୍ତ ଦୁଇ ଯୁବକ ନାଉଗାଁ ଆଡକୁ ପଳାଇ ଯାଇଥିଲେ। ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ୧/୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ଥାନାଧିକାରୀ ପ୍ରଜ୍ଞା ରିତାମ୍ଭର କର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା: ଗଞ୍ଜାମ, କନ୍ଧମାଳ ଜିଲାର ସବୁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ବ୍ରହ୍ମପୁର ଅଫିସ/କନ୍ଧମାଳ, ୬।୯(ଡି.ଏନ୍‌.ଏ.): ପ୍ରବଳ ବର୍ଷା ଯୋଗୁ କନ୍ଧମାଳ ଓ ଗଞ୍ଜାମ ଜିଲାର ସ୍ଥିତି ବେହାଲ ହୋଇପଡ଼ିଛି। କେଉଁଠି ରାସ୍ତାରେ ଜଳ ପ୍ରବାହିତ ହେଉଛି ତ...

ଆସନ୍ନ ବିପଦକୁ ନେଇ ବଢ଼ିଲା ଯାତ୍ରୀଙ୍କ ଚିନ୍ତା

ଖଇରା,୬।୩(ଡି.ଏନ.ଏ.):ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର- ଗୋଳିହା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର କଣ୍ଟାବଣିଆଠାରୁ ପତିରାଜପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନିକଟରେ ଶେଷ ହୋଇଛି।...

କେରଳରେ ଓଡ଼ିଆ ମହିଳା ଶ୍ରମିକ ନିର୍ଯାତିତ

ଭୁବନେଶ୍ୱର, ୫।୫ (ବ୍ୟୁରୋ)/ କେନ୍ଦ୍ରାପଡ଼ା ଅଫିସ: କରୋନା କଟକଣା ପାଇଁ କେରଳରେ ଫସି ରହିଥିବା କେନ୍ଦ୍ରାପଡ଼ାର ୧ହଜାରରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଏବେ ନାନା ନିର୍ଯାତନାର...

୨ ଟ୍ରକ୍‌ ମୁହାଁମୁହିଁ: ୧ ମୃତ, ୪ ଆହତ

ସମ୍ବଲପୁର, ୧୯।୮(ବ୍ୟୁରୋ): ସମ୍ବଲପୁର ଜିଲା ଜୁଜୁମୁରା ଥାନା ଅନ୍ତର୍ଗତ ଝାଙ୍କରପାଲି ଗ୍ରାମ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ସୋମବାର ସକାଳେ ୨ଟି ଟ୍ରକ୍‌ ମୁହାଁମୁହିଁ...

ଏବେ ବି ଝିଅ ନିଖୋଜ

ସମ୍ବଲପୁର,୪ା୧୦(ବ୍ୟୁରୋ): ମହାନଦୀର ସମ୍ବଲପୁର ଜିଲା ଦଲେଇପଡ଼ା ମହିଳା ଘାଟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଝିଅଙ୍କୁ ବଞ୍ଚାଇବାକୁ ଯାଇ ଗୋଟିଏ ପରିବାରର ୩ ଜଣ...

ବୌଦ୍ଧରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ବୌଦ୍ଧ,୨୬।୧(ସ୍ବ.ପ୍ର.): ବୌଦ୍ଧରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ କଚେରୀ ଖେଳପଡିଆଠାରେ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଲଲାଟେନ୍ଦୁ...

ମାମଲା ନ କରିବାକୁ ଲାଞ୍ଚ: ଭିଜିଲାନ୍ସ ଜାଲରେ ରାମଗିରି ଫରେଷ୍ଟର

ବ୍ରହ୍ମପୁର ଅଫିସ/ରାମଗିରି,୧୫ା୧(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି ବ୍ଲକ ରାମଗିରି ବନଖଣ୍ଡ ଫରେଷ୍ଟର ଦିବାକର ଲେଙ୍କା ମଙ୍ଗଳବାର ଜଣେ କରତକଳ ମାଲିକଙ୍କ ନଁାରେ ମାମଲା ରୁଜୁ ନ କରିବା...

ଆରାଧନାମୁହାଁ ଆଲୁମିନିୟମନଗରୀ

ବଅଁରପାଳ, ୧୭ା୯ (ଉପେନ୍ଦ୍ର ରାଉତ): ରଙ୍ଗିନ ଆଲୋକମାଳାରେ ଝଲସୁଛି ଅନୁଗୋଳର ନାଲ୍‌କୋନଗର। ଚାରିଆଡ଼େ ଉତ୍ସାହ ଉଦ୍ଦୀପନା। ୨ ବର୍ଷ ପରେ ଶନିବାର ଧୁମ୍‌ଧାମରେ ଦେବଶିଳ୍ପୀଙ୍କ ପୂଜା...

Advertisement
Archives

Model This Week