ବହୁରୂପୀ କରୋନା: ସେଥିପାଇଁଁ ଅଧିକ ସତର୍କତା ଜରୁରୀ

ନୂଆଦିଲ୍ଲୀ,୨୦।୪: ବିଶ୍ୱର ମୁଣ୍ଡ ବିଗାଡିଲାଣି ଚାଇନାରୁ ଆସିଥିବା କରୋନା ଭାଇରସ। ଏହି ଭାଇରସ ସଂକ୍ରମଣରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏମିତିକି ଆମେରିକା ଭଳି ଶକ୍ତିଶାଳୀ ଦେଶ ବି କରୋନା ଭାଇରସ ସାମ୍ନାରେ ନିଜକୁ ଅସହାୟ ମଣୁଛି। କାରଣ ଏବେ କରୋନା ସଂକ୍ରମଣରେ ଆମେରିକାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏହି କରୋନା କବଳରେ ଏବେ ଭାରତ। ଯଦିଓ ଏଠାରେ ଏତେ ପରିମାଣରେ ସଂକ୍ରମିତ ନାହାନ୍ତି ତଥାପି ଯେଉଁ ହାରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ତାହା ଏବେ ଚିନ୍ତାର କାରଣ ପାଲଟି ଯାଇଛି। ଗୋଟିଏ ଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଚିହ୍ନଟ ହୋଇଥିବା ପ୍ରାୟ ୧୮୬ ଜଣ କରୋନା ସଂକ୍ରମିତ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତିି। କାରଣ ନା ଏମାନଙ୍କ ପାଖରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇଥିଲା ନା ଏମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ରହିଛି। ତେଣୁ ଏବେ ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ୧୮୬ ଜଣ କରୋନା ସଂକ୍ରମିତ ଏବେ ଚିନ୍ତାର କାରଣ। ଏମାନଙ୍କ ସମ୍ପର୍କରେ ଏବେ ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ ଏମାନଙ୍କ ସଂସ୍ପର୍ଶରେ ଆସିଥବା ଲୋକଙ୍କୁ ମଧ୍ୟ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି। ସେପଟେ ମହାରାଷ୍ଟ୍ରରେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହା ସେଠାକାର ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ସେଠାକାର ସାଧାରଣ ଲୋକ କରୋନାରୋ ସଂକ୍ରମିତ ହେବା ଆଉ ଏକ ଚିନ୍ତାର କାରଣ ହୋଇଛି। ଏହାକୁ ନେଇ ଏବେ ଆଲୋଚନା ହେଉଛି କି କରୋନା ଭାଇରସ ହେଉଛି ବହୁରୂପୀ। ଏହା କାହାକୁ କେତେବେଳେ ଆକ୍ରାନ୍ତ କରିବ ତାହା ଏବେ ବୁଝିବା ମୁସ୍କିଲ ହୋଇ ପଡିଛି। ଆଖିକୁ ଦେଖାଯାଉ ନ ଥିବା ଏହି ଭାଇରସର କୌଣସି ଚିକିତ୍ସା ସୁବିଧା ନ ଥିବାରୁ ଏଥିପାଇଁ ଅଧିକ ସତର୍କତା ଜରୁରୀ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନ୍‌ ସଫାକଲେ ଜିଲାପାଳ

ରାମପୁର,୨୪।୮: ଉତ୍ତର ପ୍ରଦେଶ ରାମପୁର ଜିଲାର ଜିଲାପାଳ ଅନଜାନେୟ କୁମାର ସିଂ ଡ୍ରେନ୍‌ ସଫା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଜିଲାପାଳ କହିଛନ୍ତି...

କେସିଆର୍‌ଙ୍କ ନୂଆ ଦଳ ଘୋଷଣା ପୂର୍ବରୁ ଲୋକଙ୍କୁ ମଦ-କୁକୁଡ଼ା ବାଣ୍ଟିଲେ ଟିଆରଏସ୍‌ ନେତା ରାଜନାଲା ଶ୍ରୀହରି…

ହାଇଦ୍ରାବାଦ,୪।୧୦ : ତେଲେଙ୍ଗାନା ରାଷ୍ଟ୍ର ସମିତି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ବିଷୟରେ ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଚାଲିଛି ଯେ...

ସ୍ବାସ୍ଥ୍ୟସେବା ଲାଗି ୬୯ ହଜାର କୋଟି

ନୂଆଦିଲ୍ଲୀ, ୧ା୨: କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ସ୍ବାସ୍ଥ୍ୟସେବାର ବିକାଶ ଲାଗି ମୋଟ ୬୯ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ପ୍ରଧାନମନ୍ତ୍ରୀ...

ହିନ୍ଦୁ କରୁଛନ୍ତି ମସଜିଦ୍‌ର ରକ୍ଷାଣବେକ୍ଷଣ

ପାଟନା,୮।୯: ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ବିହାର ନାଳନ୍ଦା ଜିଲାର ମାଡ଼ି ଗାଁ ସାମ୍ପ୍ରଦାୟିକ ସଦ୍‌ଭାବର ଏକ ନିଆରା ଉଦାହରଣ...

ଦୀପାବଳିରେ ହେବନାହିଁ ବିଜୁଳି କାଟ: ଆଦିତ୍ୟନାଥ

ଲକ୍ଷ୍ନୌ,୮।୧୦: ଆସନ୍ତା ଦୀପାବଳିରେ ଉତ୍ତର ପ୍ରଦେଶରେ ବିଜୁଳି କାଟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍‌ ୨୪ ଘଣ୍ଟା...

ଶେଷ ହେଲା କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୧୫ ।୨: ଦେଶରେ କରୋନା ମହାମାରୀର ତୃତୀୟ ଲହର କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୭,୪୦୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା...

ଭାଜପା ପ୍ରାର୍ଥୀଙ୍କ ଗାଡ଼ି ଉପରେ ଆକ୍ରମଣ

କୋଲକାତା, ୪ା୪: ଅଭିନେତ୍ରୀ ତଥା ପଶ୍ଚିମବଙ୍ଗର ବେହଲା ଆସନ ଭାଜପା ପ୍ରାର୍ଥୀ ପାୟଲ ସରକାରଙ୍କ ଗାଡ଼ି ଉପରେ ରବିବାର ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସମର୍ଥକମାନେ ଆକ୍ରମଣ କରିଥିବା...

‘ଫ୍ରି କଶ୍ମୀର’ ପୋଷ୍ଟରକୁ ନେଇ ଆରମ୍ଭ ହେଲା ରାଜନୀତି

ମୁମ୍ବାଇ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ଦେଖାଯାଇଥିବା ଛାତ୍ର ଅଶାନ୍ତିକୁ ନେଇ ମୁମ୍ବାଇର ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆରେ ସୋମବାର ବିରୋଧ ପ୍ରଦର୍ଶନ କରାଯାଇଥିଲା। ମଙ୍ଗଳବାର ସେଠାରେ...

Advertisement
Archives

Model This Week