ବସ୍‌ରେ ଏସ୍‌ଓପି ପାଳନ ନେଇ ଯାଞ୍ଚ କଲା ବିଏମ୍‌ସି

ଭୁବନେଶ୍ୱର,୨୦ା୩(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସମସ୍ତ ଘରୋଇ ଓ ସରକାରୀ ସଂସ୍ଥାକୁ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଡ୍ୟୁୟର (ଏସ୍‌ଓପି) ଜାରି କରିଛି। ଉକ୍ତ ଏସ୍‌ଓପିକୁ ସଂସ୍ଥାଗୁଡ଼ିକ ପାଳନ କରୁଛନ୍ତି କି ନାହିଁ ସେ ନେଇ ନିୟମିତ ଯାଞ୍ଚ କରାଯାଉଛି। ଏହି ମର୍ମରେ ବିଏମ୍‌ସିର ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ସହ ଆର୍‌ଟିଓ ଅଧିକାରୀ ଏବଂ କମିଶନରେଟ ପୋଲିସ୍‌ର ମିଳିତ ଟିମ୍‌ ଗୁରୁବାର ରାସ୍ତାରେ ଚଳାଚଳ କରୁଥିବା ବିଭିନ୍ନ ଘରୋଇ ବସ୍‌ ଯାଞ୍ଚ କରିଛନ୍ତି। ଜୋନାଲ ଡେପୁଟି କମିଶନର ରଥଙ୍କ ନେତୃତ୍ୱରେ ସ୍ଥାନୀୟ କଳ୍ପନା ଛକସ୍ଥିତ ବସ୍‌ଷ୍ଟାଣ୍ଡରେ ଏହି ଯାଞ୍ଚ କରାଯାଇଥିଲା। ବସ୍‌ଗୁଡ଼ିକ ଅଧିକ ଯାତ୍ରୀ ନେଉଛନ୍ତି କି ନାହିଁ ଓ ବସ୍‌ଯାତ୍ରୀଙ୍କ ହାତକୁ ସାନିଟାଇଜରରେ ସଫା କରାଯାଉଛି କି ନାହିଁ ତାହା ଯାଞ୍ଚ ହୋଇଥିଲା। ବସ୍‌ ମାଲିକମାନଙ୍କ ପାଇଁ ବିଏମ୍‌ସି ଜାରି କରିଥିବା ଏସ୍‌ଓପିକୁ ସେମାନେ ମାନୁଛନ୍ତି କି ନାହିଁ ସେନେଇ ମଧ୍ୟ ଯାଞ୍ଚ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଯାଞ୍ଚ କରାଯାଇଥିଲା। କଟକରୁ ପୁରୀ, ଭୁବନେଶ୍ୱରରୁ ପୁରୀ ଯାଉଥିବା ଘରୋଇ ଓ ସରକାରୀ ବସ୍‌ ସମେତ ଟୁରିଷ୍ଟ ବସ୍‌ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ଘରୋଇ, ସରକାରୀ ଓ ଟୁରିଷ୍ଟ ବସ୍‌ଗୁଡ଼ିକରେ ଯାତ୍ରୀଙ୍କ ସଂଖ୍ୟା କମ୍‌ ଥିବାବେଳେ ବସ୍‌ କର୍ତ୍ତୃପକ୍ଷ ଏସ୍‌ଓପିକୁ ମାନୁଥିବା ଦେଖିବାକୁ ମିଳିଥିଲା। ଆଗକୁ ମଧ୍ୟ ଏହିପରି ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ବିଏମ୍‌ସି କମିଶନର ଚୌଧାରୀ କହିବା ସହ ବସ୍‌ କର୍ତ୍ତୃପକ୍ଷ ସଚେତନ ହୋଇ ଜନସାଧାରଣଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନଦେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ନିକ୍‌ ସ୍ପଟ୍‌ରେ ରୂପାନ୍ତରିତ ହେବ ଡ୍ୟାମ୍‌ ଅଞ୍ଚଳ

ଯାଜପୁର ଅଫିସ,୨୪ା୬: ରାଜ୍ୟରେ ଥିବା ଜଳଭଣ୍ଡାର, ଜଳାଶୟ ଏବଂ ସ୍ବତନ୍ତ୍ର ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳରେ ପିକନିକ୍‌ ସ୍ପଟ୍‌, ସୌନ୍ଦର୍ଯ୍ୟକରଣ, ସଂଗ୍ରହାଳୟ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ...

ସାଇବର ଅପରାଧ ରୋକିବାକୁ ବ୍ୟାପକ ହେବ ପ୍ରୟାସ

ଭୁବନେଶ୍ବର,୧।୨(ବ୍ୟୁରୋ): ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀସ୍ତରରେ କରାଯାଉଥିବା ପ୍ରୟାସକୁ ଆହୁରି ବ୍ୟାପକ କରାଯିବ। ଦୈନିକ ଅର୍ଥନୈତିକ ଅପରାଧ ସହ ମହିଳା ଓ ଶିଶୁଙ୍କ ଉପରେ...

ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲା: ପୋଲିସ ହାତରେ ରାକେଶର ସାଙ୍ଗ

ଯାଜପୁର/ଭୁବନେଶ୍ୱର,୧୧।୪: ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଯାଜପୁର ପୋଲିସ ପ୍ରାୟ ୩ ମାସ ପରେ ଗିରଫ...

ଜଗତ୍‌ପୁରରୁ ନକଲି ସୋୟାବଡ଼ି କାରଖାନା ଠାବ: ନାମୀଦାମୀ କମ୍ପାନୀର ଲୋଗୋ ସମେତ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଜବତ

କଟକ ଅଫିସ,୨୦ା୧୨: ଜଗତ୍‌ପୁର ଶିଳ୍ପାଞ୍ଚଳ ଫେଜ୍‌-୨ରେ ଥିବା ମାହେକ୍‌ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ନାମକ ଏକ ନକଲି ସୋୟାବଡି କାରଖାନାକୁ ଶନିବାର ପୋଲିସ ଠାବ କରିଛି।...

ସାଢେ ୩ କୋଟିଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୭୫ ତମ ସ୍ବାଧୀନତା ଦିବସ ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡର...

ଆଖଡ଼ାଶାଳିିିଠାରେ ନଦୀ ଭିତ୍ତିକ ବନ୍ଦର ନେଇ ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ

ମହାକାଳପଡ଼ା,୨୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ସ୍ଥାନୀୟ ଆଖଡ଼ାଶାଳିଠାରେ ମହାନଦୀ ଶାଖା ଗୁପ୍ତିଗିରି ମଧ୍ୟରେ ଏକ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର...

ବିଧାନସଭାରେ ଉତ୍ତର ରଖିଲେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ : ‘ଧରିତ୍ରୀ’ ସର୍ବାଧିକ ପ୍ରସାରିତ ଖବରକାଗଜ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ରାଜ୍ୟରେ ପ୍ରସାରିତ ଖବରକାଗଜଗୁଡିକ ମଧ୍ୟରୁ ‘ଧରିତ୍ରୀ’ ପ୍ରସାରଣ ସର୍ବାଧିକ। ଚଳିତ ବର୍ଷ ଜାନୁୟାରୀ ୨୪ରେ ପ୍ରକାଶିତ ତଥ୍ୟକୁ ଆଧାର କରି ସୂଚନା ଓ...

ବାଲିମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ତେଜିଲା

ନୀଳଗିରି, ୨୧।୫(ସ୍ବ.ପ୍ର.) ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସୋନ ନଦୀପଠାରୁ ପ୍ରତ୍ୟେକ ଦିନ ଟ୍ରିପ୍‌ ଟ୍ରିପ୍‌ ବାଲି ଚାଲାଣ ହେଉଛି। ଏହାକୁ ରୋକିବା ପାଇଁ ପ୍ରଶାସନ...

Advertisement
Archives

Model This Week