ବଳାତ୍କାର ଅଭିଯୋଗ, ଯୁବକ ଗିରଫ

ପାଲଲହଡ଼ା, ୫ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଅଭିଯୋଗରେ ବରାହକୁଦର ଗ୍ରାମର ଚିତ୍ତରଞ୍ଜନ ମହନ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ପୋଲିସ ସୂଚନା ମୁତାବକ, ଚିତ୍ତରଞ୍ଜନ ୩ ମାସ ହେଲା ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ସହ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ଯୁବତୀ ଜଣକ ବିବାହ ପାଇଁ କହିବାରୁ ଚିତ୍ତରଞ୍ଜନ ଆଉ ଧରାଛୁଆଁ ଦେଇ ନ ଥିଲେ। ଏ ନେଇ ଯୁବତୀ ଜଣକ ପାଲଲହଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୨୯/୨୦ରେ ମାମଲା ରୁଜୁ କରି ଚିତ୍ତରଞ୍ଜନଙ୍କୁ ଗିରଫ କରିଥିଲା। ଉଭୟଙ୍କ ଡାକ୍ତରୀମାଇନା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଉପଖଣ୍ଡ ପୋଲିସ ଅଧିକାରୀ ଯଶୋବନ୍ତ ସାମଲ ସୂଚନା ଦେଇଛନ୍ତି I


Enter your email to get our daily news in your inbox.

All Right Reserved By Dharitri.Com

ମାଲିକ ନ କଲେ ଆଣ୍ଟିଜେନ ଟେଷ୍ଟ, ସିଲ୍‌ ହେବ ଦୋକାନ

ଗଞ୍ଜାମ,୧୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏ ନେଇ ଗଞ୍ଜାମ ସହରରେ ଥିବା ସମସ୍ତ ଦୋକାନ ମାଲିକମାନେ ଆଣ୍ଟିଜେନ ଟେଷ୍ଟ...

କରୋନା ଟିକା ନେବା ପରେ ୨ ସୁରକ୍ଷାକର୍ମୀ ଅସୁସ୍ଥ

ସୁନ୍ଦରଗଡ଼,୧୮।୧(ଡି.ଏନ୍‌.ଏ.) : କୋଭିଡ ଟିକା ନେବା ପରେ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାର ୨ ଜଣ ସୁରକ୍ଷାକର୍ମୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଅନୁଭବ କରିବା ପରେ...

ବ୍ରହ୍ମବରଦା ‘କଣ୍ଟେନମେଣ୍ଟ ଜୋନ’ ଘୋଷିତ

ଯାଜପୁର ଅଫିସ/ଯାଜପୁର ଟାଉନ,୬ା୪(ଡି.ଏନ.ଏ.) ଯାଜପୁର ଜିଲାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରସୁଲପୁର ବ୍ଲକର ବ୍ରହ୍ମବରଦା ଗ୍ରାମ ଏବଂ ଏହାର ୩ କି.ମି. ପରିଧି ଅଞ୍ଚଳକୁ...

ଶଗଡ଼ରେ ପହଞ୍ଚିଲେ ଡାକ୍ତରୀ ଦଳ

ରାୟଗଡ଼ା ଅଫିସ,୨୨ା୧୦-ରାୟଗଡ଼ା ଜିଲାକୁ କରୋନାମୁକ୍ତ କରିବାକୁ ପ୍ରଶାସନର ଉଦ୍ୟମ ଜାରି ରହିଛି। ଆର୍‌ଆର୍‌ଟି ଟିମ୍‌ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କ କରୋନା ପରୀକ୍ଷା କରୁଛନ୍ତି। ତେବେ ରାୟଗଡ଼ା...

ଖୁଦୁରୁକୁଣୀ ଓଷା କରିବାକୁ ଯାଇ ନଦୀରେ ଭାସିଗଲେ ଯୁବତୀ

ନୟାଗଡ଼ ଅଫିସ,୩୦ା୮: ବୃତ୍ତଙ୍ଗ ନଦୀରେ ଭାସି ଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲେ ହେଁ ସେମାନେ ମୃତ୍ୟୁମୁଖରୁ ବଞ୍ଚି...

ଖଲ୍ଲିକୋଟ ସିଡିପିଓଙ୍କୁ କାରଣଦର୍ଶାଅ ନୋଟିସ: ମମତା ସହାୟତା ଦେବାକୁ ନିର୍ଦ୍ଦେଶ

ଛତ୍ରପୁର,୨୩ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସମାଜ ମଙ୍ଗଳ ବିଭାଗର ଏକ ସମୀକ୍ଷା ବୈଠକ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା...

ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା : ପୋଲିସକୁ ତଥ୍ୟ ମାଗିଲେ ଶ୍ରମ ଅଧିକାରୀ

ପୁରୀ ଅଫିସ, ୯।୮: ରଥଯାତ୍ରା ସମୟରେ ଗତ ଜୁଲାଇ ୮ତାରିଖ ରାତିରେ ପୁରୀ ବସ୍‌ଷ୍ଟାଣ୍ଡରେ ଏକ ଯାତ୍ରୀବାହୀ ବସ୍‌ରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା...

କାର୍ଯ୍ୟରେ ଅବହେଳା: ୨ ତହସିଲ କର୍ମଚାରୀ ନିଲମ୍ବିତ

ପଦ୍ମପୁର, ୭।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ତହସିଲର ପୂର୍ବତନ ରାଜସ୍ବ ନିରୀକ୍ଷକ ଓ ନଥିପତ୍ର ରକ୍ଷକଙ୍କୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପୂର୍ବତନ...

Advertisement
Archives

Model This Week