ବଲାଙ୍ଗୀର ଜିଲାରେ କରୋନା ପଜିଟିଭ ସଂଖ୍ୟା ୬କୁ ବୃଦ୍ଧି: ଲିଖିରିଆ, ତୁଷରା ଅଞ୍ଚଳରୁ କଣ୍ଟେନମେଣ୍ଟ ହଟିଲା

ବଲାଙ୍ଗୀର ଅଫିସ, ୧୮।୫: ବଲାଙ୍ଗୀର ଜିଲାରେ ପୁଣି ୨ ଜଣ ପ୍ରବାସୀ ଶ୍ରମିକଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଜିଲାପାଳ ଅରିନ୍ଦମ ଡାକୁଆ ଏ ନେଇ ରବିବାର ରାତିରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଉଭୟ ସଂକ୍ରମିତ ପ୍ରବାସୀ ସୁରଟ ଫେରନ୍ତା। ସେମାନେ ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ବନ୍ଧପଡା ପଞ୍ଚାୟତର ବାସିନ୍ଦା। ଉଭୟେ ସୁରଟ୍‌ରୁ ଫେରିବା ଦିନରୁ ବନ୍ଧପଡା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ରବିବାର ସେ ଦୁହିଁଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁଇ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲାରେ କରୋନା ପଜିଟିଭ ସଂଖ୍ୟା ୬କୁ ବୃଦ୍ଧି ପାଇଛି।
ଶନିବାର ବଲାଙ୍ଗୀର ସହର ସୁଦପଡା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ଦୁଇ ସୁରଟ୍‌ ଫେରନ୍ତା ପ୍ରବାସୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର ୨୪ ଘଣ୍ଟା ନ ପୂରୁଣୁ ରବିବାର ବନ୍ଧପଡା କ୍ୱାରାଣ୍ଟାଇନ ସେଣ୍ଟରର ଏହି ୨ଜଣ ସୁରଟ ଫେରନ୍ତା ପ୍ରବାସୀ କରୋନା ସଂକ୍ରମିତ ବୋଲି ଜଣାପଡିଛି। ଗତ ୧ ତାରିଖ ଗୁଡଭେଲା ବ୍ଲକ ରୁଷୁଡା ପଞ୍ଚାୟତର ଲିଖିରିଆ ଗଁାର ତାମିଲନାଡୁ ଫେରନ୍ତା ୨ ପ୍ରବାସୀ ଶ୍ରମିକ ଜିଲାର ପ୍ରଥମ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା। ଲିଖିରିଆ ଗଁାର ଏହି ଦୁଇ ସଂକ୍ରମିତ ପ୍ରବାସୀ ଭୁବନେଶ୍ୱର କିମ୍‌ସ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜିଲାପାଳ ଡାକୁଆ ଆହୁରି ସୂଚନା ଦେଇଛନ୍ତି ଯେ, ଲିଖିରିଆ ଓ ଆଖପାଖ ଅଞ୍ଚଳରେ ଗତ ୧ ତାରିଖରୁ ଲଗାଯାଇଥିବା କଣ୍ଟେନମେଣ୍ଟକୁ ରବିବାର ମଧ୍ୟରାତ୍ରରୁ ଉଠାଇ ଦିଆଯାଉଛି। ଦୀର୍ଘ ୧୭ ଦିନ ଧରି ଲିଖିରିଆ ଗଁା ସହ ତୁଷରା ସହରାଞ୍ଚଳ, ଗୁଡଭେଲା ବ୍ଲକ୍‌ ଓ ଦେଓଗଁା ବ୍ଲକର ୨୨ଟି ଗଁାକୁ ନେଇ କଣ୍ଟେନମେଣ୍ଟ ଜୋନ୍‌ ଓ ବଫର ଜୋନ୍‌ ଘୋଷଣା କରାଯାଇ ଅଞ୍ଚଳକୁ ଶଟ୍‌ଟାଉନ୍‌ କରାଯାଇଥିଲା। ଦୁଇ ସଂକ୍ରମିତ ଯୁବକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଏହି ଅଞ୍ଚଳର ବିଭିନ୍ନ ଗଁାରୁ ଶତାଧିକ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେ ସମସ୍ତ ସ୍ବାବ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବାରୁ ଏହି ଅଞ୍ଚଳରରେ ଜାରି କରାଯାଇଥିତ୍ବା କଣ୍ଟେନମେଣ୍ଟ ଜୋନ୍‌ ଓ ବଫର ଜୋନ୍‌କୁ ହଟାଇ ଦିଆଯାଇଛି। ରବିବାର ମଧ୍ୟରାତ୍ର ପରଠାରୁ ଏହି ଅଞ୍ଚଳର ଜନସାଧାରଣ, ବ୍ୟବସାୟୀ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ମାନି ଚଳିବେ ବୋଲି ଜିଲାପାଳ ଡାକୁଆ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri