ବଲାଙ୍ଗୀରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ

ବଲାଙ୍ଗୀର ଅଫିସ, ୧୪।୪: ରାଜ୍ୟ ସରକାରଙ୍କ ପକ୍ଷରୁ ବଲାଙ୍ଗୀର କିସ୍‌ କ୍ୟାମ୍ପସରେ ପ୍ରତିଷ୍ଠା କରାଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ମଙ୍ଗଳବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଏ ନେଇ ଜିଲାପାଳ ଅରିନ୍ଦମ ଡାକୁଆ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଏହି ହସ୍ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ଓ ୧୦ ଶଯ୍ୟା ବିଶିଷ୍ଟ ଏଚ୍‌ଡିୟୁ ସମେତ ୨ ଶହ ଶଯ୍ୟାର ବ୍ୟବସ୍ଥା ରହିଛି । ଏଥିରେ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍‌ ନିଯୁକ୍ତ ଅଉନ୍ତି। ଜିଲାର କୋଭିଡ ଆକ୍ରାନ୍ତ ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯିବ
କିଛିଦିନ ପୂର୍ବରୁ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (କିମ୍‌ସ), ଓଡ଼ିଶା ଖଣି ନିଗମ ଓ ବଲାଙ୍ଗୀର ଜିଲା ପ୍ରଶାସନ ମଧ୍ୟରେ ଏହି କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ତ୍ରିପାକ୍ଷିକ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ସିଡିଏମ୍‌ଓ ଡା. ନାରାୟଣ ଥନାପତି, ଡା. ଅବିନାଶ ନାୟକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ୟୁନିଟ୍‌-୧ ମାର୍କେଟରୁ ଯୁବକଙ୍କୁ ଅପହରଣ: ୧୫ ଦିନ ପରେ ବି ଅମରଙ୍କର ମିଳୁନି ପତ୍ତା

ଭୁବନେଶ୍ୱର,୧୫।୯(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍‌-୧ ମାର୍କେଟରୁ ଜଣେ ଯୁବକ ସନ୍ଦେହଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ପେଟ୍ରୋଲ ଟାଙ୍କି ନିକଟରେ ବାଇକ ପାର୍କିଂ...

କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଉଥିଲେ; ଦୁର୍ଘଟଣାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ମାଲକାନଗିରି୧୭ା୫(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନାର କାର୍ଯ୍ୟରତ ଗୃହରକ୍ଷୀ ଲଚ୍ଛମନ ନାୟକ(୩୮) କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ରବିବାର ତାଙ୍କର ମୃତ୍ୟୁ ହୋଇଥିଲା।...

ମଦ ଦୋକାନ ଆଗରେ ଲମ୍ବା ଧାଡ଼ିରେ ରହିଛି ଚପଲ-ଛତା

ତ୍ରିଚିଲାପଲୀ,୧୬।୫: କରୋନା ମହାମାରୀ ଯୋଗୁ ଅର୍ଥନୀତିରେ ସୁଧାର ଆଣିବା ଲାଗି ସରକାରଙ୍କ ପକ୍ଷରୁ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ତାମିଲନାଡୁ ତ୍ରିଚିଲାପଲୀ ଜିଲାରେ ଲୋକେ...

ମେଟଲ୍‌ ମିଟ୍‌ ସିନିୟର ଗ୍ରାଣ୍ଡ ଫିନାଲେ ଆରମ୍ଭ: ମଞ୍ଚରେ ଶ୍ରେଷ୍ଠ ୮ଟିମ୍‌

ଭୁବନେଶ୍ୱର,୪।୮(ବ୍ୟୁରୋ): ମେଟଲ୍‌ ମିଟ୍‌ ସିନିୟର ଚାମ୍ପିୟନ୍‌ ଟାଇଟଲ ପାଇଁ ଆରମ୍ଭ ହୋଇଛି ଜୋରଦାର ଲଢ଼େଇ। ମଞ୍ଚରେ ଶ୍ରେଷ୍ଠ ୮ ଟିମ୍‌ ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର,...

ପୁଣି ବିହାର ନିର୍ବାଚନରେ ବାଧକ ସାଜିଲା କରୋନା ଭାଇରସ

ପାଟନା,୨୪ ।୧୦: ବିହାର ନିର୍ବାଚନ ପାଖେଇ ଆସୁଥିବା ବେଳେ ଏନ୍‌ଡିଏର ଜଣେ ପରେ ଜଣେ ଷ୍ଟାର ପ୍ରଚାରକ କରୋନା ସଂକ୍ରମଣ ହେବା ଚିନ୍ତା ବଢାଇ ଦେଇଛି...

ଡାଲି ପାଇଁ କଳି: ବିଷ ପିଇ ଜୀବନ ହାରିଲେ ବାପା, ପୁଅ

କେସିଙ୍ଗା/ଭବାନୀପାଟଣା,୩।୭ (ଡି.ଏନ.ଏ.)-କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକ୍‌ ଅଧୀନ ଦୁଟା ଗ୍ରାମରେ ଡାଲି ପାଇଁ ବାପ ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଦୀନବନ୍ଧୁ...

ଅନୁଗୋଳ ଜିଲାରେ ୭୨.୮୧ ପ୍ରତିଶତ ପାସ୍‌

ଅନୁଗୋଳ ଅଫିସ, ୨୨।୫- ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଅନୁଗୋଳ ଜିଲାରେ ମୋଟ୍‌ ୭୨.୮୧ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ତେବେ ପୂର୍ବବର୍ଷ ଅପେକ୍ଷା ପାସ୍‌ ହାର...

ରାସ୍ତାର ପୁନରୁଦ୍ଧାର ପାଇଁ ସ୍ମାରକପତ୍ର

ଭଦ୍ରକ ଅଫିସ, ୨୬।୮ – ଆସନ୍ତା ନଭେମ୍ବର ୨୪ ତାରିଖରେ ଭଦ୍ରକର ଧର୍ମଗୁରୁ ବଡ଼ ସରକାରବାବାଙ୍କ ପବିତ୍ର ଉର୍ସ ଉତ୍ସବ। ଭଦ୍ରକ ପୌରାଞ୍ଚଳ ଅଧୀନ ସରକାରନଗର...

Play 250+ Trending Games
Archives

Model This Week

Why Dharitri