Posted inଖେଳ

ବର୍ଣ୍ଣବୈଷମ୍ୟ ବିରୋଧୀ ଲଢ଼େଇ: ସାମାଜିକ ନ୍ୟାୟ ପାଇଁ ଜୋର୍ଡାନ ଦେବେ ୭୫୫ କୋଟି ଟଙ୍କା

ଚାର୍ଲୋଟ,୬।୬(ଏପି): ବର୍ଣ୍ଣବୈଷମ୍ୟ ବିରୋଧୀ ଲଢ଼େଇରେ ସାମିଲ ହୋଇଛନ୍ତି କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି ତଥା ଏନ୍‌ବିଏ ତାରକା ମାଇକେଲ ଜୋର୍ଡାନ। ସମାଜରେ ଥିବା ରଙ୍ଗ ଭେଦକୁ ଦୂରେଇବା ପାଇଁ ଓ ସାମାଜିକ ସମାନତା ପ୍ରତିଷ୍ଠା କରିବା ଲାଗି ଜୋର୍ଡାନ ୧୦୦ ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୭୫୫ କୋଟି ଟଙ୍କା ଦାନ କରିବେ ବୋଲି ଘୋଷଣା କରିଛନ୍ତି। ଜୋର୍ଡାନ ଓ ଜୋର୍ଡାନ ବ୍ରାଣ୍ଡ ତରଫରୁ ଏହି ଅର୍ଥ ଆସନ୍ତା ୧୦ ବର୍ଷ ମଧ୍ୟରେ ପ୍ରଦାନ କରାଯିବ। ସାମାଜିକ ନ୍ୟାୟ, ସାମାଜିକ ସମାନତା ଓ ଶିକ୍ଷାର ଉନ୍ନତି ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି।
ପୂର୍ବତନ ଚିକାଗୋ ବୁଲ୍ସ କିମ୍ବଦନ୍ତୀ ଖେଳାଳି ୫୭ବର୍ଷୀୟ ଜୋର୍ଡାନ ଚୋର୍ଲୋଟ ହାର୍ନେଟ୍ସର ମାଲିକ ରହିଛନ୍ତି। ସ୍ପୋଟର୍‌ସ ଜୋତା କମ୍ପାନୀ ନାଇକ ପାଇଁ ଜୋର୍ଡାନ ବ୍ରାଣ୍ଡ ବେଶ୍‌ ପରିଚିତ। ନାଇକ ତରଫରୁ ମଧ୍ୟ ସମକାରଣ ପାଇଁ ୪୦ ମିଲିୟନ ଆମେରିକୀୟ ଡଲାର ଆଗାମୀ ୪ ବର୍ଷ ମଧ୍ୟରେ ପ୍ରଦାନ କରିବାକୁ କୁହାଯାଇଛି।
କିଛି ଦିନ ତଳେ ଆମେରିକାରେ ଜଣେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍‌ଙ୍କୁ ଜଣେ ଗୋରା ପୋଲିସ ନିର୍ମମ ଭାବେ ହତ୍ୟା କରିବା ପରେ ସାରା ବିଶ୍ୱରେ ବର୍ଣ୍ଣବୈଷମ୍ୟ ନେଇ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିରେ ଜୋର୍ଡାନ ଦୁଃଖ ପ୍ରକାଶ କରିଛନ୍ତି ଓ ସାମାଜିକ ନ୍ୟାୟ ପାଇଁ ଏହି ପରିମାଣର ଅର୍ଥ ଦାନ ଦେବାକୁ ଘୋଷଣା କରିଛନ୍ତି। ଫେସ୍‌ବୁକ୍‌ ଓ ଆମାଜନଠାରୁ ୧୦ ଗୁଣା ଅର୍ଥ ପ୍ରଦାନ କରିବେ ଜୋର୍ଡାନ। ଯେପର୍ଯ୍ୟନ୍ତ ଆମ ଦେଶରେ ରଙ୍ଗଭେଦ ତଥା ବର୍ଣ୍ଣବୈଷମ୍ୟର ମୂଳୋତ୍ପାଟନ ନ ହୋଇଛି ସେପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ଜୋର୍ଡାନ କହିଛନ୍ତି। ସମାଜ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଗୁଡିକୁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। କଳା ତଥା କୃଷ୍ଣକାୟ ବ୍ୟାକ୍ତିମାନଙ୍କ ଜୀବନର ମଧ୍ୟ ମୂଲ୍ୟ ରହିଛି ବୋଲି ଜୋର୍ଡାନ ଓ ତାଙ୍କ ବ୍ରାଣ୍ଡ ତରଫରୁ କୁହାଯାଇଛି। କଳା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଆମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ପୂର୍ବରୁ ମଧ୍ୟ ଜୋର୍ଡାନ ଫ୍ଲଏଡଙ୍କ ହତ୍ୟା ନେଇ ରୋଷ ଜାହିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ହଲ୍‌ ଅଫ ଫେମ୍‌ରେ ସାମିଲ ହେଲେ ସଚିନ

ଲଣ୍ଡନ, ୧୯।୭: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ମହାନ କ୍ରିକେଟର ଆଲାନ ଡୋନାଲ୍ଡ...

ଆଇପିଏଲ୍‌ ଫାଇନାଲକୁ ୨୦୦୩ ବିଶ୍ୱକପ୍‌ ସହ ତୁଳନା କରୁଛନ୍ତି ପ୍ରଶଂସକ, ଜାଣନ୍ତୁ କାହିଁକି

ଆଇପିଏଲ ୨୦୨୦ରେ ରିକି ପଣ୍ଟିଂଙ୍କ କୋଚିଂରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପ୍ରବେଶ କରିଛି ଏବଂ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ସହିତ ମୁହାଁମୁହିଁ ହେବ। ଦିଲ୍ଲୀ କ୍ୟାପିଟାଲ୍ସ...

୬ ହଜାର ବର୍ଗ ଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି ହାର୍ଦ୍ଦିକଙ୍କ ପେଣ୍ଟହାଉସ୍‌: ଭିତରୁ ଦେଖିବାକୁ…

ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଜାତୀୟ ତଥା ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ନିଜର ଦମଦାର ପ୍ରଦର୍ଶନ ଜରିଆରେ ସ୍ବତନ୍ତ୍ର...

ସେହ୍ବାଗଙ୍କ ଭବିଷ୍ୟବାଣୀ: ଭାରତ ଗୋଟିଏ ମ୍ୟାଚ୍‌ ହାରିଲେ ବିଦା, ପାକିସ୍ତାନ ଏଥର…

ନୂଆଦିଲ୍ଲୀ,୬।୯: ଏସିଆ କପ୍‌ ୨୦୨୨ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ହେଁ ସୁପର-୪ ପର୍ଯ୍ୟାୟରେ ପାକିସ୍ତାନଠାରୁ ପରାଜିତ ହୋଇଥିଲା ଟିମ୍‌ ଇଣ୍ଡିଆ। ଏପରି ସ୍ଥିତିରେ ଦଳକୁ...

ବାୟୋ-ବବଲରେ ନିୟମତ ଖେଳିବା କଷ୍ଟକର

ଦୁବାଇ,୭।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଜୈବସୁରକ୍ଷିତ ପରିବେଶ ବା ବାୟୋ ବବଲ୍‌ରେ ନିୟମିତ ଖେଳିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ଓ ଏହା କଷ୍ଟକର ବୋଲି ଭାରତୀୟ...

ପୂର୍ବତନ ଅଲିମ୍ପିକ ଚାମ୍ପିୟନ ଲି’ଙ୍କ ଅବସର

ନୂଆଦିଲ୍ଲୀ, ୧୮।୧୦ (ପି.ଟି.)- ପୂର୍ବତନ ଅଲିମ୍ପିକ ଚାମ୍ପିୟନ ଲି ଜୁଇ ରୁଇ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନରୁ ଅବସର ଘୋଷଣା କରିଛନ୍ତି। ଓ୍ବାଲର୍‌ଡ ବ୍ୟାଡ୍‌ମିଣ୍ଟନ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ...

ଶିଶୁ ଦିବସରେ ପିଲାଦିନର ଫଟୋ ଛାଡ଼ିଲେ ବୁମ୍‌ରା

ନୂଆଦିଲ୍ଲୀ,୧୪।୧୧- ପୂରା ଦେଶରେ ଗୁରୁବାର ଶିଶୁ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କ୍ରିକେଟରମାନେ ସୋସିଆଲ ମିଡିଆରେ ନିଜ ପିଲାଦିନର ଫଟୋ...

ଏସିଆର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ସ୍ବତନ୍ତ୍ର ରେକର୍ଡ ହାସଲ କଲେ ରୋହିତ ଶର୍ମା

ମୁମ୍ବାଇ,୬।୧୦: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବ୍ୟାଟିଂ କରିବାକୁ ବାହାରିଥିବା...

Advertisement
Archives

Model This Week