Posted inଖେଳ

ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛି: ଗେଲ୍‌

ନୂଆଦିଲ୍ଲୀ,୨।୬(ପି.ଟି.): ବର୍ଣ୍ଣବୈଷମ୍ୟ ନେଇ ଓ୍ବେଷ୍ଟଇଣ୍ଡିଜ୍‌ ତାରକା ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ ମୁହଁ ଖୋଲିଛନ୍ତି। କେବଳ ଫୁଟବଲରେ ବର୍ଣ୍ଣବୈଷମ୍ୟ ଭଳି କଳଙ୍କ ରହିଛି ତାହା ନୁହେଁ, କ୍ରିକେଟ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। କ୍ୟାରିୟରରେ ମୁଁ ମଧ୍ୟ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛି ବୋଲି ସେ କହିଛନ୍ତି। ତେବେ ସେ ଏ ସଂକ୍ରାନ୍ତରେ ବିସ୍ତୃତ ଭାବେ କିଛି କହିନାହାନ୍ତି। ବିଶ୍ୱସ୍ତରୀୟ ଟି୨୦ ଲିଗ୍‌ ଖେଳିବା ଅବସରରେ ସେ ଏଭଳି ଆକ୍ଷେପର ଶିକାର ହୋଇଥାଇପାରନ୍ତି ବୋଲି ସୂଚନା ଦେଇଛନ୍ତି।
ସାରା ବିଶ୍ୱ ଭ୍ରମଣ କରି ବିଭିନ୍ନ ସ୍ଥାନରେ କ୍ରିକେଟ ଖେଳିଛି। ରଙ୍ଗ କଳା ହୋଇଥିବା କାରଣରୁ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛି। ଇନ୍‌ଷ୍ଟାଗ୍ରାମରେ ସୋମବାର ରାତିରେ ସେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଫୁଟବଲ ଭଳି କ୍ରିକେଟରେ ମଧ୍ୟ ବର୍ଣ୍ଣବୈଷମ୍ୟବାଦ ରହିଛି।

ଉଲ୍ଲେଖଥାଉ କି, ଆମେରିକାରେ ଜର୍ଜ ଫ୍ଲଏଡ ନାମକ କୃଷ୍ଣକାୟ ବ୍ୟକ୍ତି  ଜଣେ ଗୋରା ପୋଲିସ ଅଧିକାରୀ ଡେରେକ ଚୌଭିନ୍‌ଙ୍କ ଦ୍ୱାରା ହତ୍ୟାର ଶିକାର ହେବା ପରେ ବର୍ଣ୍ଣବୈଷମ୍ୟ ନେଇ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏଥିପାଇଁ ସାରା ଆମେରିକାରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଛି। ଜର୍ଜଙ୍କ ବେକ ଉପରେ ଆଣ୍ଠୁ ମାଡି ଡେରେକ ତାଙ୍କୁ ହତ୍ୟା କରିଥିଲେ। ସେ ନିଃଶ୍ୱାସ ନେବା ପାଇଁ ସଂଘର୍ଷ କରି ଶେଷରେ ବିଫଳ ହୋଇଥିଲେ।

ଗତ ବର୍ଷ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରୀ ନ୍ୟୁଜିଲାଣ୍ଡ ଦର୍ଶକଙ୍କ ଦ୍ୱାରା ବର୍ଣ୍ଣବୈଷମ୍ୟର ଶିକାର ହୋଇଥିଲେ। ଏଥିପାଇଁ ଅବଶ୍ୟ ନ୍ୟୁଜିଲାଣ୍ଡର କେତେକ ଆଗଧାଡିର ଖେଳାଳି ଓ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ କ୍ଷମା ପ୍ରାର୍ଥନା କରିଥିଲା।
ସୋମବାର ରାତିରେ ଇଂଲଣ୍ଡ କ୍ରିକେଟ ଦଳର ଅଫିସିଆଲ ଟୁଇଟର ହ୍ୟାଣ୍ଡଲ୍‌ରେ ଲେଖାଯାଇଥିଲା ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ଳୋଗାନ। ବିବିଧତା ପାଇଁ ଆମେ ଏକାଠି ଅଛୁ, ବର୍ଣ୍ଣବୈଷମ୍ୟ ବିରୋଧରେ ମଧ୍ୟ ଆମେ ଏକାଠି ଅଛୁ ବୋଲି ଟୁଇଟର ହ୍ୟାଣ୍ଡଲ୍‌ରେ ଲେଖା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ୍‌ ଇତିହାସରେ ସବୁଠୁ ଲମ୍ବା ମ୍ୟାଚ୍‌

୮୩ ବର୍ଷ ପୂର୍ବେ କ୍ରିକେଟ ଇତିହାସରେ ଖେଳାଯାଇଥିଲା ଦୀର୍ଘତମ କ୍ରିକେଟ ମ୍ୟାଚ। ମ୍ୟାଚର ଫଳାଫଳ ଘୋଷଣା ନ ହେବା ପର୍ଯ୍ୟନ୍ତ ଏହି ମ୍ୟାଚ ଖେଳାଯାଇଥିଲା। ୧୧...

ଏନଡିିଟିଏଲ୍‌ ଉପରୁ ସସ୍‌ପେଣ୍ଡ ପ୍ରତ୍ୟାହାର ଉଦ୍ୟମ ଚାଲିଛି: କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ, ୨୭ା୮ (ପି.ଟି.)-ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରୋଟୋରିରୁ ଆସନ୍ତା ଦୁଇ ମାସ ମଧ୍ୟରେ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର ଉଦ୍ୟମ ହେଉଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କରିନ...

ଏହି ବୋଲରଙ୍କ ସାମ୍ନାରେ ବିବଶ ହୋଇଯାଉଛନ୍ତି କୋହଲି; ଆଉଟ୍‌ ହେବା ପରେ ସାମ୍ନାକୁ ଆସିଲା….

ନୂଆଦିଲ୍ଲୀ,୨୭।୩: ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏଭଳି ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ୍‌, ଯାହାଙ୍କୁ ସାମ୍ନା କରିବାକୁ ବୋଲରମାନେ ଦ୍ୱିଧା ପ୍ରକାଶ କରିଥାନ୍ତି। ଘରୋଇ ହେଉ...

ଟ୍ରେନିଂ ଆରମ୍ଭ କଲା ସିଏସ୍‌କେ

ନୂଆଦିଲ୍ଲୀ,୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଆଗାମୀ ସିଜନ ପାଇଁ ସୁରଟର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ସୋମବାର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ପୂଜାରା

କାନପୁର,୨୮।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ କାନପୁରରେ ଖେଳାଯାଉଛି। ଏହି ସିରିଜରେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ...

କାହିଁକି ରାଇନାଙ୍କୁ କିଣିଲା ନାହିଁ ସିଏସ୍‌କେ

ବାଙ୍ଗାଲୁରୁ,୧୫।୨: ଆଗାମୀ ଆଇପିଏଲ ପାଇଁ ବେଙ୍ଗାଲୁରୁରେ ଆୟୋଜିତ ମେଗା ଅକ୍‌ଶନରେ ଭେଟେରାନ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣି ନାହାନ୍ତି। ଏପରିକି ତାଙ୍କ ପୁରୁଣା...

ଅନୁଗୋଳକୁ ହରାଇ ମୁକ୍ତେଶ୍ୱର ସେମିରେ

ଢେଙ୍କାନାଳ ଅଫିସ,୯।୧: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବେଡ଼ାପଡ଼ା ଗ୍ରାମସ୍ଥିତ ମା’ ଅନ୍ଧାରି କ୍ରିକେଟ୍‌ କ୍ଲବ ପକ୍ଷରୁ ୧୨ତମ ସୁବାସ ମେମୋରିଆଲ କ୍ରିକେଟ୍‌ ଟୁର୍ନାମେଣ୍ଟ ରବିବାର...

ଯଶସ୍ବୀ ଜୟସ୍ବାଲଙ୍କ ଅର୍ଦ୍ଧଶତକ

ଜୟପୁର,୨୮ା୪: ଓପନର ଯଶସ୍ବୀ ଜୟସ୍ବାଲଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ହରାଇ ୨୦୨ ରନ୍‌ ସଂଗ୍ରହ...

Advertisement
Archives

Model This Week