Posted inରାଜ୍ୟ

ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକା: ଶୀର୍ଷରେ ନବୀନ, ମିଳିଛି ୮୨.୯୬ ପ୍ରତିଶତ ରେଟିଂ

ନୂଆଦିଲ୍ଲୀ,୨।୬- ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ଆଇଏଏନ୍‌ଏସ୍‌ -ସି ଭୋଟର ଷ୍ଟେଟ ଅଫ୍‌ ଦି ନେଶନ-୨୦୨୦ ସର୍ଭେରୁ ଏହା ଜଣାପଡ଼ିଛି। ନିକଟରେ ଓଡ଼ିଶାରେ ନବୀନ ବିଜେଡି ସରକାରର ପଞ୍ଚମ ପାଳିର ପ୍ରଥମ ବର୍ଷ ପୁରଣ କରିଛନ୍ତି। ନିରବିଚ୍ଛିନ୍ନ ଭାବେ ଦୀର୍ଘ ୨୦ବର୍ଷ ଧରି ଓଡ଼ିଶାକୁ ଶାସନ କରିଆସୁଥିବା ନବୀନଙ୍କୁ ଏବେ ଲୋକ୍ରପିୟତାରେ ୮୨.୯୬ପ୍ରତିଶତ ରେଟିଂ ମିଳିଛି।

ଲୋକପ୍ରିୟତା ତାଲିକାରେ ନବୀନଙ୍କ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ରହିଛନ୍ତି। ତାଙ୍କୁ ୮୧.୦୬ ରେଟିଂ ମିଳିଛି। ୨୦୧୮ ଛିତଶଗଡ଼ରେ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ କରାଇବାରେ ତାଙ୍କର ପ୍ରମୁଖ ଭୁମିକା ରହିଛି। ସେହିପରି ବାମଦଳ ନେତା ଭାବେ ପରିଚିତ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ତୃତୀୟ ସ୍ଥାନରେ ରହିବା ସହ ୮୦.୨୮ ରେଟିଂ ପାଇଛନ୍ତି। ରାଜ୍ୟରେ ସେ ଯେଉଁ ଢଙ୍ଗରେ କୋଭିଡ୍‌-୧୯ର ମୁକାବିଲା କଲେ ତାହା ଅନ୍ୟ ରାଜ୍ୟ ତଥା ଦେଶ ପାଇଁ ଉଦାହରଣ ସାଜିଛି। ଯେଉଁଥିପାଇଁ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇଛି।

ଲୋକପ୍ରିୟତା ତାଲିକାର ଚତୁର୍ଥ ନମ୍ବରରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍‌ଆର୍‌ କଂଗ୍ରେସ ନେତା ଜଗନ୍‌ ମୋହନ ରେଡ୍ଡୀ। ତାଙ୍କୁ ୭୮.୫୨ରେଟିଂ ମିଳିଥିବାବେଳେ ପଞ୍ଚମ ସ୍ଥାନରେ ଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ୭୬.୫୨ ରେଟିଂ ମିଳିଛି। ଗୋଆରେ ଭାଜପାର ଲୋକପ୍ରିୟତା ହ୍ରାସ ପାଉଥିବା ସର୍ଭେରୁ ଜଣାପଡ଼ୁଛି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କୁ ମାତ୍ର ୪୨.୭୯ ରେଟିଂ ମିଳିଛି। ସାଓ୍ବନ୍ତଙ୍କ କାର୍ଯ୍ୟଧାରା ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିପାରୁ ନାହିଁ। ସେଠାରେ ଭାଜପାକୁ କ୍ଷମତା ବଜାୟ ରଖିବାକୁ ହେଲେ ବ୍ୟାପକ କସରତ କରିବାକୁ ପଡ଼ିବ। ସେହିପରି ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମାତ୍ର ୩୦.୮୪ ରେଟିଂ ମିଳିଛି। ବିହାରରେ ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବରରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ନୀତିଶଙ୍କ ଲୋକପ୍ରିୟତା ରେଟଂ ହ୍ରାସ ପାଇବା ଚିନ୍ତାଜନକ ରହିଛି। ବିଶେଷକରି ଶାସନ କ୍ଷମତା ପାଇଁ ଏନ୍‌ଡିଏ ସହିତ ମୂଲଚାଲ ନୀତି ତାଙ୍କ ଲୋକପ୍ରିୟତାକୁ ହ୍ରାସ କରିଛି ବୋଲି ସର୍ଭେରୁ ଜଣାପଡ଼ିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ରାଜନୈତିକ ଦକ୍ଷତା ବ୍ୟାପକ ଭାବେ ହ୍ରାସ ପାଇଥିବା ସର୍ଭେରୁ ଜଣାପଡ଼ିଛି। ତାଙ୍କର ବର୍ତ୍ତମାନର ଲୋକପ୍ରିୟତା ଅନୁସାରେ ମାତ୍ର ୨୭.୫୧ ରେଟିଂ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri