Posted inଖେଳ

ବରିଷ୍ଠ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀଙ୍କ ପରଲୋକ

ମୁମ୍ବାଇ, ୧୩।୬: ବରିଷ୍ଠ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀଙ୍କର ଶନିିବାର ମୁମ୍ବାଇଠାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ଶହେ ବର୍ଷ ହୋଇଥିଲା। ତାଙ୍କ ଜ୍ୱାଇଁ ସୁଦର୍ଶନ ନାନାବତୀ ଏସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କର ଅନ୍ତିମ ସଂସ୍କାର ଦକ୍ଷିଣ ମୁମ୍ବାଇର ଚନ୍ଦବାଡ଼ି ଶ୍ମଶାନରେ କରାଯିବ। ତାଙ୍କ ମୃତ୍ୟୁରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି। ବସନ୍ତ ରାୟଜୀ ୧୯୨୦ ଜାନୁୟାରୀ ୨୬ରେ ଜନ୍ମଗ୍ରହଣ କରିଥିଲେ। ୪୦ ଦଶକରେ କ୍ରିକେଟ ଖେଳି ୯ଟି ମ୍ୟାଚ୍‌ରେ ସେ ୨୭୭ ରନ୍‌ ସଂଗ୍ରହ କରିଥିଲେ। ସେ ଲାଲା ଅମରନାଥ, ବିଜୟ ମର୍ଚ୍ଚାଣ୍ଟ୍‌, ସି.କେ.ନାଇଡୁ, ବିଜୟ ହଜାରେ ଆଦି ଖେଳାଳିଙ୍କ ସହିତ ଖେଳିଥିଲେ। ସୂଚନାଯୋଗ୍ୟ, ବସନ୍ତ ରାୟଜୀଙ୍କର ୧୦୦ତମ ଜନ୍ମଦିନରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଏବଂ ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ୍‌ ଓ୍ବଗ୍‌ ତାଙ୍କ ମିଶି କେକ୍‌ କାଟୁଥିବାରୁ ଏକ ଭିଡ଼ିଓ ଚଳିତ ବର୍ଷ ଜାନୁୟାରୀ ୨୬ରେ ଟୁଇଟରରେ ଶେୟାର କରାଯାଇଥିଲା। ଏକ ମିନିଟ୍‌ ୨୦ ସେକେଣ୍ଡର ଏହି ଭିଡ଼ିଓ ସେତେବେଳେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେକାନ ୱାରିୟର୍ସ ଚାମ୍ପିୟନ, ସି ଟାଇଗର୍ସ ରନର୍ସଅପ୍‌: ବାଲେଶ୍ୱର ପ୍ରିମିୟର ଲିଗ୍‌ ୧୧ ଉଦ୍‌ଯାପିତ

ବାଲେଶ୍ୱର ଅଫିସ,୧୧।୩- ବାଲେଶ୍ୱର ପ୍ରିମିୟର ଲିଗ୍‌-୧୧ର ଫାଇନାଲ ମ୍ୟାଚ୍‌ ଡେକାନ ୱାରିୟର୍ସ ଓ ସି ଟାଇଗର୍ସ ମଧ୍ୟରେ ସ୍ଥାନୀୟ ପରମିିଟ୍‌ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ...

ରୋହିତ, ଈଶାନ୍ତ ପ୍ରଥମ ଦୁଇ ଟେଷ୍ଟରୁ ବାଦ୍‌: ବାକି ଦୁଇଟି ମ୍ୟାଚ୍‌ ଖେଳିବା ନେଇ ଆଶଙ୍କା

ନୂଆଦିଲ୍ଲୀ,୨୫।୧୧(ପି.ଟି.): ଭାରତୀୟ ତାରକା ଓପନର ରୋହିତ ଶର୍ମା ଓ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି...

ଦ୍ୱିତୀୟ ଟି୨୦: ଅଷ୍ଟ୍ରେଲିଆର ସହଜ ବିଜୟ

କାନବେରା,୫।୧୧(ଏଏଫ୍‌ପି)- ବର୍ଷା ଯୋଗୁ ପ୍ରଥମ ଟି୨୦ ମ୍ୟାଚ୍‌ରେ ଅଳ୍ପକେ ବିଜୟ ହାତଛଡ଼ା କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚ୍‌ରେ କିନ୍ତୁ ଭ୍ରମଣକାରୀ ପାକିସ୍ତାନକୁ ସହଜରେ ପରାସ୍ତ କରିଛି।...

ଜେଣ୍ଡାନାଙ୍କ ଡବଲରେ ଜାପାନ ବିଜୟୀ

ଭୁବନେଶ୍ୱର, ୭।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଶୁକ୍ରବାର ଏସୀୟ ଚାମ୍ପିୟନ ଜାପାନ ବିଜୟ ସହ ଅଭିଯାନ ଆରମ୍ଭ କରିଛି।...

ସିଡ୍‌ନୀରେ କଡ଼ା ପ୍ରୋଟୋକଲ ମାନିବାକୁ ରାଜି ହେଲା ଭାରତ

ନୂଆଦିଲ୍ଲୀ,୪ା୧- ସିଡ୍‌ନୀଠାରେ ଆସନ୍ତା ୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ଟେଷ୍ଟ। ଏହି ମ୍ୟାଚ୍‌ ପାଇଁ ସିଡ୍‌ନୀରେ ସୋମବାର ପହଞ୍ଚିବା ପରେ...

ସାକ୍ଷୀଙ୍କ ଉପସ୍ଥିତିରେ ଧୋନୀଙ୍କୁ ପ୍ରପୋଜ୍‌ କଲେ ଏହି ଯୁବତୀ: ଆଉ ତା’ପରେ

ଚେନ୍ନାଇ ସୁପର କିଙ୍ଗ୍ସର ବର୍ତ୍ତମାନର ଅଧିନାୟକ ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥାଇ ପାରନ୍ତି, କିନ୍ତୁ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ କ୍ରେଜ କମିନାହିଁ। ‘କ୍ୟାପଟେନ...

କୁନାଲଙ୍କୁ ସିନିୟର ବିଲିୟାଡର୍‌ସ ଟାଇଟଲ୍‌

କଟକ ଅଫିସ,୨୨ା୧୧- କଟକ କ୍ଲବଠାରେ ଚାଲିଥିବା ୨୬ତମ ଅଲ ଓଡ଼ିଶା ବିଲିୟାର୍ଡସ ଓ ସ୍ନୁକର ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପରେ ଗୁରୁବାର ସିନିୟର ବିଲିୟାଡର୍‌ସ ପ୍ରତିଯୋଗିତା ଶେଷ...

‘ଆମ ସହ କିଛି ଠିକ୍‌ କଲେ ନାହିଁ’

ଲାହୋର,୨୧।୯: ସୁରକ୍ଷାଜନିତ ସଙ୍କଟ ଦର୍ଶାଇ ପାକିସ୍ତାନ ଗସ୍ତରୁ ନ୍ୟୁଜିଲାଣ୍ଡ ଫେରିଯିବା ପରେ ଅକ୍ଟୋବରରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ସିରିଜ୍‌କୁ ବାତିଲ କରିଦେଇଛି ଇଂଲଣ୍ଡ। ଏହା ଉପରେ...

Advertisement


Archives

Model This Week