ବରଗଡ଼ରେ ଗର୍ଭବତୀ ମହିଳାଙ୍କ ସମେତ ୧୬ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଞ୍ଚିଲା

ବରଗଡ଼ ଅଫିସ,୧୪ା୬: ବରଗଡ଼ ଜିଲାରେ ରବିବାର ପୁଣି ୧୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭେଡେନ୍‌ ବ୍ଲକ ରୁଷୁଡା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମସି)ର ୬, ଭେଡେନ୍‌ ଆଇଟିଆଇ ଟିଏମ୍‌ସିର ଜଣେ, ବରଗଡ଼ ବ୍ଲକ ଅଡ଼ଗାଁ ଟିଏମ୍‌ସିର ୨, କୁରୁଆଁ ଟିଏମ୍‌ସିର ୪, ପଦ୍ମପୁର ବ୍ଲକ ଦର୍ଲିଗୁଡା(ଦହିଗାଁ) ଟିଏମ୍‌ସିର ଜଣେ, ଝାରବନ୍ଧ ଟିଏମ୍‌ସିର ଜଣେ ଏବଂ ଏହି ବ୍ଲକ ଅନ୍ତର୍ଗତ ସରଗୁଲ ଗ୍ରାମର ଅନ୍ୟଜଣେ ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଦର୍ଲିଗୁଡାରୁ ଚିହ୍ନଟ ଆକ୍ରାନ୍ତ ଜଣକ ଜଣେ ଗର୍ଭବତୀ ମହିଳା ବୋଲି ସୂଚନା ଦିଆଯାଇଛି। ଚିକିତ୍ସା ପାଇଁ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାପରେ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି । ଏହା ପୂର୍ବରୁ ବରଗଡ଼ ପୌର ପରିଷଦରେ ଜଣେ, ବରପାଲି ବ୍ଲକରେ ଜଣେ, ଭେଡେନ୍‌ ବ୍ଲକର ୪ଜଣ, ଭଟଲି ବ୍ଲକର ୨ଜଣ ଏବଂ ବିଜେପୁର ବ୍ଲକର ୧୦ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମିତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଏବଂ ପାଶର୍‌ବବର୍ତ୍ତୀ ଅଞ୍ଚଳକୁ ବଫର ଜୋନ୍‌ ଘୋଷଣା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଠିକ୍‌ ସମୟରେ ହୋଇପାରିଲାନି ଚିକିତ୍ସା: ସାପ କାମୁଡ଼ାରେ ମହିଳାଙ୍କ ଜୀବନ ଗଲା

କେନ୍ଦୁଝର,୧୩ା୬(ସ୍ବ.ପ୍ର.): ୧୦୮ ଆମ୍ବୁଲାନ୍ସ ନ ଆସିବା ଓ ଡାକ୍ତରଖାନାରେ ଇଞ୍ଜେକ୍ସନ ଅଭାବରୁ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ...

ମାଲକାନଗିରିରେ ଉଡ଼ିଲା ତ୍ରିରଙ୍ଗା

ମାଲକାନଗିରି,୧୫ା୮: ମାଲକାନଗିରି ଜିଲା ସଦରମହକୁମା ଡିଏନ୍‌କେ ଖେଳପଡ଼ିଆରେ ଜିଲାସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପଞ୍ଚାୟତିରାଜ, ପାନୀୟ ଜଳ, ନଗରଉନ୍ନୟନ ମନ୍ତ୍ରୀ...

ରାୟଗଡ଼ା ଡେପୁଟି କଲେକ୍ଟର ନିଲମ୍ବିତ

ରାୟଗଡ଼ା ଅଫିସ,୧୯ା୮: କାର୍ଯ୍ୟରେ ଅବହେଳା ପାଇଁ ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା...

ଭିତ୍ତିଭୂମି ଅଭାବରୁ ରକ୍ତ ସଂଗ୍ରହରେ ବାଧା

ବାରିପଦା ଅଫିସ,୧୫ା୪- ମୟୂରଭଞ୍ଜ ଜିଲାରେ ଥିବା ରକ୍ତ ଭଣ୍ଡାର ଜରିଆରେ ବହୁ ରୋଗୀ ଉପକୃତ ହେଉଛନ୍ତି। ଆବଶ୍ୟକତା ଠାରୁ ଅଧିକ ରକ୍ତ ସଂଗୃହିତ ହେଉଥିବା ବେଳେ...

ପାର୍କର ଭ୍ରମ ସୃଷ୍ଟି କରୁଛି ପୋଖରୀ ହୁଡା : ଗ୍ରାମୀଣ ବିକାଶ ଯୋଜନାରେ ହେଲା ନବୀକରଣ

ନୟାଗଡ଼ ଅଫିସ,୪ା୧୧: ଦିନେ ପରିତ୍ୟକ୍ତ ହୋଇପଡିଥିବା ପୋଖରୀ ଏବେ ପାର୍କର ଭ୍ରମ ସୃଷ୍ଟି କରୁଛି। ପୋଖରୀ ସଫା କରାଯିବା ସହିତ ହୁଡ଼ାରେ ବିଭିନ୍ନ ପ୍ରକାର ଫୁଲ...

କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଆଠଗଡ଼, ୧୬।୯(ଡି.ଏନ୍‌.ଏ.): କଟକ ଜିଲା ଆଠଗଡ଼ ରେଞ୍ଜ ଅନ୍ତର୍ଗତ ତିଗିରିଆ ହରିଡ଼ାପଶି ଅଞ୍ଚଳର କୁଣ୍ଡଳୀ ଜଙ୍ଗଲରୁ ସୋମବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି।...

ଦାରିଙ୍ଗବାଡ଼ିରେ ଶୀତ, ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ

ଦାରିଙ୍ଗବାଡ଼ି,୧୪।୧୧(ଡି.ଏନ୍‌.ଏ.) -ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ ହୋଇଛି। ଚଳିତ ବର୍ଷ ବିଳମ୍ବରେ ଶୀତ ହୋଇଥିବାରୁ ପାଣିପାଗରେ ଅନିୟମିତତା ଯୋଗୁ ଏପରି ହୋଇଥିବା କୁହାଯାଉଛି। ବାରମ୍ବାର ଲଘୁଚାପ ସହ...

ରୋଷେଇ ବେଳେ ଫାଟିଗଲା ଗ୍ୟାସ୍‌ ଟାଙ୍କି

ପାଟଣା,୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମର ବଡ଼ଦାଣ୍ଡ ସାହିରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ପ୍ରଭାତ ରଣାଙ୍କ ପରିବାର ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗୁରବାର...

Advertisement
Archives

Model This Week