ବନ୍ଦ ଥିବା ବଜାର ଅଞ୍ଚଳ ବୁଲିଲେ ଜିଲାପାଳ

ବ୍ରହ୍ମପୁର ଅଫିସ, ୧୮ା୩ – କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି। ରବିବାରରୁ ଗଞ୍ଜାମ ଜିଲାରେ ଭିଡ ତଥା ଜନଗହଳିକୁ ଏଡାଇବା ନେଇ ୧୪୪ ଧାରା ଜାରି କରାଯାଇଛି । ଏହି କ୍ରମରେ ସୋମବାରରୁ ସହରର ସମସ୍ତ ଭେଣ୍ଡିଂଜୋନ୍‌, ଜରୁରୀକଳିନ ସେବା ପ୍ରଦାନ କରୁଥିବା ଦୋକାନ ବ୍ୟତୀତ ସମସ୍ତ ବଡ ଦୋକାନ, ବଜାର, ସପିଂ ମଲ, ମାର୍କେଟ କମ୍ପ୍ଲେକ୍ସକୁ ବନ୍ଦ କରାଯାଇଛି। ମଙ୍ଗଳବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସହରର ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସ ବୁଲି ଜନସାଧାରଣଙ୍କୁ ସଚେତନ କରିବା ସହ ଖୋଲା ରଖିଥିବା କିଛି ଦୋକାନୀ ଓ ଲଜିଂକୁ ତାଗିତ କରିଛନ୍ତି ା
କରୋନା ସାରାବିଶ୍ୱରେ ଭୟଙ୍କର ରୂପ ନେଉଥିବା ବେଳେ ଓଡିଶାରେ ଜଣେ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ତପତ୍ର ହୋଇଉଠିଛି ା ଜିଲାରେ ୧୪୪ ଧାରା ଲାଗୁ କରିବା ସହ ସହରର ସମସ୍ତ ଦୋକାନ, ବଜାର, ଶପିଂମଲକୁ ବନ୍ଦ କରାଯାଇଛି ା ମଙ୍ଗଳବାର ବନ୍ଦ କରାଯାଇଥିବା ଶପିଂମଲ, ଦୋକାନ ବଜାର ବନ୍ଦ ନେଇ ଜିଲାପାଳ ତଦାରଖ କରିଥିଲେ। ଜିଲାପାଳଙ୍କ ସମେତ ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଡାକବାଜି ଯନ୍ତ୍ରଦ୍ୱାରା ପ୍ରଚାର କରିବା ସହ ସହରର ବିଭିନ୍ନ ବଜାର ଅଞ୍ଚଳ ବୁଲି ସଚେତନ କରିଥିଲେ ା ବୁଲିବା ବେଳେ କେତେକ ଦୋକାନ ଖୋଲିଥିବା ଦେଖିବାକୁ ମିଳିଥିଲା। ଉକ୍ତ ଦୋକାନୀଙ୍କୁ ଜିଲାପାଳ ଓ ଅନ୍ୟ ଅଧିକାରୀମାନେ ତାଗିଦ କରିବା ସହ ତୁରନ୍ତ ବନ୍ଦ କରିବାକୁ କହିଥିଲେ। କରୋନା ନେଇ କଟକଣା ନ ଉଠିବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଢ଼େ ୮ ବର୍ଷରେ ୮୧୫ ଲୋକ, ୬୬୯ ହାତୀ ମୃତ

ଭଞ୍ଜନଗର,୧୦।୧୦(ଡି.ଏନ୍‌.ଏ.): ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ଯୋଗୁ ଜଙ୍ଗଲ ଉପରେ ଲୋକଙ୍କ ଆବଶ୍ୟକତା ବଢ଼ିଲା। ଏହାଦ୍ୱାରା ଜଙ୍ଗଲ କ୍ଷୟ ହେଲା। ଫଳରେ ହାତୀ ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀ...

ଟ୍ରାଫିକ୍‌ ନିୟନ୍ତ୍ରଣକୁ ଧ୍ୟାନ ଦେଉନି ପୋଲିସ

ବ୍ରହ୍ମପୁର ଅଫିସ,୨୪|୪-ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଅବଧି ସରି ଆସୁଥିବା ବେଳେ ଲୋକମାନଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ସ୍ଥାନରୁ ଲୋକମାନେ ମା’ଙ୍କ...

‘ପାତ୍ରଙ୍କ ତରବରିଆ ନିଷ୍ପତ୍ତି ଭୁଲ’

ବ୍ରହ୍ମପୁର ଅଫିସ,୯ା୬: ଗଞ୍ଜାମ ଟାଇଗର ନଂ. ୨ ସୂର୍ଯ୍ୟ ନାରାୟଣ ପାତ୍ର ଶାସକ ଦଳ ରାଜନୀତିରେ ଷଡ଼ଯନ୍ତ୍ରର ଶିକାର ହୋଇଥିବା ବିଭିନ୍ନ ମହଲ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ...

ବିକାଶଠାରୁ ବହୁ ପଛରେ ଗଞ୍ଜାମ ଏନ୍‌ଏସି: ସହରର ଉନ୍ନତି ପାଇଁ ଭାଜପା ପକ୍ଷରୁ ଦାବିପତ୍ର

ଗଞ୍ଜାମ,୨୮।୯(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଦୀର୍ଘ ୧୦ ବର୍ଷଧରି ବିକାଶ ହେଉ ନ ଥିବା ଭାଜପା ବ୍ଲକ ପକ୍ଷରୁ ପ୍ରତିବାଦ କରାଯାଇଛି। ସହରର ବିଭିନ୍ନ ସମସ୍ୟା ସମାଧାନ...

ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ପ୍ରସ୍ତୁତି ବୈଠକ: ମା’ଙ୍କ ଦର୍ଶନ ଲାଗି ଦେବାକୁ ପଡ଼ିବନି ଫି

ଛତ୍ରପୁର,୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ମେଳା ନେଇ ଜିଲାପାଳ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୪ଟି...

ଦୁର୍ଘଟଣା ରୋକିବା ପାଇଁ ନୂଆ ପ୍ରୟାସ, ଜାତୀୟ ରାଜପଥ କଡ଼ରେ ଲୋକଙ୍କ ପୂଜାର୍ଚ୍ଚନା

ବ୍ରହ୍ମପୁର ଅଫିସ,୩୧ା୧- ସଡକ ଦୁର୍ଘଟଣା ଜନିତ ମୃତ୍ୟୁହାର କମାଇବା ପାଇଁ ସରକାର ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଏପରିକି ଦ୍ରୁତ ଗାଡି ଚାଳକଙ୍କୁ ସାବାଡ଼ କରିବା...

ଲକ୍‌ଡାଉନ ଏନ୍‌ଫୋର୍ସମେଣ୍ଟ କଡାକଡ଼ି: ଆଦାୟ ହେଲାଣି ୧୮ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସବଡିଭିଜନ ଅଧୀନରେ ୮ ଟି ବ୍ଲକ ଓ ୯ ଟି ସହର ରହିଛି। କୋଭିଡ ସମୟରେ ଜାରି ହୋଇଥିବା ଲକ୍‌ଡାଉନ...

ମୋ ଝିଅକୁ ତଣ୍ଟିଚିପି ମାରିଦେଲେ

ଦିଗପହଣ୍ଡି,୧୩ା୯(ଡି.ଏନ.ଏ.): ସ୍ତ୍ରୀ ହତ୍ୟା ଅଭିଯୋଗରେ ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଲକ୍ଷ୍ମଣ ନାଇକଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଏ ନେଇ...

Advertisement
Archives

Model This Week