ବନ୍ତ ପୋଲିସର ମାଡ଼ ଘଟଣା: ଟୁଇଟ ପରେ କନଷ୍ଟେବଳ ନିଲମ୍ବିତ

ଭଦ୍ରକ ଅଫିସ,୨୬।୫: ବନ୍ତ ଥାନାଧିକାରୀଣୀଙ୍କ ଉପସ୍ଥିତିରେ ରାସ୍ତା ଉପରେ ଜଣେ ଲୋକଙ୍କୁ ଗୋଡାଇ ଗୋଡ଼ାଇ ପିଟିବା ଘଟଣା। ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତ ଏହି ଘଟଣାରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ବନ୍ତ ଥାନାରେ ଏନେଇ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି ବୋଲି ଟୁଇଟରରେ ଭଦ୍ରକ ଏସ୍‌ପି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଗତ କିଛି ଦିନ ତଳେ ଭଦ୍ରକ ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଥାନା ନିକଟରେ ଜଣେ ବ୍ୟକ୍ତି ମାସ୍କ ପିନ୍ଧି ନ ଥିବାରୁ ପୋଲିସ କର୍ମଚାରୀମାନେ ତାଙ୍କୁ ରାଜରାସ୍ତାରେ ବାଡ଼େଇଥିଲେ। ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ବନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତାକ୍ତ ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ତେବେ ଦୁଇ ଦିନ ପୂର୍ବରୁ ସେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଏହି ମାଡ଼ମାରିବା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ସୋମବାର ବନ୍ତ ଅଞ୍ଚଳର ଜଣେ ସାମାଜିକକର୍ମୀ ଲାଲା ସ୍ବାଇଁ ଏହି ଘଟଣା ବିଷୟରେ ଏସ୍‌ପି ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଟୁଇଟ କରି ଅବଗତ କରାଇବା ପରେ ଘଟଣା ସାମ୍ନାକୁ ଆସିଥିଲା। ଅପରପକ୍ଷେ ମହିଳା କନେଷ୍ଟବଳଙ୍କୁ ଉକ୍ତ ଯୁବକ ଜଣକ ଦୁର୍ବ୍ୟବହାର କରିଥିଲେ। ତେବେ ଏହି ଘଟଣାର ତଦନ୍ତ ଚାଲିଛି ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ସମୟରେ ଦୁଇ ନିଆରା ସେବାକାରୀ

ଭଦ୍ରକ ଅଫିସ,୧୮।୪: ଲକ୍‌ଡାଉନ୍‌ ସମୟରେ ଦୁଇ ନିଆରା ସେବାକାରୀଙ୍କୁ ନେଇ ଏବେ ଭଦ୍ରକରେ ଚର୍ଚ୍ଚା ଜୋର ଧରିଛି। ଲକ୍‌ଡାଉନ୍‌ରେ ଘରେ ସମସ୍ତେ ବନ୍ଦୀ ହୋଇ ଥିବାବେଳେ...

କରୋନା ସଚେତନତା : ମାସ୍କ, ସାନିଟାଇଜର ବିତରଣ

ସୋନପୁର,୧୭।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ସଚେତନତା ଆବଶ୍ୟକ ହୋଇପଡିଛି। ଜରୁରି କାମରେ ଘରୁ ବାହାରିଲେ ମୁହଁରେ ମାକ୍ସ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ତେଣୁ...

ରାଜଧାନୀରେ ବନ୍ଦ ରହିଲା ସବୁ ମଲ୍‌

ଭୁବନେଶ୍ୱର,୧୭।୩(ବ୍ୟୁରୋ): କଟକ, ଭୁବନେଶ୍ୱର ଟ୍ବିନ୍‌ସିଟିରେ ସମସ୍ତ ଶପିଂ ମଲ୍‌କୁ ବନ୍ଦ କରିବାକୁ ରବିବାର କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସୋମବାର ରସୁଲଗଡ଼ ଏସ୍‌ପ୍ଲାନେଡ୍‌ ମଲ୍‌ରୁ...

ବିପୁଳ ନକଲି ମଦ ଜବତ, ୨ ଗିରଫ

ପରଜଙ୍ଗ, ୩୦ା୪(ଡି.ଏନ.ଏ.) – ଢେଙ୍କାନାଳ ଜିଲା ମହାବିରୋଡ଼ ଅଞ୍ଚଳରୁ ପରଜଙ୍ଗ ପୋଲିସ ବୁଧବାର ବିପୁଳ ପରିମାଣର ନକଲି ମଦ, ମଦ ତିଆରି ସାମଗ୍ରୀ ଜବତ କରିଛି।...

ପରଲୋକରେ ନାଟ୍ୟ ନିର୍ଦ୍ଦେଶକ ପୁଲିନ୍‌ ବିହାରୀ ମାନସିଂହ

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ଓଡ଼ିଶା ନାଟ୍ୟସଂଘର ଉପଦେଷ୍ଟା ତଥା ରାଉରକେଲାର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ପୁଲିନ୍‌ ବିହାରୀ ମାନସିଂହଙ୍କ ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି।...

ପୁରୀରେ ପୋକ୍ସୋ କୋର୍ଟ ଉଦ୍‌ଘାଟିତ: ବିଚାର ହେବ ଯୌନ ନିର୍ଯ୍ୟାତନା ମାମଲା

ପୁରୀ ଅଫିସ,୨୮।୨: ନାବାଳିକା ଓ ନାବାଳିକଙ୍କୁ ଯୌନ ଶୋଷଣ ମାମଲାର ବିଚାର ପ୍ରକ୍ରିୟା ତ୍ୱରାନ୍ବିତ ହେବ। ଶୁକ୍ରବାର ପୁରୀ ଜିଲା କୋର୍ଟ ପରିସରରେ ପୋକ୍ସୋ କୋର୍ଟ...

ବୀରମିତ୍ରପୁରରୁ ଭାଜପା ଆଗୁଆ

ରାଉରକେଲା ଅଫିସ,୨୩।୫: ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବୀରମିତ୍ରପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଶଙ୍କର ଓରାମ ଆଗୁଆ ରହିଛନ୍ତି। ଶଙ୍କର ୧୬୪୮ ଭୋଟ...

ବିବାହ ଭୋଜିରେ ଯୋଗ ଦେଇ ୧୧ ହେଲେ କରୋନା ଆକ୍ରାନ୍ତ: ଭୁବନେଶ୍ବରରୁ ଅଛନ୍ତି ଜଣେ

କଟକ ଅଫିସ,୫।୭: କଟକ ସହର ମାଣିକଘୋଷରୁ ଶନିବାର ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଏବଂ ୪ଜଣ...

Coronavirus Update


Archives

Model This Week

Why Dharitri