ବନମାଳୀପୁର ଟି-୨୦ କ୍ରିକେଟ ଉଦ୍‌ଯାପିତ: ମା’ ବ୍ରାହ୍ମଣୀ ଦେବୀ କ୍ରିକେଟ କ୍ଲବ ଚାମ୍ପିୟନ

ଭାପୁର,୧୨ା୧୦(ଡି.ଏନ୍‌.ଏ.): ବନମାଳୀପୁର ଆଞ୍ଚଳିକ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ୩୨ତମ ବାର୍ଷିକ ଚ୍ୟାଲେଞ୍ଜ କପ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ବ୍ରାହ୍ମଣୀ ଦେବୀ କ୍ରିକେଟ କ୍ଲବ ଝଗଡ଼ପଡ଼ା ରାମଚନ୍ଦ୍ର କ୍ରିକେଟ କ୍ଲବ ବଘେଇକୁ ୯୩ ରନରେ ପରାସ୍ତ କରି ଚାମ୍ପିୟନ ହୋଇଛି। ଟସ୍‌ ଜିତି ମା’ ବ୍ରାହ୍ମଣୀ ଦେବୀ କ୍ରିକେଟ କ୍ଲବ ୧୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୬୪ ରନ କରିଥିଲା। ଜବାବରେ ରାମଚନ୍ଦ୍ର କ୍ରିକେଟ କ୍ଲବ ୧୧.୨ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୭୨ ରନ କରିପାରିଥିଲା। ମ୍ୟାଚକୁ ପ୍ରଶାନ୍ତ ସେଠୀ ଓ ଜ୍ୟୋତିରଞ୍ଜନ ସାହୁ ପରିଚାଳନା କରିଥିଲେ। ଚାମ୍ପିୟନ ଦଳର ବିକାଶ ସେନାପତି ମ୍ୟାନ ଅଫ ଦି ମ୍ୟାଚ ଓ ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଓ ସ୍ଥାନୀୟ ସରପଞ୍ଚ ସୁରେଖା ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶିଶିର କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟଅତିଥି ଚାମ୍ପିୟନ ଦଳକୁ ୭୦୦୧ ଟଙ୍କା ସହ ଟ୍ରଫି ଓ ରନର୍ସ ଅପ୍‌ ଦଳକୁ ୫୦୦୧ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଉତ୍ସବରେ ଗଦାଧର ତ୍ରିପାଠୀ ସଭାପତିତ୍ୱ କରିଥିଲାବେଳେ ଚତୁର୍ଭୁଜ ସାହୁ ମଞ୍ଚ ପରିଚାଳନା କରିଥିଲେ। କ୍ଲବ ମ୍ୟାନେଜର ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ପିଟିବା ଘଟଣା: ଥାନାରୁ ମୁକୁଳିଲେ ଅଭିଯୁକ୍ତ ଶିକ୍ଷକ

ଆର.ଉଦୟଗିରି,୨୬ା୮(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକ ଡେଙ୍ଗାସଖାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନ୍ୟ ବିଦ୍ୟାଳୟର ଜଣେ ଶିକ୍ଷକ ନିଶାସକ୍ତ ହୋଇ ଛାତ୍ରୀଛାତ୍ରୀଙ୍କୁ ମାଡ଼ମାରି କ୍ଷତାକ୍ତ କରିଦେଇଥିଲେ।...

କାଗଜପତ୍ରରେ ବୃଦ୍ଧାଙ୍କୁ ମାରିଦେଲେ

ହାଟଡ଼ିହୀ,୧୮ା୫ (ଡି.ଏନ୍‌.ଏ.):  କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ରେ ଭତ୍ତା କେଳେଙ୍କାରୀ ଦେଖିବାକୁ ମିଳିଛି। ଜଣେ ଅସହାୟ ବିଧବା ବୃଦ୍ଧା ବଞ୍ଚତ୍ଥିବା ବେଳେ ତାଙ୍କୁ କାଗଜପତ୍ରରେ ମୃତ...

ରାଓ୍ବଲପିଣ୍ଡି ଟେଷ୍ଟରେ ବର୍ଷା ବାଧା

ରାଓ୍ବଲପିଣ୍ଡି, ୧୨।୧୨: ଦଶନ୍ଧିପରେ ପାକିସ୍ତାନକୁ ଫେରିଥିବା ଟେଷ୍ଟ କ୍ରିକେଟ ବର୍ଷାଦ୍ୱାରା ବାଧାପ୍ରାପ୍ତ ହୋଇଛି। ପ୍ରଥମ ଦିବସରେ ୬୮.୧ ଓଭର ଖେଳ ହୋଇଥିବାବେଳେ ଗୁରୁବାର ଦ୍ୱିତୀୟ ଦିବସରେ...

ଅନ୍ଧାରରେ ରହିଛି ଗୋପ ବ୍ଲକର ଷ୍ଟ୍ରଙ୍ଗ୍‌ରୁମ୍‌

ଗୋପ, ୨୦।୨(ଡି.ଏନ୍‌.ଏ.): ଗୋପ ବ୍ଲକର ଷ୍ଟ୍ରଙ୍ଗରୁମ ଅନ୍ଧାରରେ ରହିଛି। ହେଲେ କେତେକ ପୋଲିସ କେବଳ ମୋବାଇଲ ଲାଇଟ୍‌ ପକାଇ ଷ୍ଟ୍ରଙ୍ଗରୁମକୁ ଜଗି ରହିଛି। ନିର୍ବାଚନ ଚାଲିଥିବାବେଳେ...

ବେଆଇନ ଖନନ ପ୍ରତିବାଦରେ କଂଗ୍ରେସର ଧାରଣା

ରସୁଲପୁର/ଧର୍ମଶାଳା,୧୫।୩(ଡିଏନଏ): ଯାଜପୁର ଜିଲାର ଲଘୁ ଖଣିଜ ହବ୍‌ଭାବେ ଜଣାଶୁଣା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବିଛାଖଣ୍ଡିରେ ବିରୋଧୀଙ୍କ ସ୍ବର ଶାଣିତ ହୋଇଛି । ଏହି ଅଞ୍ଚଳର ପାଣିଟାଙ୍କିଠାରେ...

୧କୋଟି ଖର୍ଚ୍ଚ ପରେ ବି ମିଳିଲାନି ପିଇବା ପାଣି

ଖଇରା,୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସରସତିଆ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ଅଳ୍ପ ଦିନ ପରେ ଏହା ଅଚଳ ହୋଇପଡିଛି। ବାରମ୍ବାର ଦାବି...

କାର୍ଯ୍ୟ ଚୁକ୍ତିକୁ ଠିକାଦାରଙ୍କ ଅଣଦେଖା

ଯାଜପୁର,୨୦ା୮(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ବଡ଼ଚଣା ଓ ବରୀ ବ୍ଲକର ଏକାଧିକ ରାସ୍ତା, ଗୃହ, ନଦୀବନ୍ଧ, ଆଲୋକୀକରଣ ଆଦି ନିର୍ମାଣ ଓ ମରାମତି ଦାୟିତ୍ୱ ପଡ଼ୋଶୀ କଟକ...

‘କାର୍ତ୍ତିକଙ୍କୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଦରକାର’

ମୁମ୍ବାଇ,୬।୪: ଦୀନେଶ କାର୍ତ୍ତିକଙ୍କ ମ୍ୟାଚ୍‌ ଓ୍ବିନିଂ ପାଳି ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୪ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ସଳ ବ୍ୟାଟିଂ...

Advertisement
Archives

Model This Week