ଗଞ୍ଜାମ ଜିଲା: ବଢ଼ୁଛି କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା : ଗ୍ରାମାଞ୍ଚଳରୁ ୩୪୧ ରୋଗୀ ଚିହ୍ନଟ

ବ୍ରହ୍ମପୁର ଅଫିସ୍‌,୧୨ା୧୦-ଗଞ୍ଜାମ ଜିଲାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢ଼ିଛି। ଜିଲାର କେବଳ ଗ୍ରାମାଞ୍ଚଳରେ ନିକଟରେ ଆୟୋଜିତ ହୋଇଥିବା କୁଷ୍ଠ ଚିହ୍ନଟ କାର୍ଯ୍ୟକ୍ରମରେ ୩୪୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ତରଫରୁ ସେମାନଙ୍କୁ ଏମ୍‌ଡିଟି ଔଷଧ ପ୍ରଦାନ କରାଯାଉଛି। ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟପରୀକ୍ଷା ସହ ଆବଶ୍ୟକ ପରାମର୍ଶ ମଧ୍ୟ ଦିଆଯାଉଛି । ଜିଲାର ବେଗୁନିଆପଡ଼ା, ଖଲ୍ଲିକୋଟ ଏବଂ ଦିଗପହଣ୍ଡି ବ୍ଲକରେ ସର୍ବାଧିକ କୁଷ୍ଠରୋଗୀ ଚିହ୍ନଟ ହୋଇଥିବା ତଥ୍ୟ ହସ୍ତଗତ ହୋଇଛି ।
ଗତ ସେପ୍ଟେମ୍ବର ୧୦ରୁ ୨୩ତାରିଖ ପର୍ଯ୍ୟନ୍ତ ବ୍ଲକସ୍ତରରେ କୁଷ୍ଠରୋଗୀ ଚିହ୍ନଟ ଅଭିଯାନ ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଆଶା କର୍ମୀମାନେ ଘରକୁ ଘର ବୁଲି ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରିଥିଲେ । ପରେ ସ୍ବାସ୍ଥ୍ୟ କର୍ମୀମାନେ ପହଞ୍ଚି ସ୍ବାସ୍ଥ୍ୟପରୀକ୍ଷା କରିଥିଲେ। ଯେଉଁମାନଙ୍କଠାରେ କୁଷ୍ଠ ଲକ୍ଷଣ ମିଳିଥିଲା, ସେମାନଙ୍କ ତାଲିକା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନୀୟ ମେଡ଼ିକାଲ୍‌ ଅଫିସର୍‌ ଏବଂ ଜିଲାସ୍ତରୀୟ ଅଧିକାରୀମାନେ ପହଞ୍ଚି ଚୂଡ଼ାନ୍ତ ଚିହ୍ନଟ କରିଥିଲେ। ଏଭଳି ଜିଲାର ସମସ୍ତ ଗ୍ରାମାଞ୍ଚଳରୁ ମୋଟ ୩୧ଲକ୍ଷ ୭୪ହଜାର ୫୩୬ ଜଣଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ସେଥିମଧ୍ୟରୁ ଆଶା କର୍ମୀମାନେ ୬ହଜାର ୫୪୭ ଜଣଙ୍କ ଠାରେ କୁଷ୍ଠ ଲକ୍ଷଣ ଦେଖାଦେଇଥିବା ସନ୍ଦେହ ପ୍ରକାଶ କରିଥିଲେ। ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ୩୪୧ ଜଣ କୁଷ୍ଠ ରୋଗୀ ଥିବା ଚୂଡ଼ାନ୍ତ ଚିହ୍ନଟ ହୋଇଥିଲା। ମୋଟ ରୋଗୀଙ୍କ ମଧ୍ୟରେ ଅଛନ୍ତି ୨୨ଜଣ ଶିଶୁ । ସେହପରି ୧୬୩ ଜଣ ସ୍ବଳ୍ପ ଜୀବାଣୁ ଏବଂ ୧୭୮ଜଣ ବହୁ ଜୀବାଣୁ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ।
ବ୍ଲକ ଅନୁଯାୟୀ ତଥ୍ୟକୁ ଦେଖିଲେ ସୂଚନା ମିଳୁଛି ଯେ, ଜିଲାରେ ବେଗୁନିଆପଡ଼ା ବ୍ଲକରେ ସର୍ବାଧିକ ୪୪ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ବ୍ଲକର ଏକ ଲକ୍ଷ ୪୭ହଜାର ୭୮୧ଜଣଙ୍କୁ ଚିହ୍ନଟ ପ୍ରକ୍ରିୟାରେ ସାମିଲ୍‌ କରାଯାଇଥିବା ବେଳେ ୧୮୦ଜଣଙ୍କ ପାଖରେ କୁଷ୍ଠ ଲକ୍ଷଣ ଥିବା ଆଶା କର୍ମୀମାନେ ସନ୍ଦେହ କରିଥିଲେ। ତେବେ ସେଥିରୁ ୪୮ ରୋଗୀଙ୍କ ପାଖରେ କୁଷ୍ଠ ଜୀବାଣୁ ମିଳିଥିଲା । ୨୭ଜଣ ସ୍ବଳ୍ପ ଜୀବାଣୁ ଏବଂ ୧୭ଜଣ ବହୁ ଜୀବାଣୁ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ବ୍ଲକରେ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ଶିଶୁ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି ଖଲ୍ଲିକୋଟ ବ୍ଲକ । ବ୍ଳକର ଏକ ଲକ୍ଷ ୭୬ହଜାର ୧୧୨ଜଣଙ୍କୁ ଚିହ୍ନଟ ପ୍ରକ୍ରିୟାରେ ସାମିଲ୍‌ କରାଯାଇଥିଲା । ୩୨୧ଜଣଙ୍କ କୁଷ୍ଠ ଦ୍ୱାରା ଆକ୍ରାନ୍ତ ଥିବା ସନ୍ଦେହ ସୃଷ୍ଟି ହେବାରୁ ପରୀକ୍ଷା କରାଯାଇଥିଲା । ସେଥିରୁ ୩୯ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ଜଣ ସ୍ବଳ୍ପ ଜୀବାଣୁ ଏବଂ ୧୭ଜଣ ବହୁ ଜୀବାଣୁ ଦ୍ୱାରା ଆକ୍ରାନ୍ତ। ଏପରିକି ସେଥିରୁ ୫ଜଣ ଶିଶୁ ମଧ୍ୟ ରହିଛନ୍ତି । ତୃତୀୟ ସ୍ଥାନରେ ରହିଛି ଦିଗପହଣ୍ଡି ବ୍ଲକ । ଏକ ଲକ୍ଷ ୫୭ହଜାର ୨୭୬ଜଣଙ୍କୁ ଚିହ୍ନଟ ପ୍ରକ୍ରିୟାରେ ସାମିଲ୍‌ କରାଯାଇଥିଲା । ୪୦୨ଜଣଙ୍କୁ ସନ୍ଦେହରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେଥିରୁ ୩୯ଜଣ ରୋଗୀ ଚିହ୍ନଟ ହୋଇଥିଲେ। ୨୩ଜଣ ସ୍ବଳ୍ପ ଜୀବାଣୁ ଏବଂ ୧୫ଜଣ ବହୁ ଜୀବାଣୁ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ।
ସେହିପରି ଗଞ୍ଜାମ ବ୍ଲକରେ ୬, ପୋଲସରା ବ୍ଲକରେ ୧୨, ଆସିକା ବ୍ଲକରେ ୧୦, ଭଞ୍ଜନଗର ବ୍ଲକରେ ୧୨, ଶେରଗଡ଼ ବ୍ଲକରେ ୧୭, ସାନଖେମୁଣ୍ଡି ବ୍ଲକରେ ୮ ଜଣ ନୂତନ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଜଗନ୍ନାଥପ୍ରସାଦ ବ୍ଲକରେ ୧୩, ଚିକିଟି ବ୍ଲକରେ ୧୧, ବେଲଗୁଣ୍ଠା ବ୍ଲକରେ ୪, ରଙ୍ଗେଇଲୁଣ୍ଡା ବ୍ଲକରେ ୮, କବିସୂର୍ଯ୍ୟନଗର ବ୍ଳକରେ ୧୧, ହିଂଜିଳିକାଟୁ ବ୍ଲକରେ ୨୬, ଧରାକୋଟ ବ୍ଲକରେ ୧୦, ଛତ୍ରପୁର ବ୍ଲକରେ ୩୦, ବୁଗୁଡ଼ା ବ୍ଲକରେ ୭, ବଡ଼ଗଡ଼ ବ୍ଲକରେ ୮, ପୁରୁଷୋତ୍ତମପୁର ବ୍ଲକରେ ୭, କୁକୁଡ଼ାଖଣ୍ଡି ବ୍ଲକରେ ୧୦ ଏବଂ ପାତ୍ରପୁର ବ୍ଲକରେ ୧୦ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ରୋଗୀଙ୍କୁ ଏମ୍‌ଡିଟି ଔଷଧ ପ୍ରଦାନ ସହ ଆବଶ୍ୟକୀୟ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସେହିଭଳି ଆସନ୍ତା ୧୪ତାରିଖରୁ ଜିଲାର ୧୮ଟି ସହରାଞ୍ଚଳରେ ମଧ୍ୟ ରୋଗୀ ଚିହ୍ନଟ ଶିବିର ଆୟୋଜିତ ହେବ ବୋଲି ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?