ବଦଳିଲା ପାଗ, ମାଘ ମେଳାରେ ଭିଡ଼

ଢେଙ୍କାନାଳ ଅଫିସ,୧୦ା୨: ଢେଙ୍କାନାଳ ଜିଲା ମହିମା ଧର୍ମ ପୀଠ ମହିମାଗାଦି ଯୋରନ୍ଦାରେ ବିଶ୍ୱ ପ୍ରସିଦ୍ଧ ମାଘ ମେଳାର ରବିବାର ଥିଲା ତୃତୀୟ ଦିବସ। ବର୍ଷାପାଗ ଯୋଗୁ ଶନିବାର ମେଳା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିଲା। ଏଥିଯୋଗୁ ଉଠା ଦୋକାନୀମାନଙ୍କର ବ୍ୟବସାୟ ଠପ୍‌ ହୋଇଯାଇଥିଲା। ଦୂରଦୂରାନ୍ତରୁ ଆସିଥିବା ଦୋକାନୀମାନେ ନିରାଶ ହୋଇଥିଲେ। ରବିବାର ସକାଳେ ମଧ୍ୟ ଝିପିଝିପି ବର୍ଷା ହେବା ଦେଖି ମେଳାକୁ ଆସିଥିବା ଯାତ୍ରୀ ଓ ଦୋକାନୀମାନେ ପୁଣି ନିରାଶ ହୋଇଥିଲେ। କିନ୍ତୁ ପରେ ପାଗ ବଦଳିବା ସହିତ ଖରା ପଡିବାରୁ ଭିଡ ଜମିଥିଲା। ଫଳରେ ଦୋକାନୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ସନ୍ଧ୍ୟାରେ ମେଳାରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ତୃତୀୟ ସନ୍ଧ୍ୟାରେ ଗାଦିମନ୍ଦିରରେ ଝାଡଦୀପ ପ୍ରଜ୍ୱଳିତ ହୋଇଥିଲା। ମାଘମେଳା ଅବସରରେ ଯୋରନ୍ଦାଠାରେ ଏକ ବିଶାଳ ସନ୍ଥ ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ସମସ୍ତ ସାଧୁସନ୍ଥ ଏକାଠି ହୋଇଥିଲେ। ରବିବାର ଛତିଶଗଡର ଜଗଦଲପୁର ସମେତ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ଓଡ଼ିଶାର ସମ୍ବଲପୁର, ବରଗଡ ଓ ଦେବଗଡ ଆଦି ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମେଳା ବୁଲି ଦେଖିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ପୁଣି ଭାଲୁ ଭୟ

ଉମରକୋଟ,୩୧।୧(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ କିଛି ଦିନର ବ୍ୟବଧାନରେ ପୁଣି ୨ ଭାଲୁଙ୍କୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଉମରକୋଟ ବ୍ଲକ...

ବିଦ୍ୟୁତ୍‌ ଆଘାତରେ ଯୁବକ ଗୁରୁତର : ଟ୍ରାନ୍ସଫର୍ମର ସ୍ଥାନାନ୍ତର ଦାବି

ଖଣ୍ଡପଡ଼ା,୨୩ା୯(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କିଆଝର ପଞ୍ଚାୟତ ଗିରିଡିପଲ୍ଲୀଠାରେ ରବିବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ହୋଇଥିଲେ। ସେ ହେଲେ ସୁକାନ୍ତ...

ଉପଜିଲାପାଳଙ୍କ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ

ବଇଣ୍ଡା,୮।୯ (ଡି.ଏନ.ଏ.) – ଆଠମଲ୍ଲିକ ଉପଜିଲାପାଳ ରଜନୀକାନ୍ତ ବିଶ୍ୱାଳ ଶନିବାର ଅଚାନକ କିଶୋରନଗର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ଗୋରାତୋପା ଅଙ୍ଗନଓ୍ବାଡି...

ସ୍ବାଭାବିକ ସ୍ଥିତିକୁ ଫେରୁଛି ମଧୁରଝୋଳି ଗାଁ

କବିସୂର୍ଯ୍ୟନଗର,୫ା୧୧(ଡି.ଏନ.ଏ: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା କନିଆରୀ ପଞ୍ଚାୟତର ମଧୁରଝୋଳି ଗ୍ରାମରେ ଗତ ୨୬ ତାରିଖ ରାତିରେ ଗୁଣି ସନ୍ଦେହରେ ଗ୍ରାମବାସୀ ୪ ପରିବାରକୁ ଆକ୍ରମଣ...

କଟ୍‌ନୀଛଟ୍‌ନୀ ପରେ ଉଠିଲା ଧାନ

ଝାରସୁଗୁଡ଼ା ଅଫିସ,୨୨ା୧୨: ଝାରସୁଗୁଡ଼ା ସରବାହାଲ ମାର୍କେଟ ୟାର୍ଡ (ଧାନମଣ୍ଡି) ସୋମବାର ଉଦ୍‌ଘାଟନ ହେବା ପରେ ୩ ପଞ୍ଜୀକୃତ ଚାଷୀଙ୍କ ନିକଟରୁ ୩୬୦ବସ୍ତା ଧାନ କିଣାଯାଇଥିଲା। ଦ୍ୱିତୀୟ...

ଝାରସୁଗୁଡ଼ାରେ ସିଏଫ୍‌ଏସ୍‌ଏଲ୍‌ ଟିମ୍‌

କଟକ ଅଫିସ୍‌, ୫।୨: ନୂଆଦିଲ୍ଲୀରୁ ଆସିଥିବା ସେଣ୍ଟ୍ରାଲ ଫୋରେନ୍‌ସିକ ସାଇନ୍ସ ଲାବୋରେଟୋରି (ସିଏଫ୍‌ଏସ୍‌ଏଲ୍‌)ର ବିଶେଷଜ୍ଞମାନେ ଝାରସୁଗୁଡ଼ାରେ ଅଭିଯୁକ୍ତଙ୍କ ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସ୍‌ମେଣ୍ଟ ଓ ଏଲ୍‌ଭିଏ ଟେଷ୍ଟ...

ଆଜି ନୀଳାଦ୍ରି ବିଜେ

ପୁରୀ ଅଫିସ, ୧୨ା୭:ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାବାହୁ। ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର...

ଲିଚୁ ଉତ୍ପାଦନ ରେ ପାଣି ସାଜିଛି ଅନ୍ତରାୟ

ଫୁଲବାଣୀ ଅଫିସ, ୧୨ା୫- ଏବେ ଖରାଦିନ। ଖରା ଦିନିଆ ଫଳ ଲିଚୁର ଚାହିଦା ବହୁତ। ବିଶେଷ କରି କଟକ, ଭୁବନେଶ୍ୱରରେ ଏହାର ଚାହିଦା ଅଧିକ। ଏହାକୁ...

Advertisement
Archives

Model This Week