ବଦଳିଗଲାଣି କିଣାକିଣି ତରିକା

ନୂଆଦିଲ୍ଲୀ,୧୧।୬: ପ୍ରାୟ ୨ ମାସ ଲକ୍‌ଡାଉନ ରହିବା ପରେ ବର୍ତ୍ତମାନ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। କଟକଣା ହଟୁଥିବାରୁ ଲୋକମାନେ ବାହାରକୁ କିଣାକିଣି କରିବା ଲାଗି ଆସୁଛନ୍ତି। ବର୍ତ୍ତମାନ ସ୍ଥିତିରେ ଖାଉଟିଙ୍କ କିଣାକିଣି କରିବା ଢାଞ୍ଚାରେ ପରିବର୍ତ୍ତନ ଦେଖାଯାଇଛି। ଗ୍ରାହକ ଛୋଟ ଛୋଟ ଟ୍ରାଞ୍ଜାକଶନକୁ ମଧ୍ୟ ଇଏମ୍‌ଆଇରେ ପରିବର୍ତ୍ତନ କରୁଥିବା ଦେଖାଯାଉଛି। ଏହି ସମୟରେ ସ୍ମାର୍ଟଫୋନ, ମିକ୍ସର ଗ୍ରାଇଣ୍ଡର, ରୋଷେଇ ଘର ଲାଗି ଜରୁରୀ ସାମଗ୍ରୀ, ଜୋତା, ସ୍ପିକର ଏବଂ ହେଡ୍‌ଫୋନର ଚାହିଦା ଅଧିକ ବଢ଼ିଯାଇଛି। ଖାଉଟି କ୍ରେଡିଟ କାର୍ଡ ଦ୍ୱାରା ପେମେଣ୍ଟ କରୁଛନ୍ତି ଏବଂ ପରେ ଏହାକୁ ଇଏମ୍‌ଆଇରେ ରୂପାନ୍ତରିତ କରୁଥିବା ଦେଖାଯାଉଛି। ଏଥିରୁ ଗୋଟିଏ କଥା ବୁଝା ପଡୁଛି ଯେ, ଲୋକମାନେ ଅଧିକରୁ ଅଧିକ ଅର୍ଥ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି। ଲୋକଙ୍କ ମଧ୍ୟରେ ଡର ଭାବନା ରହୁଥିବାରୁ ଏଭଳି ଟ୍ରେଣ୍ଡ ଦେଖାଯାଇଥିବା ବଜାର ବିଶେଷଜ୍ଞ ମତ ଦେଇଛନ୍ତି। ବେତନ ଲାଭ କରୁଥିବା ଲୋକମାନଙ୍କର ବେତନ ପୂର୍ବରୁ କଟିଛି କିମ୍ବା କଟିବାର ସମ୍ଭାବନା ରହିଛି। ଚଳିତ ବର୍ଷ ବେତନ ବଢିବା କିମ୍ବା ଇନ୍‌ସେଣ୍ଟିଭ ମିଳିବାର ମଧ୍ୟ ସମ୍ଭାବନା ପ୍ରାୟ ନାହିଁ। ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ନିଯୁକ୍ତି ହରାଇଛନ୍ତି। ଅନେକଙ୍କ ମଧ୍ୟରେ ଚାକିରି ଚାଲିଯିବାର ଭୟ ମଧ୍ୟ ରହିଛି। ଏଭଳି ବିଭିନ୍ନ କାରଣ ଲାଗି ଲୋକ ନିଜ ପାଖରେ ନଗଦ ଅର୍ଥ ରଖିବାକୁ ପସନ୍ଦ କରୁଛନ୍ତି। ପୂର୍ବ ତୁଳନାରେ ଗ୍ରାହକ କ୍ରେଡିଟ କାର୍ଡରେ ଅଧିକ ଖର୍ଚ୍ଚ କରୁଛନ୍ତି। ସେହିଭଳି ଇନ୍‌ଷ୍ଟାଲମେଣ୍ଟକୁ ଅଧିକ ଲମ୍ବା ମଧ୍ୟ କରାଯାଉଛି। ପୂର୍ବରୁ ୫୦ରୁ ୬୦% ଗ୍ରାହକ ଇଏମ୍‌ଆଇକୁ ପସନ୍ଦ କରୁଥିଲେ। ଜଣେ ଶିଳ୍ପ ପ୍ରତିନିଧି କହିଛନ୍ତି ଯେ, କାର୍ଡ ସ୍ବାଇପ କ୍ଷେତ୍ରରେ ୮୦%କୁ ଇଏମ୍‌ଆଇରେ ପରିବର୍ତ୍ତନ କରାଯାଉଛି। ପୂର୍ବରୁ ଏହା ୬୦% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୀଳାଞ୍ଜନା କେଏଚ୍‌ଏଲ୍‌ର ନୂତନ ଏମ୍‌ଡି

ଭୁବନେଶ୍ୱର,୧୬।୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କଳିଙ୍ଗ ହସ୍ପିଟାଲ ଲିମିଟେଡ୍‌(କେଏଚ୍‌ଏଲ୍‌)ର ନୂତନ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ଅଭିଜ୍ଞ ପ୍ରଶାସିକା ନୀଳାଞ୍ଜନା ମୁଖାର୍ଜୀ ଦାୟିତ୍ୱ ଗ୍ରହଣ...

ଜେକେ ଟାୟାରର ନୂତନ ଟ୍ରକ୍‌ ହୁଇଲ୍‌ ସେଣ୍ଟର

ଚୌଦ୍ୱାର,୨୫ା୮(ଡି.ଏନ୍‌.ଏ): ଦେଶର ପ୍ରମୁଖ ଟାୟାର ଉତ୍ପାଦକ ଜେକେ ଟାୟାର ଓ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ପକ୍ଷରୁ ସ୍ଥାନୀୟ କଜଳକଣା ଗଡ଼ା ନିକଟରେ ଜେକେ ଟାୟାରର ନୂତନ ଟ୍ରକ୍‌...

ସ୍ବଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ହାରରେ ବୃଦ୍ଧି

ନୂଆଦିଲ୍ଲୀ,୧।୪: ଚଳିତ ଆର୍ଥିକ ବର୍ଷ (୨୦୨୩-୨୪) ର ପ୍ରଥମ ତ୍ରୈମାସ ଶନିବାର ଠାରୁ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ତ୍ରୈମାସ...

ରେଲଓ୍ବେ ବୋର୍ଡର ପ୍ରଥମ ମହିଳା ସିଇଓ ଭାବେ ଦାୟିତ୍ୱ ନେଲେ ଜୟା ସିହ୍ନା

ନୂଆଦିଲ୍ଲୀ,୧।୯: ରେଲଓ୍ବେ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବରେ ନିଯୁକ୍ତି ହେଲେ ଜୟା ଭର୍ମା ସିହ୍ନା। ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି।...

ସେପ୍ଟେମ୍ବର ୩୦ ଯାଏ ବିଦେଶ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୧।୯: ସରକାର ସେପ୍ଟେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲଗାଇଛନ୍ତି। ଏହି ସମୟ ମଧ୍ୟରେ ବିଦେଶକୁ ବିମାନ ସେବା ଉପଲବ୍ଧ ହେବ...

ଏଫ୍‌ଏମ୍‌ସିଜି କ୍ଷେତ୍ର ସାମ୍ନାରେ ବଡ ଅନିଶ୍ଚିତତା

ନୂଆଦିଲ୍ଲୀ,୮।୬: କରୋନା ଦେଶର ବାଣିଜି୍ୟକ ସ୍ଥିତିକୁ କ୍ଷତି ପହଞ୍ଚାଇଥିବା ବେଳେ ବର୍ତ୍ତମାନ ଏଫ୍‌ଏମ୍‌ସିଜି କ୍ଷେତ୍ରରେ ବଡ ଅନିଶ୍ଚିତତା ଦେଇ ଗତି କରୁଥିବା ପ୍ରମୁଖ ଏଫ୍‌ଏମସିଜି କମ୍ପାନୀ...

ଅନ୍ୟ ନେଟଓ୍ବର୍କ କଲ୍‌ ଉପରେ ଚାର୍ଜ ନେବ ଜିଓ

ନୂଆଦିଲ୍ଲୀ,୧୦-୧୦: ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ପ୍ରଥମଥର ଲାଗି ଏୟାରଟେଲ ଏବଂ ଭୋଡାଫୋନ ଭଳି ଅନ୍ୟ ନେଟଓ୍ବର୍କକୁ କଲ୍‌ ଉପରେ ଚାର୍ଜ ନେବ। ଅନ୍ୟ...

୫ ଦିନରେ ରିଲାଏନ୍ସର ୧ ଲକ୍ଷ କୋଟି କ୍ଷତି

ମୁମ୍ବାଇ,୧୨-୫: ଗତ ୫ ଦିନ ହେବ ଦେଶର ଷ୍ଟକ୍‌ ବଜାରରେ ଉଠାପକା ଚାଲିବା କାରଣରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌)ର ଶେୟାର ଉପରେ ବଡ଼ ପ୍ରଭାବ ପଡିଛି।...

Advertisement
Archives

Model This Week