ବଣ୍ଡାଘାଟିରେ ଓଲଟିଲା କମାଣ୍ଡର ୨ ମୃତ ୪ ଗୁରୁତର

ମାଲକାନଗିରି-୧oା୬ (ସ୍ବ.ପ୍ର.)-ମାଲକାନଗିରି ଜିଲା ଖଇରପୁଟ ବଣ୍ଡାଘାଟିରେ ଏକ କମାଣ୍ଡର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଖବରରୁ ଜଣାପଡିଛି ସୋମବାର ଅପରାହ୍ନ ୫ଟାରେ ଏକ କମାଣ୍ଡର ଖଇରପୁଟରୁ ଯାତ୍ରୀଙ୍କୁ ନେଇ ବଣ୍ଡାଘାଟିର ମୁଦୁଲିପଡା ଅଭିମୁଖେ ଯାଉଥିଲା। ମାଙ୍କଡ଼ଝୋଲା ନିକଟରେ ଘାଟି ଚଢୁଥିବା ସମୟରେ ହଠାତ କମାଣ୍ଡରଟି ବ୍ରେକଫେଲ ହୋଇ ଯାଇଥିଲା। ଫଳରେ କମାଣ୍ଡରଟି ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ ପହଞ୍ଚତ୍ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ଆଉ ଜଣକୁ ମୃତ୍ୟୁ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ମୁଦୁଲିପଡା ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଡିଭିଜନ କାର୍ଯ୍ୟ ପାଇଁ ହଟିବ ବସ୍ତି

ରାୟଗଡ଼ା,୧୫।୨(ସ୍ବ.ପ୍ର.): ରାୟଗଡ଼ା ରେଳ ଡିଭିଜନର ଉନ୍ନତିକରଣ ଏବଂ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ରେଳ ବିଭାଗ ଜମିରେ ଗଢ଼ି ଉଠିଥିବା ବସ୍ତିର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ...

ରାୟଗଡ଼ା ଜିଲାର ୨ ଜେଲରୁ ୨୧୮ କରୋନା ପଜିଟିଭ

ରାୟଗଡ଼ା ଅଫିସ/ ଗୁଣପୁର,୨୯ା୮(ଡି.ଏନ୍‌.ଏ.): ରାୟଗଡ଼ା ସମଗ୍ର ରାଜ୍ୟରେ ଶେଷ ଜିଲାଭାବେ ଜୁନ୍‌ ୩ରେ କରୋନା ତାଲିକାରେ ସାମିଲ ହୋଇଥିଲା। ପ୍ରଥମେ ଜଣେ ଦିଲ୍ଲୀ ଫେରନ୍ତା ଯୁବତୀ...

ପରିବେଶ ସୁରକ୍ଷା, ବୃକ୍ଷ ରୋପଣ ପାଇଁ ଶପଥ ନେଲେ ଛାତ୍ରୀଛାତ୍ର

ମାଲକାନଗିରି, ୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶୁକ୍ରବାର ଛାତ୍ରୀଛାତ୍ର, ଅଧ୍ୟାପକ, ଅଧ୍ୟାପିକା, ଏନସିସି କ୍ୟାଡେଟ, ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା,...

୩ ମାସହେଲା ମିଳିନି ବିଦ୍ୟୁତ୍‌ ବିଲ୍‌: ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ

ରାୟଗଡ଼(ଗଜପତି), ୧୧ା୬- ଗଜପତି ଜିଲା ରାୟଗଡ଼ ବ୍ଲକ୍‌ରେ ଉପଭୋକ୍ତାମାନେ ୩ ମାସହେଲା ବିଦ୍ୟୁତ୍‌ ବିଲ୍‌ ପାଇ ନ ଥିବା ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ବିଲ୍‌...

ବନଜାତ ଦ୍ରବ୍ୟର ମୂଲ୍ୟ ବିଷୟରେ ଲୋକଙ୍କୁ ସଚେତନ କରିବା ଲାଗି ଗଡ଼ିଲା ରଥ

ରାୟଗଡ଼ା ଅଫିସ,୧୩ା୫: ସରକାରଙ୍କ ଦ୍ୱାରା ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ଏବଂ ଜଙ୍ଗଲରୁ ଉପତ୍ାଦିତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣର ସଚେତନତା କରିବା ପାଇଁ ଏକ ସଚେତନ ରଥ...

ରାୟଗଡ଼ାରେ ଅଟକିଲା ସୁରତ-ବ୍ରହ୍ମପୁର ସ୍ବତନ୍ତ୍ର ଟ୍ରେନ୍‌: ଶ୍ରମିକଙ୍କୁ ଖାଦ୍ୟ ଦେଲା ରେଳ ବିଭାଗ

ରାୟଗଡା ଅଫିସ,୩ା୫: ସୁରଟରୁ ଶ୍ରମିକଙ୍କୁ ନେଇ ରବିବାର ବ୍ରହ୍ମପୁର ଆସିଥିବା ସ୍ବତନ୍ତ୍ର ଟ୍ରେନ୍‌ ରବିବାର କିଛି ସମୟ ପାଇଁ ରାୟଗଡ଼ା ଷ୍ଟେଶନରେ ଅଟକିଥିଲା। ସେଠାରେ ରେଳ...

ଏବେ ବି ଅପହଞ୍ଚ ସ୍ବାଭିମାନଅଞ୍ଚଳ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳ ଏବେ ବି ଲୋକଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ଏବେ ମଧ୍ୟ ବିଚ୍ଛିନ୍ନାଞ୍ଚଳର ୫ଟି ପଞ୍ଚାୟତ...

ପୋଲିସ ଇନ୍‌ଫର୍ମର ଦର୍ଶାଇ କଂଗ୍ରେସ କର୍ମୀଙ୍କୁ ହତ୍ୟା

ମାଲକାନଗିରି,୨୬ା୫(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲା ଭେରମଗଡ଼ ଥାନା ଅନ୍ତର୍ଗତ କେସତାପରା ଗ୍ରାମରେ ଶନିବାର ରାତିରେ ୨୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆସି...

Advertisement
Archives

Model This Week