ବଢ଼ିଲା ଥାଲାସେମିଆ, କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ଚିନ୍ତା

ଭୁବନେଶ୍ୱର, ୬।୪ (ବ୍ୟୁରୋ): କରୋନା ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଜାରି ହୋଇଥିବା ବେଳେ ଥାଲାସେମିଆ ଓ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ଯୋଗାଇବା ଏବେ କଷ୍ଟକର ହୋଇପଡୁଛି । ଥାଲାସେମିଆ ରୋଗୀଙ୍କୁ ସରକାର ମାଗଣାରେ ରକ୍ତ ଦେଉଥିଲେ କିନ୍ତୁ ବର୍ତ୍ତମାନ ରକ୍ତ ସଂଗ୍ରହ ଏକ ପ୍ରକାର ଶୂନ ଅବସ୍ଥାକୁ ଆସିଯାଇଛି। ମହଜୁଦ ଥିବା ରକ୍ତର ବ୍ୟବହାର କରାଯାଉଛି କିନ୍ତୁ ରକ୍ତ ଅଭାବକୁ ଦେଖି ଏବେ ଥାଲାସେମିଆ ଆକ୍ରାନ୍ତଙ୍କ ପରିବାର ସଦସ୍ୟ ରକ୍ତ ଦେବାକୁ ଏବେ ରକ୍ତଭଣ୍ଡାର କର୍ମଚାରୀମାନେ କହୁଛନ୍ତି । ସେହିପରି କ୍ୟାନ୍ସର ରୋଗୀଙ୍କ ଦୈନିକ ଚିକିତ୍ସାରେ ନାନା ସମସ୍ୟା ଉପୁଜୁଛି। କ୍ୟାନ୍ସର ରୋଗୀଙ୍କ ପାଇଁ କେମୋ ନେବାରେ ସମସ୍ୟା ଅନୁଭବ କରୁଛନ୍ତି। ଯାତାୟାତର ସୁବିଧା ନ ଥିବାରୁ ସେମାନେ ଚିକିତ୍ସା ନେବାରେ ଅଧିକ ସମସ୍ୟା ଅନୁଭବ କରୁଥିବା ପ୍ରକାଶ କରିଛନ୍ତି।
ବର୍ତ୍ତମାନ ଡାକ୍ତରଖାନା ଗୁଡିକରେ ରୋଗୀ ନ ଥିବାରୁ ପୂର୍ବଭଳି ରକ୍ତ ଆବଶ୍ୟକ ହେଉନାହିଁ। କାଁ ଭାଁ ପ୍ରସୂତୀଙ୍କ ପାଇଁ ରକ୍ତ ଆବଶ୍ୟକ ପଡୁଥିବା ମହଜୁଦ ରକ୍ତ ଥାଲାସେମିଆ ରୋଗୀଙ୍କ ଦିଆଯାଉଛି। କିନ୍ତୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଗୁରୁତର ରକ୍ତ ସଙ୍କଟ ଦେଖାଦେବ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ସ୍ଥଳଭାଗ ଛୁଇଁବନି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’!

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ନାହିଁ ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଓଡ଼ିଶା ଉପକୂଳରୁ...

ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୬।୯: ଉତ୍ତର-ପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ସୋମବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଓଡ଼ିଶା ଆନ୍ଧ୍ରପ୍ରଦେଶ...

ଉଠାଦୋକାନୀ ମହାସଂଘ ସହ ବିଏମ୍‌ସିର ଆଲୋଚନା

ଭୁବନେଶ୍ୱର, ୨୭।୧୨ (ବ୍ୟୁରୋ):ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ସହ ଆଲୋଚନା କରିଛି ବିଏମ୍‌ସି। ସୋମବାର ଉତ୍ତର ବିଏମ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମହାସଂଘର ୧୦...

ଗୋରୁ ବ୍ୟବସାୟୀଙ୍କୁ ହତ୍ୟା କରି ୨୦ ଲକ୍ଷ ଲୁଟ୍‌ ଘଟଣା: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବାରିପଦା ଅଫିସ/ରାଇରଙ୍ଗପୁର,୪ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡ଼ା ଗୋରୁ ହାଟରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଓ ୨୦ଲକ୍ଷ ଟଙ୍କା...

ଡରେଇଲାଣି କରୋନା: ରାଜ୍ୟରେ ଆଉ ୨ ମୁଣ୍ଡ ନେଲା; ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି

ଭୁବନେଶ୍ୱର,୫।୭(ବ୍ୟୁରୋ): ଡରାଇଲାଣି କରୋନା। ରବିବାର ଆଉ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ମୃତକ ଗଜପତି, ସୁନ୍ଦରଗଡ଼ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...

କରୋନା ପାଇଁ ହାଣ୍ଡିକୁଡ଼ୁଆ ବିକ୍ରି ବନ୍ଦ: କୁମ୍ଭକାରଙ୍କୁ ଘାରିଛି ପରିବାର ଚିନ୍ତା

ପୁରୀ ଅଫିସ,୨୮ା୩: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଶହଶହ ସଂଖ୍ୟାରେ ମୁଣ୍ଡ ନେଇ ଚାଲିଥିବା ଏହି ପ୍ରାଣଘାତୀ ଭୂତାଣୁ...

ଚିନ୍ତା ବଢ଼ାଇଲେଣି ପଶ୍ଚିମବଙ୍ଗ ଫେରନ୍ତା: ଆକ୍ରାନ୍ତ ମାମଲାରେ ଯାଜପୁର, ବାଲେଶ୍ୱରକୁ ଟପିଲା ଭଦ୍ରକ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଗୋଟିଏ ଦିନରେ ଭଦ୍ରକ ଜିଲାରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଦ୍ୱାରା ଜିଲାରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ପ୍ରଥମେ...

ବିନା ସୁରକ୍ଷାରେ ୬୩ ଘାଟରେ ନୌକା ଚାଳନା

କେନ୍ଦ୍ରାପଡ଼ା ଅଫିସ,୨୭ା୬:  କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଥାନା ଅଞ୍ଚଳର ଏକ ମାଛଧରା ଟ୍ରଲର ଗତ ୧୬ ତାରିଖରେ ବୁଡ଼ିଗଲା। ଏଥିରେ ୧୨ ଜଣ...

Advertisement
Archives

Model This Week