ବଢ଼ତି ଭତା ପାଏବାରୁ ଦିବ୍ୟାଙ୍ଗ ବଁଚିତ୍‌

ଚିପିଲିମା, ୧୯।୧୨ (ଡି.ଏନ୍‌.ଏ.)- ରାଏଜ୍‌ ସରକାରକଁର ତରଫୁ ଦିବ୍ୟାଙ୍ଗମାନେ ବଢ଼ତି ଭତା ଟଁକା ପାଏବେ ବଲି ଘୋଷନା କରାଯାଇଛେ। ହେଲେ ସମ୍ବଲପୁର ଜିଲା ଧନକଉଡ଼ା ବ୍ଲକରେ ଇତାର ଉଲଟା ଦେଖ୍‌ବାକେ ମିଲୁଛେ। ଧନକଉଡ଼ା ବ୍ଲକ ଅଧୀନ କର୍ଡ଼ୋଲା ପଁଚେତ୍‌ରେ ଇତାର ଗୁଟେ ତାଜା ଉଦାହରନ୍‌ ଦେଖ୍‌ବାକେ ମିଲିଛେ।
ସୂଚନା ହିସାବେ କର୍ଡ଼ୋଲା ଗଁାର ସ୍ବର୍ଗତ ମାଖୁନୁ ଭୁଏକଁର ପୁଓ ଦୁଃଖନାଶନ ଭୁଏ(୩୦)। ସେ ଗୁଟେ ଦୁରଘଟନାର ଶିକାର ହେଇ ଭୁଜ୍‌ନି ହାତ୍‌ ହରେଇଛନ୍‌। ତାକର ପାସେ ୬୫ ପରତିଶତ ଦିବ୍ୟାଙ୍ଗ ପରମାନପତର ବି ରହିଛେ। ସରକାରୀ ନିୟମ ହିସାବେ ୬୦ ପରତିଶତରୁ ଅଧ୍‌କା ଭିନ୍ନକ୍ଷମ ଥିବାର ଦିବ୍ୟାଙ୍ଗମାନେ ମାସିକ ୭ଶହ ଟଁକା ଭତା ପାଏବାର କଥା। ହେଲେ ଦୁଃଖନାଶନ ୭ଶହ ଜାଗାରେ ୫ଶହ ଟଁକା ଭାତା ପାଉଥିବାର ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ସେ ଥାନୀଅ ସରପଁଚ୍‌, ଇଓ ଆର ନେତାକୁତାକୁଁ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଦୁଃଖନାଶନ ନିଜର ଗାଈ, ମେଢ଼ି ସଂଗେ ଗଁାର ଦୁଇ ଚାଏର ଲୁକ୍‌କରଟା ଚରେଇ ଦୁଇ ପଏସା ରୁଜଗାର କରୁଛନ୍‌। ହେଲେ ସେ ୬୦ ପରତିଶତରୁ ଅଧ୍‌କା ଭିନ୍ନକ୍ଷମ ଥିବାର ଲାଗି ଉନିଅଁା କେହେନ୍‌ସି କାମ୍‌ବୁତା କରି ନାଇଁପାରବାର। ଏହେଦେ ସେ ବୁଢ଼ି ମା’ ଆର ଅବିହାରି ବହେନ୍‌ ଉପରେ ନିରଭର କରି ଚଲୁଛନ୍‌। ଇ ବାବ୍‌ଦେ ବିଏସ୍‌ଓ କ୍ଷିତିସୂତା ମେହେରକୁଁ ପଚରାଲରୁ ୬୦ ପରତିଶତରୁ ଅଧ୍‌କା ଦିବ୍ୟାଙ୍ଗ ଥିଲେ ବଢ଼ତି ଭତା ପାଇପାରବେ। ସେଥିରଲାଗି ସେମାନକୁ ଭିନ୍ନକ୍ଷମ ପରମାନପତରର ଅବିକଲ ନଲକ ସଂଗେ ପରମାନପତର ନେଇ କରି ଆସି ଆବେଦନ କରବାକେ ପଡ଼ବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷୟିତ୍ରୀଙ୍କ ଘରୁ କରିଥିଲେ ଚୋରି: ୩ ଗିରଫ, ଜଣେ ଫେରାର; ସୁନା, ରୁପା ଅଳଙ୍କାର ସହ…

ତୁମୁଡିବନ୍ଧ, ୧୪।୭ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ପୋଲିସ ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ପ୍ରାୟ ମାସେ ତଳେ…

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri