ବଡ ନଦୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ଆସିକା,୧୯।୫(ଡି.ଏନ୍‌.ଏ.)- ଆସିକା କଳିଙ୍ଗା ରୋଡ ଡାକବଙ୍ଗଳା ସଂଲଗ୍ନ ବଡନଦୀର ବାଲୁକାଶଯ୍ୟାରୁ ରବିବାର ଅପରାହ୍ନ ପ୍ରାୟ ୩ଟାରେ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ଆସିକା ଥାନା ପଥରା ନିକଟରେ ବସବାସ କରୁଥିବା ମୁଣ୍ଡପୋତା କେଳା ସମ୍ପ୍ରଦାୟର ଓ ତାଙ୍କ ନାମ ଗୋଲାପ ଗୌରୀ ଗିରି (୨୮) ବୋଲି ଜଣାପଡିଛି। ଗୋଲାପ ପରିବାରର ଅନ୍ୟ ସଦସ୍ୟଙ୍କ ସହ ବଡନଦୀ ପାରି ହେଉଥିଲା ବେଳେ ମୃତ୍ୟୁବରଣ କରିଥିବା କୁହାଯାଉଛି ା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଛେଦ ଲାଗି ଆସିକା ସରକାରୀ ଡାକ୍ତରଖାନାକୁ ପଠାଇଛି। ମୃତକଙ୍କ ସହ ଥିବା ତାଙ୍କ ଶାଶୁ, ନଣନ୍ଦ ଓ ମୃତକଙ୍କ ୨ଶିଶୁଙ୍କୁ ପୋଲିସ ଥାନାକୁ ନେଇ ପଚରାଉଚରା କରୁଛି ା କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନଥିଲା ବେଳେ ମୃତଦେହ ବ୍ୟବଛେଦ ପରେ ଏହା ଜଣାପଡିବ ବୋଲି ପୋଲିସ କହିଛି। ଘଟଣା ସମ୍ପର୍କରେ ଆସିକା ଥାନାରେ ନଂ.୧୩/୧୯ରେ ଏକ ଅପମୃତ୍ୟୁ ମାମଲା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ବଜାରରେ ଦୋକାନ ମାଲିକଙ୍କ ହେଲା ଆଣ୍ଟିଜେନ ଟେଷ୍ଟ: କେତେ ଜଣ ପଜିଟିଭ୍‌ ଜାଣନ୍ତୁ

ଗଞ୍ଜାମ,୧୨।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶରେ ଗତ ୨ ଦିନ ଧରି ଗଞ୍ଜାମ ସହର ବଡ଼ ବଜାର ଓ ସାନ ବଜାରଠାରେ ଥିବା...

ପ୍ରବାସୀଙ୍କୁ ଋଣ ଯୋଗାଇଦେବାକୁ ନିର୍ଦ୍ଦେଶ

ଛତ୍ରପୁର,୨୯ା୫(ଡି.ଏନ.ଏ)- ଗଞ୍ଜାମ ଜିଲାକୁ ଏକ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଫେରିଲେଣି। ରୋଜଗାର ବାଟ ମିଳିଲେ ଏମାନେ ଆଉ ଅନ୍ୟ ରାଜ୍ୟକୁ ଯିବେନି। ତେଣୁ ଚାଷଠାରୁ ଆରମ୍ଭ...

ଗଞ୍ଜେଇ ସହ ୨ଗାଡି ଜବତ: ୩ ଗିରଫ

ଆସିକା,୧୮ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଆସିକା ଥାନା କଲେଜ ଛକ ରାସ୍ତାରେ ସୋମବାର ଅପରାହ୍ନରେ ଗୋଟିଏ ବାଇକ୍‌ ଓ ଏକ ପିକଅପ୍‌ ଭ୍ୟାନ୍‌ରୁ ୨ ବସ୍ତା ଗଞ୍ଜେଇ...

ବ୍ରହ୍ମପୁରରେ ଆଇପିଏଲ୍‌ ବେଟିଂ ର଼୍ୟାକେଟ୍‌ ଠାବ

ବ୍ରହ୍ମପୁର ଅଫିସ,୩୧ା୧୦: ବ୍ରହ୍ମପୁର ସହରରେ ଦୀର୍ଘଦିନ ଧରି ଚାଲିଥିବା ଏକ ବଡ଼ ଧରଣର ଆଇପିଏଲ୍‌ ବେଟିଂ କାରବାର ପୋଲିସ ଠାବ କରିଛି। ପୋଲିସ ଏହି ର଼୍ୟାକେଟ୍‌...

ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ: ସ୍ବତନ୍ତ୍ର ଦର୍ଶନ, ବସ ସେବା ଯିବ ଟ୍ରଷ୍ଟ ବୋର୍ଡକୁ

ପୁରୁଷୋତ୍ତମପୁର,୨୯।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ଶନିବାର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୋର୍ଡ ପରିଚାଳନା...

କିଆବୁଦାରୁ ଉଦ୍ଧାର କରିଥିବା ଶିଶୁଙ୍କୁ ନେବା ପାଇଁ ୫ ଦିନ ହେଲା ମେଡିକାଲରେ ଜଗିଛନ୍ତିି ମହିଳା

ଛତ୍ରପୁର,୯।୬(ଡି.ଏନ.ଏ):ଗଞ୍ଜାମ ଜିଲା ଛତ୍ରପୁର ବ୍ୟାଙ୍କ କଲୋନୀ ପଛପଟୁ ଏକ କିଆବୁଦା ମୂଳରୁ ୫ ତାରିଖରେ ଏକ ନବଜାତ ଶିଶୁ ପୁତ୍ରକୁ ପାଲିଆ ଛତ୍ରପୁରର ଦମନ୍ତି ନାୟକ...

ଖରାଦିନେ ବରଡ଼ା ଶାଗ ଚାହିଦା

ଫୁଲବାଣୀ ଅଫିସ, ୨୨ା୪- କନ୍ଧମାଳ ଜିଲା ପଛୁଆ ଅଞ୍ଚଳ ଭାବେ ପରିଚିତ ହେଲେ ମଧ୍ୟ ଏଠାରେ ମିଳୁଥିବା କେତେକ ଦ୍ରବ୍ୟର ଚାହିଦା ବହୁ ଉଚ୍ଚରେ। କନ୍ଧମାଳ...

ଶୌଚାଳୟରେ ପାଣି ନ ଥିବାରୁ ଡାକ୍ତରଙ୍କୁ ଘେରିଲେ

ଭଞ୍ଜନଗର,୭।୭(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଦାୟିତ୍ୱରେ ରହୁଥିବା କେତେଜଣ କର୍ମଚାରୀଙ୍କ...

Advertisement
Archives

Model This Week