ବଡ଼ ଭାଇଙ୍କୁ ହତ୍ୟା କରି ବାଡ଼ିରେ ପୋତି ଦେଇଥିଲେ ସାନଭାଇ

ବାଲେଶ୍ୱର ଅଫିସ, ୧୫।୬: ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବାସୁଚକୁରି ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଗ୍ରାମର ଜଣେ ବ୍ୟକ୍ତି ନିଜ ବଡ଼ ଭାଇଙ୍କୁ ପିଟିପିଟି ହତ୍ୟା କରିବା ପରେ ଘର ବାଡ଼ି ପଟେ ମୃତଦେହ ପୋତି ଦେଇଥିଲେ। ମୃତକ ହେଲେ ରୋହିତ ହେମ୍ରମ (୩୦)। ଅଭିଯୁକ୍ତ ସାନ ଭାଇ ହେଲେ ଟିମା ହେମ୍ରମ।
ପ୍ରକାଶ ଯେ, ଗତ ୧୦ ତାରିଖରେ କୌଣସି କଥାକୁ ନେଇ ବଡ଼ ଭାଇ ରୋହିତ ଓ ସାନ ଭାଇ ଟିମାଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଟିମା ରୋହିତଙ୍କୁ ପିଟିପିଟି ମାରି ଦେଇଥିଲେ। ପରେ ତାଙ୍କ ମୃତଦେହକୁ ବାଡ଼ିରେ ପୋତି ଦେଇଥିଲେ। କୌଣସି ସୂତ୍ରରୁ ଖବର ସୋମବାର ପାଇ ପୋଲିସ ଟିମାଙ୍କୁ ତାଙ୍କ ଭାଇ ସମ୍ପର୍କରେ ପଚରାଉଚରା କରିଥିଲା। ସେ ଭାଇଙ୍କୁ ମାରି ପୋତି ଦେଇଥିବା ପୋଲିସ ନିକଟରେ ସ୍ବୀକାର ଥିଲେ। ପରେ ପୋଲିସ ଓ ଏକ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ପୋତା ଯାଇଥିବା ମୃତଦେହକୁ ଉଦ୍ଧାର କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ସିମନବାଡ଼ି ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୩।୮(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗିରହିଥିବା ସହ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ମିଳିବା କଷ୍ଟ ହୋଇପଡିଛି। ବିଦ୍ୟାଳୟରେ...

ବଲାଙ୍ଗୀରରେ ଜାରିହେଲା ଦୁଇଦିନିଆ ଶଟ୍‌ଡାଉନ୍

ବଲାଙ୍ଗୀର ଅଫିସ,୬ା୬: କରୋନା ସଂକ୍ରମଣ ରୋକିବା ଲାଗି ସରକାର ରାଜ୍ୟର ୧୧ଟି ଜିଲାରେ ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି...

ଅବ୍ୟବସ୍ଥାରେ ମଧୁକୁଞ୍ଜ ପାର୍କ

କଟକ ଅଫିସ,୨୪ା୧୦: କଟକ ମହାନଗର ନିଗମ (ସିଏମ୍‌ସି)ର ୧୬ ନମ୍ବର ୱାର୍ଡ ଅଧୀନ ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କରେ ଅନେକ ଅବ୍ୟବସ୍ଥା ରହିଛି। ରକ୍ଷଣାବେକ୍ଷଣ ଅଭାବରୁ...

ଜୟପୁରରେ ଅର୍ଦ୍ଧନମିତ ହେଲା ଜାତୀୟ ପତାକା

ଜୟପୁର, ୭ା୨ (ନି.ପ୍ର.) ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ପରେ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଥିବା ୧୧୦...

ମୃତ୍ୟୁ ମଧ୍ୟ ଏମିତି ଆସେ : ଟ୍ରକ୍‌ ଉପରେ ଚଢ଼ି ହଠାତ ଜଳିବାକୁ ଲାଗିଲେ ଡ୍ରାଇଭର

ବଲାଙ୍ଗୀର ଅଫିସ,୨୭।୮: ମୃତ୍ୟୁ ଏମିତି ମଧ୍ୟ ଆସେ। ଠିକଣା ସ୍ଥାନରେ ଟ୍ରକ ପହଞ୍ଚାଇବା ପରେ ମାଲ ଅନ୍‌ଲୋଡ କରିବା ପାଇଁ ଗାଡ଼ି ଉପରକୁ ଚଢ଼ିଥିବା ଡ୍ରାଇଭର...

ତାରାତାରିଣୀ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୧୨ା୧୨(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲା ଗସ୍ତରେ ଆସି ପୁରୁଷୋତ୍ତମପୁର ବ୍ଲକ ତାରାତାରିଣୀଠାରେ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରିଥିଲେ।...

କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତିର ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଦେବଗଡ଼,୧୭ା୬(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତି ଓ କେନ୍ଦ୍ରୀୟ ପୋଲିସର ବର୍ବରତା ପ୍ରତିବାଦରେ ଶୁକ୍ରବାର ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ...

ପଦଚାଳିତ ହାତସଫା ମେଶିନ୍‌ ରଖିବ ସ୍ବଚ୍ଛ

ଜଟଣୀ,୯ା୪(ଡି.ଏନ.ଏ): କୋଭିଡ-୧୯ ମୁକାବିଲା ଓ ରେଳ କର୍ମଚାରୀଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି।...

Advertisement
Archives

Model This Week