ବଡ଼ଦିନ ଉପଲକ୍ଷେ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼

ଭୋଗରାଇ, ୨୫।୧୨(ଡି.ଏନ.ଏ.)-ବଡ଼ଦିନ ଉପଲକ୍ଷେ ବାଲେଶ୍ୱର ଜିଲା ଭୋଗରାଇର ଉଦୟପୁର, ତାଳସାରୀ, ବିଚିତ୍ରପୁର ସହ ବାଲିଆପାଳର ଚୌମୁଖ, ଡଗରା ଓ ଚାନ୍ଦିପୁର ସମୁଦ୍ର ବେଳାଭୂମି ଉତ୍ସବମୁଖର ହୋଇଉଠିଛି। ଭୋଗରାଇ ସୀମାନ୍ତ ଦୀଘା, ଶଙ୍କରପୁର, ତାଜପୁର ଓ ମନ୍ଦାରମଣିରେ ମଧ୍ୟ ଅସଂଖ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଦୀଘାରେ ସହସ୍ରାଧିକ ହୋଟେଲ, ତାଳସାରୀ ଓଟିଡ଼ିସି ସହ ବିଭିନ୍ନ ପାର୍କରେ ବିଦ୍ୟୁତ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକ ଦୀଘା, ଉଦୟପୁର, ତାଳସାରୀ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ସମୁଦ୍ରରେ ଗାଧୋଇବାର ମଜା ନେଇଛନ୍ତି। ଝାଉଁ ଜଙ୍ଗଲରେ ପର୍ଯ୍ୟଟକମାନେ ଦଳ ଦଳ ହୋଇ ଭୋଜିଭାତର ଆସର ଜମାଇଛନ୍ତି। ଦୀଘାରେ ଅମରାବଦୀ ପାର୍କ, ବିଜ୍ଞାନକେନ୍ଦ୍ର, ବିଶ୍ୱ ବାଣିଜ୍ୟ କେନ୍ଦ୍ର ସହ ବିଭିନ୍ନ ସ୍ଥାନରେ ଥିବା ଦର୍ଶନୀୟ ସ୍ଥାନକୁ ପର୍ଯ୍ୟଟକମାନେ ବୁଲି ଦେଖିଛନ୍ତି। ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଚନ୍ଦନେଶ୍ୱର, ତାଳସାରୀ, ଉଦୟପୁର, ଦୀଘାର ସମସ୍ତ ରାସ୍ତାରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୋଗରେ ୨ ଅଟକ

ଆନନ୍ଦପୁର/ଘସିପୁରା, ୧୪। ୧୦(ସ୍ବ.ପ୍ର./ଡି.ଏନ.ଏ.)-ଘସିପୁରା ଥାନା ଅନ୍ତର୍ଗତ ଯୁଗଳକିଶୋରପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଇ ଜଣ ବଳାତ୍କାର କରିଥିବାନେଇ ପିଡୀତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଘସିପୁରା...

ଜେଜେମା’ଙ୍କ କାନ୍ଧରେ ୨ ନାତିଙ୍କ ଭବିଷ୍ୟତ

କୋରାପୁଟ,୯।୧୦(ସ୍ବ.ପ୍ର.): ଦୁଇ ନାତିଙ୍କ ଭବିଷ୍ୟତ ପାଇଁ ଦିନ ରାତି ଏକକରି ରାସ୍ତାକଡରେ ମକା ବିକ୍ରିକରି ପରିବାର ଚଳାଉଛନ୍ତି ଜେଜେମା’। ସେଥିରୁ ଯାହା ରୋଜଗାର ହେଉଛି ଦୁଇ...

ଛତ୍ରପୁରରେ ଟ୍ରେନ୍‌ ଚେନ୍‌ ପୁଲିଂ କରି ପୁଣି ଓହ୍ଲାଇଲେ ୧୨୦୦ ପ୍ରବାସୀ: ଭୁଲିଗଲେ ସାମାଜିକ ଦୂରତା

ଛତ୍ରପୁର,୨୯ା୫(ଡି.ଏନ୍‌.ଏ)-ପୁଣି ଟ୍ରେନ ଚେନ ପୁଲିଂ କରି ଓହ୍ଲାଇ ପଡ଼ିଛନ୍ତି ପ୍ରବାସୀ। ଏପରି ଘଟଣା ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନରେ ଦେଖିବାକୁ ମିଳିଛି। ସୁରଟରୁ ପ୍ରବାସୀଙ୍କୁ...

ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ମାଲକାନଗିରି ଡିଏସ୍‌ପି ଅଟକ

ମାଲକାନଗିରି,୧୮ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ କାର୍ଯ୍ୟରତ ଡିଏସ୍‌ପି ଅକ୍ଷୟ କୁମାର ନାୟକଙ୍କୁ ଗୁରୁବାର ରାତିରେ କେସିଙ୍ଗା ପୋଲିସ ଉଠାଇ ନେଇଥିବା ଜଣାପଡିଛି। ସେ କଳାହାଣ୍ଡି ଜିଲା କେସିଙ୍ଗା...

ମହିଳାଙ୍କୁ ଅସଦାଚରଣ ମାମଲା: ଜେଲ୍‌ ଗଲେ ପୂର୍ବତନ ସରପଞ୍ଚ

ନିମାପଡ଼ା,୧୪ା୮(ଡି.ଏନ୍‌.ଏ.): ନିମାପଡ଼ା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବା ମାମଲାରେ ସୋମବାର ଜଣେ ପୂର୍ବତନ ସରପଞ୍ଚ ଜେଲ ଯାଇଥିବା ଜଣାପଡିଛି। ସେ ହେଲେ...

ରୋହିତଙ୍କ ଶେଷକୃତ୍ୟ ସମ୍ପନ୍ନ

ଏମ୍‌ ରାମପୁର,୬।୨(ଡି.ଏନ୍‌.ଏ.): ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଧରିତ୍ରୀ ଖବରଦାତା ରୋହିତ ବିଶ୍ୱାଳଙ୍କ ଶେଷକୃତ୍ୟ ରବିବାର ସମ୍ପନ୍ନ ହୋଇଛି । ଶୋକାକୁଳ ପରିବେଶରେ ଗାଁରେ ରୋହିତଙ୍କର...

ଏନ୍‌ଏସି ସୁଇପରଙ୍କୁ ମିଳୁନାହିଁ ମାସିକ ମଜୁରି, ସୁଇପର ସଂଘ ଉପଜିଲାପାଳଙ୍କ ଦ୍ୱାରସ୍ଥ

ଭବାନୀପାଟଣା,୭।୬(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ଼ ଏନ୍‌ଏସି ଆଉଟସୋର୍ସିଂ କମ୍ପାନୀ କାର୍ଯ୍ୟରେ ନିୟୋଜିତ କରିଥିବା ସୁଇପର କର୍ମଚାରୀଙ୍କୁ ଦରମା ମିଳୁ ନ ଥିବା ଓ ଇପିଏଫ ଆକାଉଣ୍ଟରେ...

ମୃତଦେହ ଦାହ ପାଇଁ ହଇରାଣ ହେଉଛନ୍ତି ସହରବାସୀ: ଶ୍ମଶାନ, ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା ଦାବି

ଅନୁଗୋଳ ଅଫିସ, ୯।୮-ଅନୁଗୋଳ ସହରରେ ନାହିଁ ଶ୍ମଶାନ ସୁବିଧା। ଅଧିକାଂଶ ଶ୍ମଶାନ ଜମିକୁ ଜବରଦଖଲକାରୀ ମାଡ଼ି ବସିଥିବାବେଳେ ଅନେକ ଅବହେଳିତ ହୋଇ ପଡ଼ିରହିଛି। ହେମସୁରପଡ଼ାରେ ପୌରପାଳିକାର...

Advertisement
Archives

Model This Week