ବଙ୍ଗ ନବାବମହଲ ଅଳଙ୍କାରରେ କୁଳତୁଙ୍ଗମାଢ଼

ଇତିହାସରେ ବର୍ଣ୍ଣିତ ଅଛି ଗଜପତି ନରସିଂହ ଦେବ ଲକ୍ଷ୍ମଣାବତୀ ଆକ୍ରମଣ କରିବା ପରେ ବଙ୍ଗ ନବାବ ତୁହ୍ମାନ ଖଁା ପ୍ରାଣରକ୍ଷା କରିବାକୁ ପଳାୟନ କରିଥିଲେ। ବାୟାଚକଡ଼ା ପୋଥିରେ ଲେଖାଯାଇଛି ‘ତୁଗଇନ୍‌ ଖାନ୍‌ ପୋଥି ବର୍ଣ୍ଣନା ଅନୁଯାୟୀ ତା’ ମହଲ ବା ଉଆସକୁ ଓଡ଼ିଆ ସୈନ୍ୟ ପ୍ରବେଶ କରି ଟିକିନିଖି ଖୋଜାଖୋଜି କରିଥିଲେ। ନେତୃତ୍ୱ ନେଇଥିଲେ ‘ଭୋଗିକ ଅମୃତ ଦଣ୍ଡାଧିକାରୀ ମଦନ ସୁନ୍ଦର ଦେବ।’
ନବାବଙ୍କ ମହଲରୁ ସମସ୍ତ ମୂଲ୍ୟବାନ୍‌ ଦ୍ରବ୍ୟ ପ୍ରଥମେ ସୈନ୍ୟମାନେ ଆଣି ‘କୃତ୍ତିବାସ ଦଣ୍ଡପାଟ’ରେ ରଖିଥିଲେ। ସେଠାରୁ ଚାରୋଟି ହାତୀ ପିଠିରେ ଲଦି ଆଣିଲେ ପଦ୍ମକେଶର କୋଷାଗାରକୁ। ମନ୍ଦିରର ନାମ ପଦ୍ମକେଶର ମନ୍ଦିର, ତେଣୁ ନିର୍ମାଣ ସମୟରେ ସେଠାରେ ଯେଉଁ କୋଷାଗାର ଅର୍ଥାତ୍‌ ଆଜିକା ଭାଷାରେ ‘ଟ୍ରେଜେରୀ’ ତା’ର ନାମ ହୋଇଥିଲା ପଦ୍ମକେଶର କୋଷାଗାର, ସାକିନ-କୋଣାର୍କ।
କୋଣାର୍କରେ ହାତୀ ପହଞ୍ଚତ୍ଲେ ୬୬୨ ସାଲ ମାର୍ଗଶିର ଶୁକ୍ଳ ଏକାଦଶୀ ଦିନ ଅର୍ଦ୍ଧରାତ୍ରିରେ। ଏଇଠି ସମ୍ଭାବନା ହୁଏ ଲକ୍ଷ୍ମଣାବତୀ ମହଲରୁ ଧନରତ୍ନ ଓ ସୁନା ରୁପା ପ୍ରଭୃତି ପ୍ରଥମେ ଆସି କୃତ୍ତିବାସ ଦଣ୍ଡପାଟର କୋଷାଗାରରେ ରଖିଥିଲେ। ଆବଶ୍ୟକ ଅନୁଯାୟୀ ପାଖାପାଖି ଦଶବର୍ଷ ପରେ ପଦ୍ମକେଶର କୋଷାଗାରକୁ ଅଣାଯାଇଥିଲା। ରାତିରେ କୋଷାଗାର ବନ୍ଦ ଥିଲା। ତିନି ଜଣ ପାଇକ ସୁରକ୍ଷା ଦାୟିତ୍ୱରେ ଥିଲେ। ଶ୍ରୀ ଧାରସିଂହ ହାତୀ ପିଠିରେ ଆସିଥିବା ଦ୍ରବ୍ୟକୁ ଗ୍ରହଣ କରିଥିଲେ। ପୋଥି ଅନୁଯାୟୀ ତା’ର ତାଲିକା ହେଲା-
୧. ବଙ୍କା ଲେଖା ମାଢ଼- ସୁନାର ମୋଗଲମୁଦ୍ରା- ୬୦୦୦ କୁରୁଜାତକ।
୨. କୁଳତୁଙ୍ଗ ଗେଡ଼ି-୦୮ ରତିର ଛୋଟ ସୁନାମୁଦ୍ରା- ୩୭,୦୦୦।
୩. ଗୁନ୍ଥା ହୋଇଥିବା ଗୋଲାକାର କଡ଼ାର ଚେନ୍‌- ୨୭ଟି।
୪. ବହୁ ମୂଲ୍ୟବାନ୍‌ ପଥର ଥିବା ପଗଡ଼ି ଅଳଙ୍କାର- ୧୨ଟି।
୫. ସୁନାବେଣ୍ଟ ଲଗା ଅଳଙ୍କାର ଗୁଚ୍ଛା- ୧୨୩ ମାଢ଼।
୬. ବାଘ ମାର୍କା ଛୁରି-ସୁନାର ବେଣ୍ଟ ଲାଗିଥିଲା, ଭିତରପଟେ ମାଣିକ୍ୟ ଓ ମୁକ୍ତା ଲାଗିଥିଲା- ୧୮ ମାଢ଼।
୭. ରୁପା ଇଟା – ୩୨୭ ଭିସା, ୦୩ ପଳ।
ଏଥିମଧ୍ୟରୁ ବାଘମାର୍କା ଛୁରିଟି ଶ୍ରୀପୁରୁଷୋତ୍ତମ କୋଷାଗାରକୁ ପରେ ପଠାଯାଇଥିଲା। ଛଅ ହଜାର କୁରୁଜାତକ ଗଜପତିଙ୍କ ଆଦେଶରେ ତରଳାଗଲା। ସେଇ ସୁନାରେ ୨,୪୩୧ଟି କୁଳତୁଙ୍ଗମାଢ଼ ନିର୍ମାଣ ହେବାକୁ ସ୍ଥିର ହୋଇଥିଲା। ସେଥିପାଇଁ ହାରୁ ପାଇକ ଓ ଭଣ୍ଡାର ନିକାପ କୁରୁଜାତକ ସବୁ ନେଇ ବିଡ଼ାନାସୀ ଦୁର୍ଗକୁ ଯାଇଥିଲେ। ସେଠାରୁ କୁଳତୁଙ୍ଗମାଢ଼ ପ୍ରସ୍ତୁତ ହୋଇ ଆସିବା ପରେ ଶିଳ୍ପୀମାନଙ୍କୁ ପାରିଶ୍ରମିକ ଦିଆଯାଇଥିଲା।
ପୋଥିରେ ୬୬୨ ସାଲ ବ୍ୟବହାର ହୋଇଅଛି। ଓଡ଼ିଶାରେ ପ୍ରାଚୀନକାଳରୁ ୪୯ଟି କାଳ ଗଣନା ବିଧି ରହିଛି। ତା’ ମଧ୍ୟରେ ‘ସାଲ’ ଅନ୍ୟତମ। ଅନେକ ପୋଥିରେ ‘ସ୍ନ’ ବା ‘ସ୍ଲା’ ଲେଖାଯାଇଛି। ୟାକୁ ‘ସାଲ’ ବୋଲି ବୁଝିବାକୁ ହୁଏ। ‘ସାଲ’ର ପ୍ରଚଳନ ରାଜା ଯଯାତି କେଶରୀ କରିଥିଲେ। ଭାଦ୍ରମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅର୍ଥାତ୍‌ ସୁନିଅଁା ଦିନ ଏହା ପ୍ରଚଳନ ହୋଇଥିଲା। ରାଜା ଯଯାତି କେଶରୀ (୧ମ) ଯେଉଁ ବର୍ଷ ପ୍ରଚଳନ କରିଥିଲେ, ତାହା ୫୯୩ ମସିହା ବୋଲି ସ୍ଥିର ହୋଇଛି। ତେଣୁ ୬୬୨ ସାଲ କହିଲେ ୧୨୫୫ ମସିହା ହେବ।
ଅଠରମାଢ଼ର ବାଘମାର୍କା ଛୁରି, ଯାହାର ବେଣ୍ଟ ସୁନାରେ ନିର୍ମିତ ହୋଇଥିଲା ଓ ଭିତରପଟେ ମାଣିକ୍ୟ ଆଉ ମୁକ୍ତା ଲାଗିଥିଲା, ତାହା ପୁରୁଷୋତ୍ତମ କୋଷାଗାରକୁ ଆସିଥିଲା। ପୁରୁଷୋତ୍ତମରେ ଥିବା ରାଜନଅରକୁ କି ପୁରୁଷୋତ୍ତମ ଦେଉଳ କୋଷାଗାରକୁ ଆସିଥିଲା ତାହାର ସ୍ପଷ୍ଟ ଉଲ୍ଲେଖ ନାହିଁ। ଯଦି ଏହା ପୁରୁଷୋତ୍ତମ ଦେଉଳ କୋଷାଗାରକୁ ଆସିଥିବ, ତେବେ ତାହାର ସୂଚନା ମିଳନ୍ତା। ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ଏବଂ ବ୍ୟବହୃତ ହେଉ ନ ଥିବା ଅଳଙ୍କାର ତାଲିକା ସଂଖ୍ୟା ୫୯୮। ତା’ ମଧ୍ୟରେ ବାଘମାର୍କା ଛୁରି ତାଲିକାଭୁକ୍ତ ନାହିଁ। ବାହାର ରତ୍ନଭଣ୍ଡାରରେ ଥିବା ଏବଂ ବ୍ୟବହୃତ ହେଉଥିବା ୧୧୮ ପ୍ରକାରର ଅଳଙ୍କାର ଓ ସାଜ (ସୁନାଖଡ଼ିକା ସମେତ) ମଧ୍ୟରେ ବାଘମାର୍କା ଛୁରି ନାହିଁ। ଅବଶ୍ୟ ଏହା ୧୯୭୮ ମସିହାରେ ପ୍ରସ୍ତୁତ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ତାଲିକା। ହେଇପାରେ, ସେତେବେଳେ ରାଜନଅରକୁ ଯାଇଥିବ କିମ୍ବା ମହାପ୍ରଭୁଙ୍କର ତାଲିକାଭୁକ୍ତ ନ ହୋଇଥିବା ଅଳଙ୍କାର ମଧ୍ୟରେ ରହିଥିବ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ସାହାରା ଖୋଜୁଛନ୍ତି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସନ୍ତୋଷ

ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି…

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ଭତ୍ତାରୁ ବଞ୍ଚିତ ହେଉଛନ୍ତି ୭୫% ଭିନ୍ନକ୍ଷମ ଛାତ୍ରୀ, ଗୁହାରି କରିବା ପରେ ବି…

ମୋହନା,୩୧।୭(ମନ୍ମଥ ମିଶ୍ର): ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ଛାତ୍ରୀ । ୭୫% ଭିନ୍ନକ୍ଷମ ହୋଇ ମଧ୍ୟ ଭିନ୍ନକ୍ଷମ ଭତ୍ତାରୁ ଦୀର୍ଘ ବର୍ଷ ହେବ ବଞ୍ଚିତ ଅଛନ୍ତି ।…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

ମୋଦିଙ୍କ ତ୍ୱଚା ଦେଶର ଭବିଷ୍ୟତ ଅପେକ୍ଷା ଅଧିକ ଉଜ୍ଜ୍ୱଳ: ଏମିତି କାହିଁକି କହିଲେ ଅଭିଜିତ୍‌ ଦୀପକେ

ନୂଆଦିଲ୍ଲୀ,୩୧।୭: ଲୋକ ସଭା ପରେ, ରାଜ୍ୟ ସଭା ଏବେ ପେପର ଲିକ ବିରୋଧୀ ସଂଶୋଧନ ବିଲ,୨୦୨୬କୁ ମଧ୍ୟ ଅନୁମୋଦନ କରିଛି। ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ଏହି…

ଅଭିଜିତ ଦୀପକେଙ୍କୁ ଭାଜପାରୁ ମିଳୁଛି ଧମକ, ଦଳରେ ଯୋଗ ନଦେଲେ….

ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍‌ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ…

ପୁଣି ବିଳମ୍ବିତ ରାତିରେ Video ଜାରି କଲେ ମୋଦି, ପେପର୍‌ ଲିକ୍‌ ମାଫିଆ…

ନୂଆଦିଲ୍ଲୀ,୩୧।୭: ସଂସଦରେ ‘ପେପର ଲିକ୍‌ ନିରୋଧୀ ବିଲ୍‌’ ବା ସାଧାରଣ ପରୀକ୍ଷା(ଅସାଧୁ ଉପାୟ ପ୍ରତିରୋଧ)ସଂଶୋଧନ ବିଲ୍‌ ୨୦୨୬ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri