Posted inଖେଳ

ବକ୍ସର ମନୀଷଙ୍କୁ ଅଲିମ୍ପିକ ଟିକେଟ୍‌

ଅମ୍ମନ (ଜୋର୍ଡାନ), ୧୧।୩ (ପି.ଟି.)- ବିଶ୍ୱ ବ୍ରୋଞ୍ଜ ପଦକ ବିଜେତା ମନୀଷ କୌଶିକ (୬୩ କିଗ୍ରା) ୯ମ ଭାରତୀୟ ବକ୍ସର ଭାବେ ଆଗାମୀ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ ଚାଲିଥିବା ଏସିଆନ୍‌ ଯୋଗ୍ୟତା ପର୍ଯ୍ୟାୟର ଏକ ରକ୍ତାତ ମୁକାବିଲାରେ ମନୀଷ ୪-୧ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ତଥା ୨ୟ ସିଡ୍‌ ଅଷ୍ଟ୍ରେଲିଆର ହାରିସନ ଗାର୍ସିଡେଙ୍କୁ ପରାସ୍ତ କରିଛନ୍ତି। ମନୀଷଙ୍କ ପଞ୍ଚ ଏତେ ଶକ୍ତିଶାଳୀ ରହିଥିବା ଯେ ହାରିସନଙ୍କ ମୁହଁ ଫାଟି ରକ୍ତ ବାହାରିଥିଲା। ଏହାସହ ବିଶ୍ୱର ଏହି ମେଗା କ୍ରୀଡ଼ା ଇଭେଣ୍ଟକୁ ସର୍ବକାଳୀନ ସର୍ବାଧିକ ୯ ବକ୍ସର ପଠାଇ ଭାରତ ରେକର୍ଡ ସୃଷ୍ଟି କରିଛି। ଏଥିପୂର୍ବରୁ କିମ୍ବଦନ୍ତୀ ଭାରତୀୟ ବକ୍ସର ଏମ୍‌.ସି. ମେରିକମ୍‌ (୫୧ କିଗ୍ରା), ସିମରନଜିତ୍‌ କୌର (୬୦ କିଗ୍ରା), ଲୋଭଲିନା ବୋର୍‌ଗୋହେନ (୬୯ କିଗ୍ରା), ପୂଜା ରାଣୀ (୭୫ କିଗ୍ରା), ଅମିତ୍‌ ପଙ୍ଘଲ (୫୨ କିଗ୍ରା), ବିକାଶ କ୍ରିଷ୍ଣନ (୬୯ କିଗ୍ରା), ଆଶିଷ କୁମାର (୭୫ କିଗ୍ରା) ଓ ସତୀଶ କୁମାର (+୯୧ କିଗ୍ରା) ଟୋକିଓ ଅଲିମ୍ପିକ୍ସକୁ ଟିକେଟ୍‌ ହାସଲ କରିସାରିଛନ୍ତି। ପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସର୍ବାଧିକ ୮ଜଣ ବକ୍ସର ଦେଶ ତରଫରୁ ପ୍ରତିନିଧିତ୍ୱ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଡେନ ଗାର୍ଡେନରେ ମ୍ୟାଚ୍‌ ଦେଖିବେ ଅମିତ ଶାହ

ନୂଆଦିଲ୍ଲୀ,୧୫।୧୧: କୋଲକାତାର ଐତିହାସିକ ଇଡେନ ଗାର୍ଡେନ କ୍ରିକେଟ ଷ୍ଟାଡିୟମରେ ନଭେମ୍ବର ୨୨ରୁ ୨୬ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ଉପଭୋଗ...

ଆସନ୍ତା ବର୍ଷ ଆଇପିଏଲ୍‌ରେ ଏଣ୍ଟ୍ରି କରିବେ ୨ ନୂଆ ଟିମ୍‌ ! ବିସିସିଆଇ ବୈଠକରେ ନିଆଯାଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୧୨: ଆସନ୍ତା ବର୍ଷ ଆଇପିଏଲରେ ୨ ନୂତନ ଦଳ ଭାଗ ନେଇପାରନ୍ତି। ବିସିସିଆଇ ନିଜର ବାର୍ଷିକ ବୈଠକ(ଏଜିଏମ୍‌)ର ଏଜେଣ୍ଡାରେ ନୂଆ ଦଳକୁ ସାମିଲ କରିବାର ମୁଦ୍ଦା...

ଆଇପିଏଲ୍‌ ୨୦୨୦: ପଞ୍ଜାବ, ରାଜସ୍ଥାନ ଦଳର ଟ୍ରେନିଂ ଆରମ୍ଭ

ଦୁବାଇ, ୨୭।୮(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ପାଇଁ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ଦଳର ଖେଳାଳିମାନେ ବୁଧବାର ଟ୍ରେନିଂ ଆରମ୍ଭ କରିଛନ୍ତି। ଗତ...

ଲଣ୍ଡନରେ ଆଇପିଏଲ୍‌ ଆୟୋଜନ କରିବାକୁ ମେୟର ଆଗ୍ରହୀ

ଲଣ୍ଡନ,୧୦।୪(ପି.ଟି.): ଆସନ୍ତା ମାସରେ ନିର୍ବାଚନ ଆୟୋଜନ ହେବାକୁ ଯାଉଥିବାରୁ ଲଣ୍ଡନ ମେୟର ସାଦିକ୍‌ ଖାଁ ଏକ ଭିନ୍ନ ଧରଣର ଇଚ୍ଛା ଜାହିର କରି ଚର୍ଚ୍ଚିତ ହୋଇଛନ୍ତି।...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ସମାରୋହରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)...

ଦ୍ରାଭିଡଙ୍କ ଏହି ଟିପ୍ସ ମାନିଲେ ଭାରତ ଗସ୍ତରେ ସଫଳ ହେବ ଇଂଲଣ୍ଡ

ଇଂଲଣ୍ଡର ପୂର୍ବତନ କେଭିନ ପିଟରସନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ଆଗାମୀ ଭାରତ ଏବଂ ଇଂଲଣ୍ଡ ସିରିଜ୍‌ ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି...

ଅଧିନାୟକ ଭାବେ ଆଇପିଏଲ୍‌ରେ ସର୍ବାଧିକ ମ୍ୟାଚ୍‌ ଜିତିଛନ୍ତି ଧୋନୀ

ନୂଆଦିଲ୍ଲୀ, ୧୫।୯: ଆଇପିଏଲ୍‌ର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍‌କିଙ୍ଗ୍ସ...

ଅଜବ ସଂଯୋଗ: ଏହି କ୍ରିକେଟରଙ୍କ ନାଁରେ ରହିଛି ବିଶ୍ୱର ବଡ ବଡ ସହର

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନଙ୍କ ନାଁରେ ବିଶ୍ୱର ବଡ ବଡ ସହର ରହିଛି। ଅବଶ୍ୟ ଏହା ସଂଯୋଗ ମାତ୍ର। କିନ୍ତୁ ଏହି ଖେଳାଳିଙ୍କ...

Advertisement
Ten Cric Info


Archives

Model This Week