Posted inଜାତୀୟ

ବକେୟା ବିଜ୍ଞାପନ ଦେୟ ପୈଠ କଲେ ଗୁଜରାଟ ସରକାର

ମୁମ୍ବାଇ,୭ା୫: କୋଭିଡ୍‌-୧୯ ମହାମାରୀ ଯୋଗୁ ଦେଶର ଖବରକାଗଜ ଶିଳ୍ପ ମାସିକ ୨୦୦୦ କୋଟି ଟଙ୍କା କ୍ଷତି ସହୁଛି। ଏପରି ସମୟରେ ଗୁଜରାଟ ସରକାର ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମସ୍ତ ବକେୟା ବିଜ୍ଞାପନ ଦେୟ ପୈଠ କରିବା ସେଠାର ଛାପା ଗଣମାଧ୍ୟମ ପାଇଁ ସହାୟକ ହୋଇପାରିଛି। ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ହସ୍ତକ୍ଷେପ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ପାଣ୍ଠି ପ୍ରବାହ ସ୍ଥିର ରହିଲେ ଏପ୍ରିଲ ପର୍ଯ୍ୟନ୍ତ ପ୍ରକାଶିତ ସମସ୍ତ ବିଜ୍ଞାପନର ବକେୟା ଦେୟ ପୈଠ କରାଯିବ ବୋଲି ରୁପାନୀ କହିଛନ୍ତି।
ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ କହିଥିଲେ, ସତ୍ୟ, ଠିକ୍‌ ଓ ନିର୍ଭରଯୋଗ୍ୟ ସୂଚନାର ସର୍ବବୃହତ୍‌ ଓ ସର୍ବଶ୍ରେଷ୍ଠ ଉତ୍ସ ହେଉଛି ଖବରକାଗଜ। ଜନସାଧାରଣଙ୍କୁ ମିଛ ଖବରଠାରୁ ଦୂରେଇ ରଖି ସତ୍ୟ ଖବର ପରିବେଷଣ କରିବା ବର୍ତ୍ତମାନ ସମୟର ଆବଶ୍ୟକତା। ଏଭଳି ଏକ ପ୍ରତିକୂଳ ସମୟରେ ଖବରକାଗଜକୁ ସହାୟତା କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର ବିଶ୍ୱାସ କରୁଥିବା ରୁପାନୀ କହିଥିଲେ। ବିଜ୍ଞାପନ ଦେୟ ପୈଠ ଫଳରେ ଗତ ଦୁଇମାସରେ ପ୍ରାୟ ୪୫୦୦ କୋଟି ଟଙ୍କା କ୍ଷତି ସହିଥିବା ଛାପା ଗଣମାଧ୍ୟମ ଉପକୃତ ହୋଇପାରିବ। ଖବରକାଗଜ ଶିଳ୍ପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୩୦ ଲକ୍ଷ ଲୋକ ନିୟୋଜିତ ହୋଇଛନ୍ତି।
ଗୁଜରାଟ ସରକାର ଭଳି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବଂ ଅନ୍ୟ ରାଜ୍ୟ ସରକାରମାନେ ଅନୁରୂପ ପଦକ୍ଷେପ ନେବା ସହିତ ଛାପା ଗଣମାଧ୍ୟମକୁ ସ୍ବତନ୍ତ୍ର ଆର୍ଥିକ ସହାୟତା ମାଧ୍ୟମରେ ସୁଦୃଢ଼ କରିବା ପାଇଁ ଗଣମାଧ୍ୟମ ବିଶେଷଜ୍ଞମାନେ ମତ ଦେଇଛନ୍ତି। କେନ୍ଦ୍ର ସରକାର ଓ ବିଭିନ୍ନ ବିଭାଗ ଉପରେ ଗଣମାଧ୍ୟମର ୧୫୦୦ରୁ ୧୮୦୦ କୋଟି ଟଙ୍କା ବକେୟା ରହିଛି। କେବଳ ଛାପା ଗଣମାଧ୍ୟମର ୮୦୦ କୋଟି ଟଙ୍କା ବକେୟା ଥିବା ଜଣାପଡିଛି। ସରକାର ବିଜ୍ଞାପନ ବିଲ୍‌ ପୈଠ କାର୍ଯ୍ୟକୁ ତ୍ୱରାନ୍ବିତ କରୁଛନ୍ତି ଓ ୧୩୫ କୋଟି ଟଙ୍କା ପୈଠ ସରିଲାଣି ବୋଲି ଗତ ସପ୍ତାହରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ।
କରୋନା ମହାମାରୀ ଯୋଗୁ ଛାପା ଗଣମାଧ୍ୟମ ଗୁରୁତର ପ୍ରଭାବିତ ହୋଇଛି। ଲକ୍‌ଡାଉନ ଯୋଗୁ ଖବରକାଗଜ ବିତରଣ ବାଧାପ୍ରାପ୍ତ ହେବା ସହ ବିଜ୍ଞାପନ ଯଥେଷ୍ଟ ହ୍ରାସ ପାଇଛି। ସରକାର ନ୍ୟୁଜ୍‌ପ୍ରିଣ୍ଟ ଉପରେ ୫ ପ୍ରତିଶତ ସୀମା ଶୁଳ୍କ ବସାଇଛନ୍ତି। ପରିଣାମ ସ୍ବରୂପ ଅଧିକାଂଶ ଛୋଟ ଓ ମଧ୍ୟମ ଖବରକାଗଜ ସଂସ୍ଥା ପ୍ରକାଶନ ବନ୍ଦ କରିଦେଇଛନ୍ତି। ଅନ୍ୟମାନେ ପୃଷ୍ଠା ସଂଖ୍ୟା କମାଇଦେଇଛନ୍ତି। ଆଗାମୀ ୬/୭ ମାସ ପର୍ଯ୍ୟନ୍ତ ଏହି ହାରରେ କ୍ଷତି ଜାରି ରହିବା ଆଶଙ୍କା କରାଯାଉଥିବା ଇଣ୍ଡିଆନ ନ୍ୟୁଜ୍‌ପେପର ସୋସାଇଟି (ଆଇଏନ୍‌ଏସ୍‌) ପକ୍ଷରୁ କୁହାଯାଇଛି। ଯଦି ସରକାର କୌଣସି ସହାୟତା ପ୍ୟାକେଜ ନ ଆଣନ୍ତି, ତେବେ ଏହି ଶିଳ୍ପକୁ ଆହୁରି ୧୨,୦୦୦ରୁ ୧୫,୦୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତା ବିଜୟଙ୍କ ଶୈଳୀରେ ନିର୍ମିତ ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଆୟୋଜକଙ୍କ ଗିରଫଦାରୀ ଦାବି କଲା ଭାଜପା

ଚେନ୍ନାଇ,୧୫।୯: ଗଣେଶ ଚତୁର୍ଥୀ ପୂର୍ବରୁ ତାମିଲନାଡୁରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଚେନ୍ନାଇର କୋରୁକ୍କୁପେଟ ଅଞ୍ଚଳରେ ସ୍ଥାପିତ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା…

କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ…

ବଲିଉଡ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାପାଇଁ ପୋଷ୍ଟ କଲେ ‘ଦିଲ ତୋ ପାଗଲ ହୈ’

ନୂଆଦିଲ୍ଲୀ/କୁଆଲଲମପୁର,୧୫।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହୋଇଛି, କିନ୍ତୁ ଏହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବ୍ରିକ୍ସ…

ଏତିକିରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ପଡ଼ିବ ଚାର୍ଜ, ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ: ଆମେରିକା ଚାପରେ ସରକାର…

ନୂଆଦିଲ୍ଲୀ,୧୫।୯: ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ମାଧ୍ୟମ UPIକୁ ନେଇ ଏବେ ରାଜନୈତିକ ବିବାଦ ଚର୍ଚ୍ଚା ଜୋର୍‌ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ, ଚେତାବନୀ ଜାରି କଲା…

ନୂଆଦିଲ୍ଲୀ,୧୫।୯: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗର, ବିଶେଷକରି ବଙ୍ଗୋପସାଗର ଓ ଆରବ ସାଗରରେ ଘୂର୍ଣ୍ଣିିଝଡ଼ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ରହେ। ଏହି ସମୟକୁ ଭାରତର…

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ BJPର ମାଷ୍ଟରଷ୍ଟ୍ରୋକ, ଜାଣନ୍ତୁ କାହାକୁ କଲା ପ୍ରାର୍ଥୀ: ଟିଏମ୍‌ସି ପ୍ରାର୍ଥୀଙ୍କ ସହ ହେବ ଜୋରଦାର୍‌ ଲଢେଇ

କୋଲକାତା,୧୫।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନର ଉପନିର୍ବାଚନକୁ ନେଇ ଭାଜପା ବଡ଼ ଦାଉ ଖେଳିଛି। ଦଳ ଏହି ଆସନ ପାଇଁ ହାସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି। ହାସିରାଣୀ…

ରାସ୍ତାରେ ଭିକ ମାଗୁଥିବା ଭାଜପା ବିଧାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଜାଣିଲେ ଚମକି ପଡ଼ିବେ, ହେଲେ ରାସ୍ତାରେ…

ମୁମ୍ବାଇ,୧୫।୯: ମୁମ୍ବାଇର ଘାଟକୋପର ପୂର୍ବ ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପରାଗ ଶାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫,୦୦୦ କୋଟି ଟଙ୍କା। ଟଙ୍କା ଦ୍ୱାରା କିଣାଯାଇପାରୁଥିବା ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?