ବଇଣ୍ଡା ୭୨ ଘଣ୍ଟା ଶଟ୍‌ଡାଉନ; ଜିଲାପାଳ କ୍ଷମତା ବ୍ୟବହାର କଲେ ସରପଞ୍ଚ

ବଇଣ୍ଡା, ୧୧ା୫ (ଡି.ଏନ.ଏ.): ଅନୁଗୋଳ ଜିଲାରେ ରବିବାର ୧୩ କରୋନା ସଂକ୍ରମିତ ଚିହ୍ନଟ ପରେ ସଂକ୍ରମଣ ରୋକିବାକୁ ନୁନୁକାପଶି ସରପଞ୍ଚ ଜଳଧର ସାହୁ ଜିଲାପାଳଙ୍କ କ୍ଷମତା ବ୍ୟବହାର କରି ବଇଣ୍ଡା ସହ ପଞ୍ଚାୟତକୁ ୭୨ ଘଣ୍ଟା ଶଟ୍‌ଡାଉନ ଘୋଷଣା କରିଛନ୍ତି। ଉକ୍ତ ନିଷ୍ପତ୍ତି (ଚିଠି ନଂ.୬୩/୧୦ା୦୫ା୨୦୨୦) ସମ୍ପର୍କରେ ସେ ଆଠମଲ୍ଲିକ ଉପଜିଲାପାଳ, କିଶୋରନଗର ବିଡିଓ, ତହସିଲଦାର ଏବଂ ହଣ୍ଡପା ଆଇଆଇସିଙ୍କୁ ଅବଗତ କରାଇଛନ୍ତି। ଚିଠିରେ ସରପଞ୍ଚ ଉଲ୍ଲେଖ କରିଛନ୍ତି ଯେ, ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ବଇଣ୍ଡା ଛକ ପଡୁଥିବାରୁ ବାହାର ରାଜ୍ୟରୁ ଓଡ଼ିଶା ଫେରୁଥିବା ପ୍ରବାସୀମାନେ ବଇଣ୍ଡାଠାରେ ଗାଡ଼ିରୁ ଓହ୍ଲାଇ ବିଭିନ୍ନ ସାମଗ୍ରୀ କିଣାକିଣି କରୁଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳବାସୀ ସୁରକ୍ଷିତ ନୁହନ୍ତି। କେବଳ ଏହି ସମୟ ମଧ୍ୟରେ ଜରୁରିକାଳୀନ ସାମଗ୍ରୀ ଔଷଧ, ଓମ୍‌ଫେଡ, ପନିପରିବା, ଫଳ, ତେଜରାତି ଦୋକାନ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲାଯାଇପାରିବ। ଜରୁରୀ କାମ ନ ଥିଲେ ଘରୁ ଲୋକେ ନ ବାହାରିବାକୁ ସରପଞ୍ଚ ସାହୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ ସଚେତନତା କର୍ମଶାଳା: ସଚେତନତା ହିଁ ନିୟନ୍ତ୍ରଣରେ ସହାୟକ ହେବ

ଅନୁଗୋଳ ଅଫିସ୍‌, ୧୨।୨ – ଦେଶର ୧୦୨ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ଅନୁଗୋଳ ଅନ୍ୟତମ। ଓଡ଼ିଶାରେ ଅନୁଗୋଳ ସମେତ ୭ଟି ସହର ଏହି ସର୍ବାଧିକ...

ଟଙ୍କା ପାଇଁ ୩୦ କି.ମି ଘୁଷୁରି ଘୁଷୁରି ଗଲେ ଭିନ୍ନକ୍ଷମ

କେନ୍ଦୁଝର,୨୧ା୬(ସ୍ବ.ପ୍ର.)-ଆଜିର ଡିଜିଟାଲ ଯୁଗରେ ଏବେ ମଧ୍ୟ ଅନେକ ଗ୍ରାମ ରହିଛି ଯେଉଁଠି ବ୍ୟାଙ୍କିଙ୍ଗ ସେବା ଅପହଞ୍ଚ ହୋଇରହିଛି। ଫଳରେ ଲୋକମାନେ ଟଙ୍କା ଉଠାଣ ଓ ଜମା...

ସିଏମ୍‌ସି ପକ୍ଷରୁ ହୋମ ଡେଲିଭରି ସେବା

କଟକ ଅଫିସ,୨୬ା୩: ସମ୍ପ୍ରତି ଲକ୍‌ଡାଉନ୍‌ ସମୟରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହୋମ ଡେଲିଭରି ସେବା ଯୋଗାଇଦେବାକୁ ବୁଧବାର ପଦକ୍ଷେପ...

କରୋନାକୁ ନିଷ୍ପ୍ରଭ କରିବ ବିକଶିତ ଟିକା

ରୋମ୍‌, ୭ା୫: ମହାମାରୀ କରୋନା ତାଣ୍ଡବ ବିଶ୍ୱବ୍ୟାପୀ ଜାରି ରହିଛି। ୨୧୨ ଦେଶର ଲୋକମାନେ ଏହାକୁ ନେଇ କୋକୁଆ ଭୟରେ ରହିଛନ୍ତି। ସାରା ବିଶ୍ୱରେ ଏବେ...

ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର: ମନ୍ତ୍ରୀ

ଭୁବନେଶ୍ୱର,୨।୧୧(ବ୍ୟୁରୋ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର। ଏନେଇ ଶନିବାର ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।...

କରୋନା ବଦଳାଇଲା ସାବିତ୍ରୀ ବ୍ରତ ପାଳନର ରୂପରେଖ: ମାସ୍କ ପିନ୍ଧି ପୂଜାର୍ଚ୍ଚନା କଲେ ମହିଳା

ବଲାଙ୍ଗୀର ଅଫିସ, ୨୨ା୫-ସାରା ଓଡିଶାରେ ସାବିତ୍ରୀ ବ୍ରତଧାରୀ ମହିଳାମାନେ ଉତ୍ସାହର ସହ ଏହି ଦିନକୁ ପାଳନ କରୁଛନ୍ତି ା ଏହି ଅବସରରେ ବଲାଙ୍ଗିରରେ ମଧ୍ୟ ସଧବାମାନଙ୍କ...

କନ୍ଧରା ଜଙ୍ଗଲରୁ ୨ଶିକାରୀ ଗିରଫ

ଢେଙ୍କାନାଳ ଅଫିସ, ୨୪।୧: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ କନ୍ଧରା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ କମ୍ପାର୍ଟମେଣ୍ଟ ନଂ.୮ରୁ ରବିବାର ଭୋର୍‌ ସମୟରେ ୨ ଶିକାରୀଙ୍କୁ ବନ କର୍ମଚାରୀ...

ଅସଲ ସ୍କୁଲ ଯାଇ କୋଭିଡ-୧୯ ସମ୍ପର୍କରେ ଜାଣିଲି ଅନେକ କଥା: ଟ୍ରମ୍ପ

ୱାଶିଂଟନ,୫ ।୧୦: କରୋନା ସଂକ୍ରମଣର ଚିକିତ୍ସା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏହି ସମୟ ମଧ୍ୟରେ...

Advertisement
Archives

Model This Week