ଫୋବ୍ସ ତାଲିକା: ସର୍ବାଧିକ ରୋଜଗାର କରିଥିବା ଭାରତୀୟ ସେଲିବ୍ରିଟି ଅକ୍ଷୟ, ଶୀର୍ଷରେ କାଇଲି ଜେନେର

ବମ୍ବେ: ବଲିଉଡ୍‌ର ସର୍ବାଧିକ ରୋଜଗାର କରିଥିବା ସେଲିବ୍ରିଟି ପାଲଟିଛନ୍ତି ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର। ଫୋବ୍ସ ମାଗାଜିନ୍‌ ପକ୍ଷରୁ ଜାରି କରାଯାଇଥିବା ୨୦୨୦ର ତାଲିକାରେ ୫୨ତମ ସ୍ଥାନରେ ଅକ୍ଷୟ ଅଛନ୍ତି। ଏଥିରେ ଟପ୍‌ରେ ଅଛନ୍ତି କାଇଲି ଜେନେର। ଏହାଛଡ଼ା ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍‌ ଜୋନାସ ମଧ୍ୟ ଏଥିରେ ଥିବା ଦେଖାଯାଇଛି।

ଫେବ୍ସ ୨୦୨୦ରେ ଏକମାତ୍ର ବଲିଉଡ୍‌ ଅଭିନେତା ଭାବେ ସ୍ଥାନ ପାଇଛନ୍ତି ଅକ୍ଷୟ। ସେ ଗତ ବାର ମାସ ମଧ୍ୟରେ ୪୮.୫ ମିଲିୟନ ଡଲାର ଅର୍ଥାତ ୩୬୬ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି।

ଶୀର୍ଷରେ ଥିବା କାଇଲିଙ୍କ ବ୍ୟକ୍ତିଗତ ରୋଜଗାରକୁ ଯଦି ଦେଖାଯାଏ ତେବେ ସେ ୫୯୦ ମିଲିୟନ ଡଲାର ରୋଜଗାର କରିଛନ୍ତି। ଏହା ଭାରତୀୟ ମୁଦ୍ରାରେ ୪୪୫୩ କୋଟିରୁ ଅଧିକ ହେବ।

ଫୋବ୍ସର ଏହି ଧନି ସେଲିବ୍ରିଟି ତାଲିକାରେ କାନ୍ୟେ ବେଷ୍ଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ରୋଜଗାର କରିଛନ୍ତି ୧୭୦ ମିଲିୟନ ଡଲାର। ତାଲିକାର ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି ଲୋକପ୍ରିୟ ଟେନିସ୍‌ ତାରକା ରୋଜର ଫେଡରର। ଚତୁର୍ଥ ସ୍ଥାନରେ ରହିଛନ୍ତି କିଷ୍ଟ୍ରିୟାନୋ ରୋନାଲ୍ଡୋ। ଏହାଛଡ଼ା ତାଲିକାରେ ଆମେରିକାର ଟକ୍‌ ଶୋ ହୋଷ୍ଟ ତଥା କମେଡିଆନ୍‌ ଏଲେନ୍‌ ଡିଜେନେରେସ, ଜୋନାସ ବ୍ରଦର୍ସ ମଧ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷରେ ପାଦ ଦେଲେ କିରଣ ଖେର

ମୁମ୍ବାଇ, ୧୪।୬: ବଲିଉଡ୍‌ ଅଭିନେତ୍ରୀ କିରଣ ଖେର ରବିବାର ୬୫ ବର୍ଷରେ ପାଦ ଦେଇଛନ୍ତି। ୧୯୫୫ ଜୁନ୍‌ ୧୪ରେ ସେ ପଞ୍ଜାବଠାରେ ଜନ୍ମଗ୍ରହଣ କରିଥିଲେ। କିରଣ...

ଶାହିଦ୍‌ଙ୍କ ‘କବିର ସିଂ’ର ରେକର୍ଡ: ପ୍ରଥମ ଦିନରେ ବ୍ୟବସାୟ ୨୦.୨୧ କୋଟି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହିଦ୍‌ କପୁର ଓ ଅଭିନେତ୍ରୀ କିଆରା ଆଡ୍‌ଭାନୀ ଅଭିନୀତ ‘କବିର ସିଂ’ ପରଦାରେ। ଶୁକ୍ରବାର ଫିଲ୍ମଟି ରିଲିଜ୍‌ ହୋଇଥିବା ବେଳେ ଦର୍ଶକଙ୍କ...

ଦର୍ଶକଙ୍କୁ ହସାଉଛି ଅକ୍ଷୟଙ୍କ ‘ହାଉସଫୁଲ-୪’: ପ୍ରଶଂସକ କହିଲେ ଦୀପାବଳି ଉପହାର

ମୁମ୍ବାଇ: ପରଦାରେ ମଲ୍ଟିଷ୍ଟାରର୍‌ ଫିଲ୍ମ ‘ହାଉସ୍‌ଫୁଲ୍‌-୪। ଚଳଚ୍ଚିତ୍ରର ଟ୍ରେଲର୍‌ ଏବଂ ଗୀତକୁ ନେଇ ଦର୍ଶକଙ୍କ ମନରେ ପ୍ରଥମରୁ ଉତ୍ସାହ ରହିଥିଲା। ଏବେ ସିନେମା ରିଲିଜ ହେବା...

ଆହତ ହେଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ନାୟକ ଟାଇଗର ଶ୍ରଫ ଆହତ ହୋଇଥିବା ସୂଚନା ମିଳିଛି। ସୋମବାର ସେ ତାଙ୍କ ପିଠିର ଏକ ଫଟୋ ଶେୟାର କରି ଏହି ସୂଚନା...

‘ଇର୍ଫାନ ଖାନ୍‌ଙ୍କ ପାଇଁ ଆମେ ବର୍ଷେ ଅପେକ୍ଷା କରିଥିଲୁ’

ବଲିଉଡ ଭର୍ସାଟାଇଲ ଆକ୍ଟର ଇର୍ଫାନ ଖାନଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’କୁ ନେଇ ଚର୍ଚ୍ଚା ଚାଲିଛି। ଫିଲ୍ମର ଟ୍ରେଲର୍‌ ରିଲିଜ ହୋଇଛି। ପ୍ରଶଂସକ ତାଙ୍କ ପସନ୍ଦର ଅଭିନେତାଙ୍କୁ...

ଏମାନେ ସୁନ୍ଦରୀ ଅଭିନେତ୍ରୀ , କିନ୍ତୁ ପରଦାରେ ଫ୍ଲପ

ବଲିଉଡ୍‌ର ଏମିତି କିଛି ଅଭିନେତ୍ରୀ ଯିଏ ରୂପ ଲାବଣ୍ୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। କିନ୍ତୁ ପରଦାରେ ଫ୍ଲପ ହୋଇଛନ୍ତି। ଜାଣନ୍ତୁ ଏହି ସୁନ୍ଦରୀ ତଥା ଫ୍ଲପ...

‘ଗୁପ୍ତ ସମ୍ପର୍କ’ର ଶ୍ରୀୟା

ଦୁଇବର୍ଷ ତଳେ ଓଡ଼ିଆ ଯାତ୍ରାଜଗତକୁ ଆସିଥିଲା ଗୋଟିଏ ନାଟକ ‘ଗୁପ୍ତ ସମ୍ପର୍କ’। ଏହି ନାଟକକୁ ନବଘନ ରାଉଳ ରଚନା କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିଲେ...

ଅସୁସ୍ଥ ଅଛନ୍ତି ଦୀପିକା

ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଶରୀର ଏବେ ଅସୁସ୍ଥ ଅଛି। ଏକଥା ସେ ନିଜେ ଖୁଲାସା କରିଛନ୍ତି। ନିକଟରେ ତାଙ୍କ ଘନିଷ୍ଠ ବନ୍ଧୁ ଉର୍ବଶୀ କେଶଓ୍ବାନୀଙ୍କ ବିବାହ...

Coronavirus Update


Archives

Model This Week

Why Dharitri