Posted inଖେଳ

ଫୋବର୍‌ସ ସର୍ବାଧିକ ଆୟକାରୀ ଆଥଲେଟ ତାଲିକାରେ କୋହଲି

ନୂଆଦିଲ୍ଲୀ,୧୨।୬(ପି.ଟି.)- ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ପୁଣି ଥରେ ବିଶ୍ୱର ସର୍ବାଧିକ ଆୟକାରୀ ଆଥଲେଟମାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଜଣାଶୁଣା ପତ୍ରିକା ଫୋବର୍‌ସ ଚଳିତ ବର୍ଷର ସର୍ବାଧିକ ଆୟକାରୀ ଆଥଲେଟ୍‌ଙ୍କ ତାଲିକା ପ୍ରକାଶିତ କରିଛି। ଏଥିରେ ଏକମାତ୍ର ଭାରତୀୟ ଆଥଲେଟ ଭାବେ କୋହଲି ସାମିଲ ହୋଇ ତାଲିକାର ୧୦୦ତମ ସ୍ଥାନରେ ରହିଛନ୍ତି। ବାର୍ସିଲୋନା ତଥା ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ଏହି ତାଲିକାର ଶୀର୍ଷରେ ରହିଛନ୍ତି।
କୋହଲି ବିଜ୍ଞାପନରୁ ୨୧ ମିଲିୟନ ଆମେରିକୀୟ ଡଲାର ଓ ପାଉଣା ବାବଦରେ ୪ ମିଲିୟନ ଡଲାର ରୋଜଗାର କରିଛନ୍ତି। ମୋଟ ଉପରେ ସେ ଗତ ୧୨ମାସ ମଧ୍ୟରେ ୨୫ ମିଲିୟନ ଡଲାର ହାସଲ କରିଛନ୍ତି। ଗତବର୍ଷ କୋହଲି ଏହି ତାଲିକାର ୮୩ତମ ସ୍ଥାନରେ ରହିଥିଲେ। ବିଜ୍ଞାପନ ବାବଦରେ ସେ ଅଧିକ ୧ମିଲିୟନ ଡଲାର ରୋଜଗାର କରିଥିଲେ ହେଁ ଚଳିତବର୍ଷ ୧୦୦ତମ ସ୍ଥାନକୁ ଖସିଛନ୍ତି। ଏଥର ବକ୍ସର ଫ୍ଲଏଡ ମେଓ୍ବେଦରଙ୍କୁ ପଛରେ ପକାଇ ମେସି ତାଲିକାର ୧ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ମେସି ପାଉଣା ଓ ବିଜ୍ଞାପନ ବାବଦରେ ମୋଟ ଉପରେ ୧୨୭ ମିଲିୟନ ଆମେରିକୀୟ ଡଲାର ରୋଜଗାର କରିଛନ୍ତି। ସେହିପରି ମେସିଙ୍କ ପ୍ରତିଦ୍ୱନ୍ଦ୍ୱୀ ପର୍ତ୍ତୁଗାଲ ତଥା ଜୁଭେଣ୍ଟସ ତାରକା ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ୧୦୯ ମିଲିୟନ ଡଲାର ରୋଜଗାର କରିବା ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପରଲିଗ୍‌ ଆରମ୍ଭ: କ୍ରିଷ୍ଣାଙ୍କ ଗୋଲରେ ଏଟିକେ ମୋହନବାଗାନ ବିଜୟୀ

ବାମ୍ବୋଲିମ(ଗୋଆ), ୨୧।୧୧- କୋଭିଡ-୧୯ ଗାଇଡ୍‌ଲାଇନ୍‌ ମଧ୍ୟରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ର ୭ମ ସଂସ୍କରଣ ଶୁକ୍ରବାର ଆରମ୍ଭ ହୋଇଛି। ଫିଜିଆନ ଷ୍ଟ୍ରାଇକର ରୟ କ୍ରିଷ୍ଣାଙ୍କ ଗୋଲ...

ଦିନିକିଆ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୬।୮: ଭାରତ ଏବଂ ଜିମ୍ବାଓ୍ବେ ମଧ୍ୟରେ ଅଗଷ୍ଟ ୧୮ରୁ ଦିନିକିଆ ସିରିଜ ଖେଳାଯିବ। ଏହାକୁ ନେଇ କେ.ଏଲ୍‌. ରାହୁଲ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ହାରାରେରେ ଅଭ୍ୟାସ...

‘ମୁଁ ଖେଳାଳିଙ୍କୁ ଭିକ ମାଗିପାରିବି ନାହିଁ’

ପୋର୍ଟ ଅଫ୍‌ ସ୍ପେନ୍‌,୧୦।୮: ୱେଷ୍ଟଇଣ୍ଡିଜ ଅପେକ୍ଷା କାରିବିଆନ ଦେଶଗୁଡିକର ଖେଳାଳିମାନେ ଫ୍ରାଞ୍ଚାଇଜ ଲିଗ ଖେଳିବାକୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ୱେଷ୍ଟଇଣ୍ଡିଜ ମୁଖ୍ୟ କୋଚ ଫିଲ...

ରିୟଲ ମାଡ୍ରିଡ୍‌ ସହ ରହିବେ କ୍ରୁଜ୍‌

ମାଡ୍ରିଡ୍‌,୨୦।୫(ଏଏଫ୍‌ପି)- ଜର୍ମାନୀ ଅନ୍ତର୍ଜାତୀୟ ଫୁଟ୍‌ବଲ ଷ୍ଟାର ଟୋନି କ୍ରୁଜ୍‌ ରିୟଲ ମାଡ୍ରିଡ୍‌ କ୍ଲବ ସହ ହୋଇଥିବା ଚୁକ୍ତିର ସମୟସୀମାରେ ବୃଦ୍ଧି କରିଛନ୍ତି। ଫଳରେ ସେ ୨୦୨୩...

ଭାରତୀୟ ଜିମ୍ନାଷ୍ଟିକ ଦଳରେ ରାକେଶ ପାତ୍ର

ନୂଆଦିଲ୍ଲୀ, ୧୨।୬(ପି.ଟି.): ମଙ୍ଗୋଲିଆର ଉଲ୍ଲାନବାତରଠାରେ ଆସନ୍ତା ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସିନିୟର ଏସିଆନ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଚାମ୍ପିୟନଶିପ୍‌ ପାଇଁ ବୁଧବାର ଭାରତୀୟ...

ଅଲିମ୍ପିକ ଟେନିସ୍‌: କେବଳ ମହିଳା ଡବଲ୍ସ ଯୋଡ଼ି ଖେଳିବେ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଏଥର କେବଳ ଭାରତୀୟ ମହିଳା ଡବଲ୍ସ ଯୋଡି ଅଂଶଗ୍ରହଣ କରିବା ସ୍ପଷ୍ଟ ହୋଇଛି। ୧୯୮୮ରେ ଟେନିସ ଅଲିମ୍ପିକ୍ସରେ ସାମିଲ ହେବା ପରଠାରୁ...

କୋଭିଡ୍‌-୧୯: ୫୦ ଲକ୍ଷ ଟଙ୍କା ଦାନ ଦେବେ ଯୁବରାଜ

ନୂଆଦିଲ୍ଳୀ,୬।୪(ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ କରୋନ ଭାଇରସ୍‌ ମୁକାବିଲା ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବେ। ରବିବାର ସେ ଏ ନେଇ...

ଆଇପିଏଲ୍‌ ଲାଗି ଘୁଞ୍ଚିଲା ଏହି ଦେଶର ଟି୨୦ ଲିଗ୍‌

କଲମ୍ବୋ, ୩୦।୯: ଶ୍ରୀଲଙ୍କା କ୍ରିକେଟ୍‌ (ଏସ୍‌ଏଲ୍‌ସି) ପକ୍ଷରୁ ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌) ଟି୨୦ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏହି ଟୁର୍ନାମେଣ୍ଟ ଏବେ ୨୧...

Advertisement
Archives

Model This Week