ଫୁଟବଲ ମ୍ୟାଚ୍‌ ବ୍ୟାନ୍‌କୁ ମେ’ ୩୧କୁ ଘୁଞ୍ଚାଇଲା ରୁଷିଆ

ମସ୍କୋ,୨।୪(ଏଏଫ୍‌ପି): କୋଭିଡ- ୧୯ ମହାମାରୀର ରୂପ ନେଇଥିବା ବେଳେ ରୁଷିଆନ ଫୁଟବଲ ଆସୋସିଏଶନ (ଆର୍‌ଏଫ୍‌ଏସ୍‌) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସବୁ ଫୁଟବଲ ମ୍ୟାଚ୍‌କୁ ବ୍ୟାନ୍‌ କରାଯାଇଥିବା ବେଳେ ଏବେ ଏହାକୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛ ବୋଲି ଆରଏଫ୍‌ଏସ୍‌ ତରଫରୁ କୁହାଯାଇଛି। ରୁଷିଆରେ କରୋନ ଭାଇରସ୍‌ର ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ କ୍ରୀଡ଼ା ଇଭେଣ୍ଟକୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ବୋଲି ଆର୍‌ଏଫ୍‌ଏସ୍‌ ଓ୍ବେବ୍‌ସାଇଟ୍‌ରେ ଘୋଷଣା କରାଯାଇଛି। ପୂର୍ବରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ସବୁ ଇଭେଣ୍ଟକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏବେ ଏହି ଅବଧୀରେ ବୃଦ୍ଧି ଘଟିଛି। ରୁଷିଆନ ପ୍ରିମିୟର ଲିଗ୍‌ ମଧ୍ୟ ଏହି ନିଷ୍ପତ୍ତିକୁ ମାନିନେଇଛି।
ଏବେ ଆମେ ଚାମ୍ପିୟନଶିପ୍‌କୁ ଶେଷ କରିବାକୁ ଚାହୁଁନାହୁଁ ହେବାଲି ଲିଗ୍‌ ଅଧ୍ୟକ୍ଷ ସର୍ଗେଇ ପ୍ରିୟାଡକିନ କହିଛନ୍ତି। ରୁଷିଆନ୍‌ ପ୍ରିମିୟର ଲିଗ୍‌ ଫୁଟବଲରଙ୍କ ଦରମା କାଟ କରିବାକୁ ଏବେ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି। ଏହି କ୍ରମରେ ସେ କ୍ଲବ୍‌ ସ୍ପାର୍ଟାକ ମସ୍କୋକୁ ପ୍ରଶଂସା କରିଛନ୍ତି। ଦେଶର ପ୍ରଥମ କ୍ଲବ ଭାବେ ଏହି କ୍ଳବ ଦରାମା ବା ପାଉଣା କାଟ କରିବାକୁ ନିଷ୍ପତ୍ତି ନେଇଥିଲା। ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ସ୍ପାର୍ଟାକ ମସ୍କୋର ଫୁଟବଲର ମାନେ ପୂର୍ବରୁ ୪୦ ପ୍ରତିଶତ କମ୍‌ ଦରମା ନେବାକୁ ସମ୍ମତି ପ୍ରକାଶ କରିଥିଲେ। କ୍ଲବର ଏହି ଦୁଃସମୟରେ ଖେଳାଳିମାନେ ସହଯୋଗ କରିବାକୁ ଏପରି ନିଷ୍ପତ୍ତି ନେଇଥିଲେ। ଉଲ୍ଲେଖଥାଉ କି, ରୁଷିଆରେ ୨,୭୭୭ ଜଣ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି ଓ ୨୪ ଜଣ ମୃତ୍ୟୁମୁଖରେ ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପୃଥିବୀରେ ନ ବ୍ୟାପିବା ପୂର୍ବରୁ ଉହାନ୍‌ ଲ୍ୟାବ୍‌ର ଗବେଷକ ହୋଇଥିଲେ ଆକ୍ରାନ୍ତ: ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲ…

ଓ୍ବାଶିଂଟନ,୨୪।୫: କକରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବାର ସନ୍ଦେହ ଏବେ ସତ୍ୟରେ ପରିଣତ...

କେବେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ କହିବେ ବାଏ ବାଏ; ଅଶ୍ୱିନଙ୍କ କଲେ ଖୁଲାସା

ସାଉଥମ୍ପଟନ,୨୦।୬: ଭାରତର ଭେଟେରାନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବେ ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଡବ୍ଲୁଟିସି ଫାଇନାଲ ଖେଳୁଛନ୍ତି। ଏହି ସମୟରେ ସେ ନିଜ ସନ୍ୟାସ...

ସିତ୍‌ପାସ୍‌ଙ୍କୁ ଏଟିପି ଫାଇନାଲ୍ସ ଟାଇଟଲ

ଲଣ୍ଡନ,୧୮।୧୧(ଏଏଫ୍‌ପି)- ଗ୍ରୀସ୍‌ର ଷ୍ଟିଫାନୋସ ସିତ୍‌ସିପାସ୍‌ ପ୍ରଥମ ସେଟ୍‌ ହରିବା ପରେ ମଧ୍ୟ ଡୋମିନିକ ଥିଏମଙ୍କୁ ପରାସ୍ତ କରି ଚଳିତ ଏଟିପି ଫାଇନାଲ୍ସ ଟାଇଟଲ ହାତେଇଛନ୍ତି। ୨୧...

ଲକ୍‌ଡାଉନ୍‌ ବଢାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ୨୧ ଦିନଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ଲକ୍‌ଡାଉନ ପୂରଣ ହେବାକୁ ଆଉ ମାତ୍ର ୭...

ମୃତ୍ୟୁରେ ଲାଗୁନି ବ୍ରେକ୍‌: ଆଜି ପୁଣି ୬୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୯ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ହେଁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ପୁଣି ଆଉ ୬୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ...

ଦୈନିକ ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ,୧୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ପାର୍ବଣ ଯୋଗୁ ବୃଦ୍ଧି ପାଉଥିବା ଭିଡ଼କୁ ନେଇ ସଂକ୍ରମଣ ବଢ଼ିବାର ଆଶଙ୍କା ଏବେ ସରକାରଙ୍କୁ ଘାରିଛି।...

୯୦% ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ

ଭୁବନେଶ୍ୱର, ୯।୫(ବ୍ୟୁରୋ): କରୋନା ମୁକାବିଲା ଲାଗି ଡାକ୍ତର, ନର୍ସ, ବୈଷୟିକ ସହାୟକ ଏବଂ ଚିକିତ୍ସା ସହାୟକମାନଙ୍କୁ ତାଲିମ ଦିଆଯାଇଛି। ସେମାନେ ପୂର୍ଣ୍ଣ ଦକ୍ଷତା ସହ ଯେକୌଣସି...

ଆଉ ଲୋଡ଼ା ୪୬ ରନ୍‌; ଏହି ସ୍ବତନ୍ତ୍ର କ୍ଲବରେ ସାମିଲ ହେବେ ଜାଡେଜା, ଅଲରାଉଣ୍ଡର ଭାବେ…

ନୂଆଦିଲ୍ଲୀ,୧୭।୬: କ୍ରିକେଟ ଫର୍ମାଟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜ ଖେଳକୁ ଅଧିକ ଉନ୍ନତ କରିଛନ୍ତି। ବାମହାତୀ ସ୍ପିନ୍‌ ସହ ନିମ୍ନ କ୍ରମରେ ଆସି ରନ୍‌ ଯୋଡ଼ିବାର...

Advertisement


Archives

Model This Week