Posted inଖେଳ

ଫିଫା ମହିଳା ବିଶ୍ୱକପ୍‌ବ୍ରାଜିଲ ବିଜୟରେ ମାର୍ଟାଙ୍କ ବିଶ୍ୱ ରେକର୍ଡ

ଭାଲେନସିନେସ୍‌ (ଫ୍ରାନ୍ସ), ୧୯।୬(ଏଏଫ୍‌ପି): ଏଠାରେ ଚାଲିଥିବା ଫିଫା ମହିଳା ବିଶ୍ୱକପ୍‌ର ୭ମ ସଂସ୍କରଣରେ ବ୍ରାଜିଲ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗ୍ରୁପ୍‌-ସି’ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବ୍ରାଜିଲ ୧-୦ ଗୋଲରେ ଇଟାଲୀକୁ ହରାଇ ଦେଇଛି। ବିଜୟୀ ବ୍ରାଜିଲ ଦଳ ପକ୍ଷରୁ କିମ୍ବଦନ୍ତୀ ଖେଳାଳି ତଥା ୬ଥର ଓ୍ବାଲର୍‌ଡ ପ୍ଲେୟାର୍‌ ଅଫ୍‌ ଦି ଇୟର ପୁରସ୍କାର ବିଜୟିନୀ ମାର୍ଟା ଏକମାତ୍ର ଗୋଲସ୍କୋର କରିଥିଲେ। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିବାବେଳେ ଦ୍ୱିତୀୟାର୍ଦ୍ଧରେ ବ୍ରାଜିଲକୁ ଏକ ପେନାଲ୍ଟି ମିଳିଥିଲା। ୩୩ ବର୍ଷୀୟା ମାର୍ତା ଏହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇ ବଲ୍‌କୁ ପ୍ରତିପକ୍ଷ ନେଟ୍‌ ମଧ୍ୟକୁ ପଠାଇବାରେ କୌଣସି ତ୍ରୁଟି କରି ନ ଥିଲେ। ଏହି ଗୋଲ ସହ ମାର୍ଟା ଏକ ବିରଳ କ୍ଲବରେ ସାମିଲ ହୋଇଛନ୍ତି। ଫିଫା ବିଶ୍ୱକପ୍‌ର ଉଭୟ ପୁରୁଷ ଓ ମହିଳା ସଂସ୍କରଣରେ ସେ ସର୍ବାଧିକ ଗୋଲ ସ୍କୋରର ହେବାର କୀର୍ତ୍ତିମାନକୁ ନିଜ ନାମରେ କରିଛନ୍ତି। ବିଶ୍ୱକପ୍‌ରେ ମାର୍ଟାଙ୍କ ମୋଟ୍‌ ଗୋଲସଂଖ୍ୟା ବର୍ତ୍ତମାନ ୧୭ରେ ପହଞ୍ଚତ୍ଛି। ଏହିକ୍ରମରେ ସେ ପୁରୁଷ ବିଶ୍ୱକପ୍‌ର ସର୍ବାଧିକ ଗୋଲସ୍କୋର କରିଥିବା ଜର୍ମାନୀର ଅବସରପ୍ରାପ୍ତ ଷ୍ଟାର୍‌ ଷ୍ଟ୍ରାଇକର ମିରୋସ୍ଲାଭ କ୍ଲୋଜ (୧୬ଗୋଲ)ଙ୍କୁ ଅତିକ୍ରମ କରିଛନ୍ତି। ପରାଜୟ ସତ୍ତ୍ୱେ ଇଟାଲୀ ୩ ମ୍ୟାଚ୍‌ରୁ ୬ ପଏଣ୍ଟ ପାଇ ପୂର୍ବରୁ ଅନ୍ତିମ-୧୬ରେ ସ୍ଥାନ ସୁରକ୍ଷିତ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନା ବିମାନ କ୍ରାଶ୍‌: ୫ ଯବାନ ଶହୀଦ

ନୂଆଦିଲ୍ଲୀ,୧୩।୬: ଶନିବାର ଆସାମର ଜୋରହାଟରେ ଏକ ଭାରତୀୟ ବାୟୁସେନା (IAF) AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ପାଞ୍ଚ ଜଣ ବାୟୁସେନା କର୍ମଚାରୀ ପ୍ରାଣ ହରାଇଛନ୍ତି।…

ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଗୁରୁ ଦାୟିତ୍ୱ, ଜୁନ ୩୦ରେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ,୧୩।୬: କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଉପ ସେନା…

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ରମେଶ-ଦେବାଶିଷଙ୍କୁ ଭାଜପା ଦେଲା ନୂଆ ଦାୟିତ୍ୱ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ…

ପ୍ରକଳ୍ପ ସମୀକ୍ଷା କଲେ ଆଇନ ମନ୍ତ୍ରୀ: ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୩।୬(ଦିଲ୍ଲୀପ ସାମଲ): ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲା ପ୍ରଭାରୀ ପୃଥୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ…

ମମତାଙ୍କ ପାଇଁ ଆସିଲା ଖୁସି ଖବର! ଦଳରେ ବିଦ୍ରୋହ ଭିତରେ ଏକାଠି ହେଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ (TMC) ଭିତରେ ଗତ କିଛି ଦିନ ହେବ କଳହ…

ମାସକ ଭିତରେ ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ: ରାଜସ୍ୱ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୩।୬: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri