ଫିକା ପଡ଼ିଲା ମା’ ଗଡ଼ଚଣ୍ଡୀଙ୍କ ବିଷୁବ ମେଳା: ବିଭିନ୍ନ ମନ୍ଦିରରେ ତାଲା ପକାଇଲା ପ୍ରଶାସନ

ବନ୍ତ,୧୩ା୪(ଡି.ଏନ୍‌.ଏ.) : କରୋନା ଲକ୍‌ଡାଉନ୍‌ ପାଇଁ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ମା’ଗଡ଼ଚଣ୍ଡୀଙ୍କ ପୀଠରେ ମହାବିଷୁବ ମେଳା ଚଳିତବର୍ଷ ଫିକା ପଡ଼ିଛି। ପ୍ରଶାସନିକ କଟକଣା ଯୋଗୁ ଅଳ୍ପ ସମୟ ମଧ୍ୟରେ ପୂଜାକାର୍ଯ୍ୟ ଶେଷ ହୋଇଥିଲା ା ମାନସିକ ରଖିଥିବା ଭକ୍ତମାନେ ସାମାଜିକ ଦୂରତା ରକ୍ଷା କରି ଭୋଗ ଲଗାଇଥିଲେ। ପୂଜକ ଈଶ୍ୱର ଚନ୍ଦ୍ର ବାରିକ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ନିତ୍ୟାନନ୍ଦ ବିଶ୍ୱାଳ, ଦିଲ୍ଲୀପ ରାଉତ, ଗୋବିନ୍ଦ ରାଜ, ପ୍ରଶାନ୍ତ ରାଉତ, ବିପିନ ରାଉତ, ଗଙ୍ଗାଧର ରାଜ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଶ୍ରୀବନ୍ତପୁର-ଚାଇଁପୁର ଛକସ୍ଥିତ ମା’ତାରିଣୀ ପୀଠରେ ନିରାଡମ୍ବର ଭାବେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଛି ା ସ୍ଥାନୀୟ ଅଞ୍ଚଳରୁ ଆସିଥିବା ଭକ୍ତମାନଙ୍କୁ କରୋନା ସଚେତନ କରାଯିବା ସହ ସାମାଜିକ ଦୂରତା ରକ୍ଷା କରି ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା। ଭଣ୍ଡାରଗଢ଼ିଆସ୍ଥିତ ମା’ସ୍ବର୍ଣ୍ଣମୟୀଙ୍କ ପୀଠରେ ମଧ୍ୟ ନିରାଡମ୍ବର ସହକାରେ ବିଷୁବ ମେଳା ଅନୁଷ୍ଠିତ ହୋଇଛି। ଅପରପକ୍ଷେ ସକାଳୁ ତହସିଲଦାର ଇନ୍ଦିରା ସାହୁ ବନ୍ତ, ଟିଲୋ, ନିଳୋକ ସମେତ ବିଭିନ୍ନ ସ୍ଥାନରେ ଥିବା ମନ୍ଦିରଗୁଡ଼ିକରେ ତାଲା ପକାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଳକୁ କରତାଳ ଦେଉନି ତାଳ

ବଅଁରପାଳ, ୧୮ା୮ ଗଁ। ସଂସ୍କୃତିରେ ଧର୍ମୀୟ ପ୍ରଲେପ ଦିଏ ସଂକୀର୍ତ୍ତନ। ଏକ ପବିତ୍ର ଧାରା ସୃଷ୍ଟି କରେ ମଣିଷ ମନରେ। ଭାଇଚାରା ଓ ଏକତାର ବନ୍ଧନକୁ...

ବାଟ ଦେଖାଇଛି ତରଭୁଜ ଚାଷ

ପାଲଲହଡ଼ା, ୧୯ା୩ (ଦିବ୍ୟଜ୍ୟୋତି ଦାସ ): ପାଠପଢ଼ା ସରିବା ପରେ ନ ଥିଲା ଚାକିରି ଆଶା। ଚାକିରି ଦୌଡ଼ରୁ ବାହାରି ଚାଷ ମୁହାଁ ହୋଇଥିଲେ। ଏଥିପାଇଁ ସାହାରା...

କରୋନା ପଜିଟିଭ୍‌ ଆସିବା ପରେ ବଲାଙ୍ଗୀରର ୨୧ ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ଲିଖିରିଆରୁ ଆରମ୍ଭ ହେଲା ସାନିଟାଇଜେଶନ୍‌

ବଲାଙ୍ଗୀର ଅଫିସ/ଗୁଡଭେଲା,୨ା୫(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ରୁଷୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିଖିରିଆ ଗାଁର ଦୁଇଜଣ ଯୁବକଙ୍କ ସ୍ବାବ ଟେଷ୍ଟ ଶୁକ୍ରବାର ପଜିଟିଭ୍‌ ଚିହ୍ନଟ ହେବା...

ମୁମ୍ବାଇରୁ ୩ ଟ୍ରକ୍‌ରେ ଗଜପତି ଫେରୁଛନ୍ତି ପ୍ରବାସୀ

ପାରଳାଖେମୁଣ୍ଡି, ୧୪ା୫ (ସ୍ବ.ପ୍ର.): ମହାରାଷ୍ଟ୍ରର ନଭି ମୁମ୍ବାଇରୁ ଗଜପତି ଜିଲାକୁ ଟ୍ରକ୍‌ ଯୋଗେ ୧୫୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରୁଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ...

କୋମ୍ବିଂ ଅପରେଶନ ବେଳେ ମହୁମାଛି ଆକ୍ରମଣରେ ୫ ଯବାନ ଆହତ

ଝରିଗାଁ,୧୮।୧୧(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଏସ୍‌ଓଜି ପକ୍ଷରୁ କୋମ୍ବିଂ ଅପରେଶନ ଚାଲିଥିବା ବେଳେ ମହୁମାଛି ଆକ୍ରମଣରେ ୫ ଜଣ ଏସ୍‌ଓଜି ଯବାନ ଆହତ ହୋଇଛନ୍ତି।...

ରାହାଞ୍ଜ ବଜାରରୁ ୫ ଦୋକାନରୁ ଚୋରି

ଭଦ୍ରକ ଅଫିସ, ୧୯।୯- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାହାଞ୍ଜ ବଜାରରୁ ୫ଟି ଦୋକାନରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ବଜାରରେ ଥିବା ଏକ...

୭ ମହଲାକୁ ଷ୍ଟ୍ରେଚର ସାହା

ଢେଙ୍କାନାଳ ଅଫିସ,୨୧ା୭ – ୭ ମହଲା ବିଶିଷ୍ଟ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଉପର ମହଲାଗୁଡ଼ିକରେ ରହିଛି ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଓ୍ବାର୍ଡ ଓ ଅସ୍ତ୍ରୋପଚାର...

ମନ୍ଥର ଗତିରେ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଜଳେଶ୍ୱର, ୯।୨(ସ୍ବ.ପ୍ର.)-ଦୁଇବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ବାଲେଶ୍ୱର ଜିଲାର ଚାଲନ୍ତି ରେଳ ଓଭରବ୍ରିଜ୍‌ର ଅବଧି ଆଉ ୬ମାସ ବାକି ଅଛି। ଏହାର ଏକ...

Coronavirus Update

Archives

Model This Week

Why Dharitri