Posted inଜାତୀୟ

ଫାଶୀ ଦେଲେ ସମାଜ କେବେ ବି ହେବନି ଅପରାଧ ମୁକ୍ତ: ପୂର୍ବତନ ବିଚାରପତି କୁରିଏନ

ନୂଆଦିଲ୍ଲୀ,୧୯।୩: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶୀଦଣ୍ଡ ନେଇ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି କୁରିଏନ ଯୋଶେଫ ମନ୍ତବ୍ୟ ଦେଇଛନ୍ତି। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁରିଏନ କହିଛନ୍ତି ଯେ, ଅପରାଧୀଙ୍କୁ ଫାଶୀଦଣ୍ଡ ଦେଲେ ସମାଜ କେବେ ବି ଅପରାଧ ମୁକ୍ତ ହୋଇପାରିବ ନାହିଁ। ଫାଶୀ ପରେ ଲୋକେ ଅପରାଧ ସମ୍ପର୍କରେ ଭୁଲି ଯିବେ। ମାତ୍ର ଏପରିସ୍ଥଳେ ଯଦି ଅପରାଧୀ ଆଜୀବନ ଜେଲଦଣ୍ଡ ଭୋଗେ ତେବେ ଏହାକୁ ଦୀର୍ଘଦିନ ଧରି ଲୋକେ ମନେ ରଖନ୍ତି। ଫଳରେ ଏଭଳି ଅପରାଧ କରିବା ପୂର୍ବରୁ ପଛଘୁଞ୍ଚା ଦେଇଥାନ୍ତି ବୋଲି କୁରିଏନ କହିଛନ୍ତି। ନିର୍ଭୟା ଭଳି ମାମଲାରେ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେ ବଚନ ସିଂ ମାମଲାର ଉଦାହରଣ ଦେଇଛନ୍ତି। ଏହି ମାମଲାରେ ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ ଯେ, ଫାଶୀଦଣ୍ଡ ଅତି ବିରଳ ଘଟଣାରେ ଦିଆଯିବା ଆବଶ୍ୟକ। ଯେପରିକି ଏହାଛଡ଼ା ଅନ୍ୟ କୌଣସି ବିକଳ୍ପ ନ ଥିବ। ମାତ୍ର ସମସ୍ତ କ୍ଷେତ୍ରରେ ଫାଶୀ ଦଣ୍ଡାଦେଶ କରାଯିବା ଅନାବଶ୍ୟକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନିର୍ଭୟା ମାମଲାରେ ଫାଶୀଦଣ୍ଡରୁ ବଞ୍ଚିବା ପାଇଁ ୩ ଦୋଷୀ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ ଆବେଦନ କରିଥିବାବେଳେ ଅକ୍ଷୟ କୁମାର ସିଂଙ୍କ ସ୍ତ୍ରୀ ପୁନୀତା ଔରଙ୍ଗାବାଦ କୋର୍ଟରେ ଛାଡ଼ପତ୍ର ମାମଲା ଲାଗି ଆବେଦନ କରିଛନ୍ତି। ବିଧବା ଭାବେ ବଞ୍ଚିବା ଅପେକ୍ଷା ସେ ଛାଡ଼ପତ୍ର ଚାହୁଁଥିବା ଆବେଦନରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଜା ବଜାଇ ଅଭିଯୁକ୍ତଙ୍କ ଘରେ ପହଞ୍ଚିଲା ପୋଲିସ…

ବୈଶାଳୀ,୯।୪: କେବେ କେଉଁଠି ଶୁଣିଛନ୍ତି କି ପୋଲିସ ବ୍ୟାଣ୍ଡବାଜା ବଜାଇ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା କଥା। କଥାଟି ଅଡ଼ୁଆ ଲାଗିଲେ ବି ସତ। ବିହାରର...

କେବେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ: ଉତ୍ତର ଦେଲେ ଆଇନ ମନ୍ତ୍ରୀ…

ନୂଆଦିଲ୍ଲୀ,୨୩।୪ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ ଶୀଘ୍ର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। କେନ୍ଦ୍ର ଆଇନ...

କରୋନା ମୁକାବିଲା: ସପ୍ତାହେ ପାଇଁ ରାଜସ୍ଥାନ ସୀମା ସିଲ୍‌

ଜୟପୁର, ୧୦।୬: ରାଜସ୍ଥାନରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି କ୍ରମଶଃ ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୩ ଜଣ ନୂଆ...

୧୨ ଘଣ୍ଟା କାମ କରୁଛନ୍ତି ୯୦ ପ୍ରତିଶତ ପୋଲିସ: ଶାହ

ନୂଆଦିଲ୍ଲୀ,୨୧।୧୦: ପୋଲିସ ସ୍ମୃତି ଦିବସ ଅବସରରେ ଦିଲ୍ଲୀର ପୋଲିସ ମେମୋରିଆଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ। ସେଠାରେ...

ଶାଶୁ-ବୋହୂ କଳି ଘରୋଇ ହିଂସା ମାମଲାରେ ଭିଡ଼ିଓ-ଫଟୋର ପ୍ରାମାଣିକତା ଜରୁରୀ, କହିଲେ କୋର୍ଟ…

ନୂଆଦିଲ୍ଲୀ, ୧୮।୪ : ଶାଶୁ ବୋହୂ କଳି ଭଳି ପାରିବାରିକ ହିଂସା ମାମଲାରେ ଭିଡ଼ିଓ ଏବଂ ଫଟୋର ପ୍ରମାଣ ଜରୁରୀ ବୋଲି ଦିଲ୍ଲୀର ଏକ କୋର୍ଟ...

ସେନାମୁଖ୍ୟଙ୍କ ଚେତାବନୀ, ଭାରତର ଧୈର୍ଯ୍ୟର ପରୀକ୍ଷା ନ ନେଉ ଚାଇନା…

ନୂଆଦିଲ୍ଲୀ, ୧୫।୧ : ଏଲ୍‌ଏସିରେ ଭାରତ ଚାଇନା ସୀମାରେ ଲଗାତାର ଉତ୍ତେଜନା ଲାଗି ରହିଛି। ଚାଇନା ଜାଣିଶୁଣି ଶାନ୍ତି ପ୍ରୟାସରେ ବାଧା ସୃଷ୍ଟି କରୁଛି। ତେବେ...

୫୦୦ ଲୋକଙ୍କୁ ପକ୍କା ଘର ଦେଲେ ମୋଦି

ନୂଆଦିଲ୍ଲୀ,୨।୧୧:ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀର କାଲକାଜୀ ଅଞ୍ଚଳରେ ରହୁଥିବା ୫୦୦ ଲୋକଙ୍କୁ ପକ୍କା ଘର ଚାବି ହସ୍ତାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ ‘ଇନ-ସିଟୁ ସ୍ଲମ୍‌...

ଫାରୁକ୍‌-ଓମାରଙ୍କ ନଜରବନ୍ଦୀ ହଟାଇବା ପାଇଁ ହୋଇପାରେ ଡିଲ୍‌: ସକ୍ରିୟ ରାଜନୀତିରୁ ରହିବେ ଦୂରେଇ !

ଶ୍ରୀନଗର,୧୧।୧: ଜମ୍ମୁ-କଶ୍ମୀର ରାଜନୀତିରେ ପୁଣିଥରେ ଉଷ୍ଣତା ବୃଦ୍ଧି ପାଇଛି। କେନ୍ଦ୍ର ସରକାର ଇତିମଧ୍ୟରେ ୨୬ ଜଣ ରାଜନୈତିକ ବନ୍ଦୀଙ୍କ ଉପରୁ ପିଏସ୍‌ଏ ହଟାଇ ନେଇଛନ୍ତି। ସେମାନଙ୍କ...

Advertisement
Archives

Model This Week