ଫସି ରହିଛନ୍ତି ବାହାର ରାଜ୍ୟ, ଜିଲାର ଶତାଧିକ ଶ୍ରମିକ ସରିଗଲାଣି ଉପାର୍ଜିତ ଅର୍ଥ, ଖାଦ୍ୟ ପାଇଁ ନିବେଦନ

ଚଣ୍ଡିଖୋଲ,୧୧।୪(ଡି.ଏନ.ଏ)- ଯାଜପୁର ଜିଲା ବଡଚଣା ବ୍ଲକ ବଡବାଲିକୁଦା ପଞ୍ଚାୟତରେ ରାଜ୍ୟ ଓ ରାଜ୍ୟ ବାହାରର ଶ୍ରମିକ ଲକଡାଉନ ପାଇଁ ଫସି ରହିଛନ୍ତି। କରୋନା ପାଇଁ ଲକଡାଉନ ଘୋଷଣା ହେବା ଯୋଗୁ ଏମାନେ ନିଜ ରାଜ୍ୟ ଓ ଜିଲାକୁ ଯାଇପାରି ନାହାନ୍ତି। ପଞ୍ଚାୟତର ସ୍କୁଲ ବାରଣ୍ଡା, ବିଭିନ୍ନ ଦୋକାନ ବାରଣ୍ଡାରେ ସେମାନେ ଅତି ଦୟନୀୟ ଭାବେ ରହୁଛନ୍ତି। ତେବେ ଏହି ଶ୍ରମିକଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ମହିଳା। ବଡଚଣା ବ୍ଲକ ଅନ୍ତର୍ଗତ ସାଉଡିଆ, ନିଆଳି, ବରପଦା, ବଡବାଲିକୁଦା ଆଦି ଅନେକ ପଞ୍ଚାୟତରେ ବ୍ୟାପକ ଭାବେ ବଦାମ ଚାଷ କରାଯାଏ। ବାଦାମ ଅମଳ ସମୟରେ ଅଧିକ ଶ୍ରମିକଙ୍କ ଆବଶ୍ୟକ ପଡ଼ୁଥିବାରୁ କିଛି ବର୍ଷ ହେବ କେନ୍ଦୁଝର, ମୟୁରଭଞ୍ଜ ଓ ପଶ୍ଚିମବଙ୍ଗରୁ ଶ୍ରମିକମାନେ ଆସି ଏହି ପଞ୍ଚାୟତଗୁଡିକରେ କାର୍ଯ୍ୟ କରିଥାନ୍ତି। ଚଳିତ ବର୍ଷ କେନ୍ଦୁଝର, ମୟୁରଭଞ୍ଜ ଓ ପଶ୍ଚିମବଙ୍ଗରୁ ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆସିଥିଲାବେଳେ ସେମାନଙ୍କ ମଧ୍ୟରୁ କେତେଜଣ ଲକଡାଉନ ପୂର୍ବରୁ ନିଜ ଅଞ୍ଚଳକୁ ଫେରି ଯାଇଥିବାବେଳେ ବାକି ୧୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ଏବେ ବି ଫସି ରହିଛନ୍ତି। ଏମାନେ ଏବେ ଏହି ସବୁ ପଞ୍ଚାୟତର ଦୋକାନ ଗୃହ ବାରଣ୍ଡା, ସ୍କୁଲ ବାରଣ୍ଡାରେ ଅତ୍ୟନ୍ତ ଦୟନୀୟ ଜୀବନ ବିତାଉଛନ୍ତି। ଯାହା ସଞ୍ଚିତ ଅର୍ଥ ଥିଲା ତାହା ସରିଗଲାଣି। ପାଖରେ ଖାଦ୍ୟ ନ ଥିବାରୁ ସେମାନେ ସହୟତା ପାଇଁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଡେରା ପକାଇଥିଲେ ବଣୁଆ ହାତୀ, ଗାଧୋଇବାକୁ ଯିବା ବେଳେ ହାବୁଡ଼ରେ ପଡ଼ିଗଲେ ଯୁବକ; ଶୁଣ୍ଢରେ କଚାଡ଼ି…

ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri