ଫନୀରେ ଚିନାବାଦାମ ଫସଲ ଉଜୁଡିଲା

ପୋଲସରା,୧୨ା୫(ଡି.ଏନ.ଏ.)- ଫନୀ ପ୍ରଭାବରେ ପୋଲସରାଞ୍ଚଳର ନିମିନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନବରଗାଁର ବହୁ ଚାଷୀଙ୍କ ଚିନାବାଦାମ ଫସଲ ବ୍ୟାପକ କ୍ଷତି ହୋଇଛି। ଚାଷୀମାନେ ସରକାରୀ ବିହନ ବିକ୍ରୟ କେନ୍ଦ୍ରରୁ ଡିବିଟିଏଲ କାର୍ଡ ଜରିଆରେ ଚିନାବାଦାମ ବିହନ ଆଣି ଲଗାଇଥିଲେ। ଫସଲ ଅମଳ ବେଳକୁ ବାତ୍ୟା ଫନୀ ମାଡ଼ି ଆସିବାରୁ ଲଗାଣ ବର୍ଷା ଜାରି ରହିଥିଲା। ଫଳରେ ଚିନାବାଦାମ ସବୁ ଗଜା ହୋଇଥିଲା। ସାନବରଗାଁର ଚାଷୀ ରାଜୁ ଗୌଡ଼, ପୁଷ୍ପଲତା ଗୌଡ଼, ଧୋବା ସାହୁ, ଶିବ ପ୍ରସାଦ ସାହୁ ପ୍ରମୁଖ ଶୁକ୍ରବାର ସହକୃଷି ଅଧିକାରୀ ଅନିରୁଦ୍ଧ ତରାଇ ଓ ତହସିଲଦାର ଅଶୋକ ପ୍ରଧାନଙ୍କୁ ଭେଟି ଫସଲ କ୍ଷୟକ୍ଷତି ସମ୍ପର୍କରେ କହିଥିଲେ। ବିହନ ବାବଦକୁ କ୍ଷତିପୂରଣ ମିଳିବା ଲାଗି ଚାଷୀମାନେ ଦାବି କରିଛନ୍ତି। ଉକ୍ତ ସମସ୍ୟାକୁ ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଗ୍ରାମ୍ୟ କୃଷି କର୍ମଚାରୀ ଅନାଦି ସାହୁ ଓ କୃଷି ଅଧିକାରୀ ସୀମାଞ୍ଚଳ ଦାସ ଆସି ଚିନାବାଦାମ ଫସଲ ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ୍‌ ଭାବେ ଚାଲୁଛି ଇଟାଭାଟି: ଯାଞ୍ଚ ପାଇଁ ନିିର୍ଦ୍ଦେଶ

ଛତ୍ରପୁର,୧୨ା୫(ଡି.ଏନ.ଏ)- ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଇଟାଭାଟି ଚାଲିଛି। ରାଜସ୍ବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଏନ୍‌ଜିଟିର ନିର୍ଦ୍ଦେଶନାମା ପାଳନ ହେଉନି।  ଏହା...

ସୁନା ଅଳଙ୍କାର ନେଲା ତାମିଲନାଡ଼ୁ ଆୟକର ବିଭାଗ

ଗୋପାଳପୁର,୨୪ା୧୨(ଡି.ଏନ.ଏ.): ଗତ ଅକ୍ଟୋବର ୨ ତାରିଖରେ ଟିକସ ଫାଙ୍କି ସୁନା ଓ ରୁପା ଅଳଙ୍କାର ତାମିଲନାଡ଼ୁରୁ କାରରେ ବ୍ରହ୍ମପୁର ଆସୁଥିବା ବେଳେ ଗୋଳନ୍ଥରା ଥାନା ପୋଲିସ...

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବୁଗୁଡ଼ା,୧୧ା୭(ଡି.ଏନ.ଏ.): ଫୁଲ ତୋଳିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିବା ସୋମବାର ବୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ବୁଗୁଡ଼ା ସୀମାଞ୍ଚଳ ମାର୍ଗ ପ୍ରଥମ...

ବନ୍ଦ ହୋଇପାରେ ୨ଶହ ଘରୋଇ ସ୍କୁଲ

ବ୍ରହ୍ମପୁର ଅଫିସ୍‌,୨ା୭-ଭିତ୍ତିଭୂମି ନ ଥିବା ଘରୋଇ ସ୍କୁଲଗୁଡ଼ିକର ଅଡ଼ୁଆ ବଢ଼ିବାରେ ଲାଗିଛି। ଯେଉଁ ଘରୋଇ ସ୍କୁଲର ଆବଶ୍ୟକ ଭିତ୍ତିଭୂମି ନାହିଁ, ସେଗୁଡ଼ିକୁ ବନ୍ଦ କରିଦେବା ପାଇଁ...

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳି

ବ୍ରହ୍ମପୁର ଅଫିସ,୨୩ା୫: କିଛିଦିନର ନୀରବତା ପରେ ପୁଣି ଥରେ ବ୍ରହ୍ମପୁରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଗୁରୁବାର ସାଧାରଣ ନିର୍ବାଚନର ଭୋଟ ଗଣତି ହେବାକୁ ଥିବାବେଳେ...

ଅଳିଆଗଦାରୁ ବ୍ୟାପି ବାରାହୀ ପାହାଡ଼ରେ ନିଆଁ

ହିଞ୍ଜିଳିକାଟୁ,୭ା୩: ହିଞ୍ଜିଳିକାଟୁ ସହର ନିକଟସ୍ଥ ବାରାହୀ ପାହାଡ଼ରେ ରବିବାର ନିଆଁ ଲାଗିଥିଲା। ଦମକଳ ବାହିନୀ ଓ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ପ୍ରୟାସରେ ନିଆଁକୁ ଆୟତ୍ତ କରାଯାଇଥିଲା।...

ଗ୍ରାହକଙ୍କ ଅଜାଣତରେ ୭୦ ଲକ୍ଷ ଋଣ ଉଠାଣ

ବ୍ରହ୍ମପୁର ଅଫିସ,୧୯ ।୬: ବ୍ୟାଙ୍କର ଜଣେ ଗ୍ରାହକଙ୍କ ଅଜାଣତରେ ତାଙ୍କ ନାଁରେ ୭୦ ଲକ୍ଷ ଟଙ୍କାର ଋଣ ଉଠାଣ ହୋଇଛି। ବ୍ରହ୍ମପୁର ନୀଳକଣ୍ଠନଗର ସ୍ଥିତ ଆନ୍ଧ୍ର...

କେନ୍ଦ୍ର ସରକାରଙ୍କ କୃଷି, ଶ୍ରମିକ ବିରୋଧୀ ଆଇନ ପ୍ରଣୟନକୁ ବିରୋଧ

ଦିଗପହଣ୍ଡି,୨୩ା୯(ଡି.ଏନ୍‌.ଏ.):  ଗଞ୍ଜାମ ଜିଲା ଦିଗପହଣ୍ଡି ବସ୍‌ଷ୍ଟାଣ୍ଡଠାରେ ସର୍ବଭାରତୀୟ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନଙ୍କ ଡାକରା କ୍ରମେ ବୁଧବାର ସିପିଆଇ,ସିପିଆଇ (ଏମ୍‌) ଏବଂ କଂଗ୍ରେସ ସମର୍ଥିତ ଏଆଇଟିୟୁସି, ସିଆଇଟିୟୁ,...

Advertisement
Archives

Model This Week