ପ୍ରେମ ନିବେଦନ କରି ବନ ବିଭାଗ କର୍ମଚାରୀ ଗିରଫ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଖଣ୍ଡଗିରି ଥାନା ଅନ୍ତର୍ଗତ ଘାଟିକିଆସ୍ଥିତ ବନ ବିଭାଗରେ ଟ୍ରେନିଂ ନେଉଥିବା ସହକର୍ମୀ ଯୁବତୀଙ୍କୁ ଏକତରଫା ପ୍ରେମ ନିବେଦନ କରି ହଇରାଣ କରୁଥିବା ଯୁବକଙ୍କୁ ପୋଲିସ ବୁଧବାର ଗିରଫ କରିଛି। ସେ ହେଲେ ସମ୍ବଲପୁର ସଦର ଥାନା ଅଞ୍ଚଳର ବିଶ୍ୱଜିତ୍‌ ରାଉତ। ସୂଚନା ମୁତାବକ ବିଶ୍ୱଜିତ୍‌ ଘାଟିକିଆରେ ଥିବା ଫରେଷ୍ଟ ଡିପାର୍ଟମେଣ୍ଟ ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ୍‌ ନେଉଥିଲେ। ସେଠାରେ ମଧ୍ୟ ତାଲିମ ନେଉଥିଲେ ଜଣେ ଯୁବତୀ। ଗତ କିଛିଦିନ ହେବ ବିଶ୍ୱଜିତ୍‌ ଏକତରଫା ପ୍ରେମ କରି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ମାତ୍ର ଯୁବତୀ ଜଣଙ୍କ ରାଜି ନ ହେବା ସହ ବିରୋଧ କରିଥିଲେ। ହେଲେ ମାନି ନ ଥିଲେ ବିଶ୍ୱଜିତ । ବାରମ୍ବାର ହଇରାଣ କରିଥିଲେ। ଯୁବତୀ ଜଣଙ୍କ ଟ୍ରେନିଂ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ପରବର୍ତ୍ତୀ ସମୟରେ ବିଶ୍ୱଜିତ ତାଙ୍କୁ ଟଣା ଓଟରା କରିବା ସହ ମାଡ଼ ମାରି ତାଙ୍କ ମୋବାଇଲ ଫୋନ୍‌ ଭାଙ୍ଗି ଦେଇଥିଲେ। ଏନେଇ ଯୁବତୀ ଜଣଙ୍କ ମଙ୍ଗଳବାର ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୦୩/୨୦ନମ୍ବରରେ ମାମଲା ରୁଜୁକରି ବିଶ୍ୱଜିତଙ୍କୁ ବୁଧବାର କୋର୍ଟଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପରେ ସର୍ଭେ ସଂସ୍ଥାର ଅଫିସରଙ୍କୁ ପିଟି ମାରିଥିଲେ, ଚଢ଼ାଉ କରି ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବାଙ୍ଗିରିପୋଷି,୨୨।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଜାତୀୟ ରାଜପଥ ୪୯ କତରା ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ...

ବେଦାନ୍ତକୁ ୨ କୋଟି ଜଳକର ଛାଡ଼

ସମ୍ବଲପୁର,୧୫ା୯(ବ୍ୟୁରୋ):ରାଜ୍ୟ ସରକାର କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ନେଇ ଅଭିଯୋଗ ହୋଇଆସୁଛି। ଝାରସୁଗୁଡ଼ା ଜିଲାରେ ଥିବା ବେଦାନ୍ତ ଆଲୁମିନିୟମ କମ୍ପାନୀକୁ ଚଞ୍ଚକତା କରି ଜଳକର...

ଜନ୍ମବେଦି ଯିବେ ଦାରୁଦିଅଁ

ପୁରୀ ଅଫିସ,୪ା୭: ସିଂହଦ୍ୱାରରେ ତିନିରଥ। ଭକ୍ତମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ। ଅପେକ୍ଷା କେବଳ କେତେବେଳେ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ...

ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ହଲ୍‌କୁ ମୋବାଇଲ ଫୋନ୍‌ ମନା; ପ୍ରଶ୍ନପତ୍ର ଲିକ୍‌, କପି ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାକୁ ପୂର୍ଣ୍ଣ ଶୃଙ୍ଖଳିତ କରିବା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି। ଏଥିନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ...

ନନ୍ଦନକାନନକୁ ଚଡ଼କ: ଶେଷ ହେଲା ନୀଳଗିରି ବାନର ବଂଶ

ବାରଙ୍ଗ,୨୪।୯(ଡି.ଏନ.ଏ.): ଗତ କିଛିଦିନ ହେବ ନନ୍ଦନକାନନରେ ଦୁଃଖଦ ଘଟଣା ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜୀବଜନ୍ତୁ ଦିନକୁ ଦିନ କମିବାରେ ଲାଗିଛନ୍ତି। ରବିବାର ଗୋଟିଏ...

ଧାନ ବିକିବାକୁ ଆଧାର ବାଧ୍ୟତାମୂଳକ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ରାଶନ କାର୍ଡ ପରେ ଏବେ ଚାଷୀ ପଞ୍ଜୀକରଣ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଚାଷୀ ଧାନ ବିକ୍ରି କରିବେ ସେମାନେ ନାମ ପଞ୍ଜୀକରଣ ବେଳେ...

କୁସୁମୀ ବଦଳରେ ମହାନଦୀ ଜଳ ପାଇଁ ଦାବି :ସମସ୍ୟା ସମାଧନ ନ ହେଲେ ଆନ୍ଦୋଳନ

ଖଣ୍ଡପଡା,୨୪।୮(ସ୍ବ.ପ୍ର.)-ମହାନଦୀ ଜଳକୁ ବିଶୋଧନ କରାଯାଇ ନୟାଗଡ ଅଞ୍ଚଳକୁ ଯୋଗାଣ ହେଉଥିବା ବେଳେ ଖଣ୍ଡପଡାବାସୀଙ୍କୁ କୁସୁମୀ ନଦୀର ଗୋଳିଆ ଦୂଷିତପାଣି ଯୋଗାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।...

ପିପିଇ ଖରିଦକୁ ମନ୍ତ୍ରିସ୍ତରୀୟ ମଞ୍ଜୁରୀ

ଭୁବନେଶ୍ୱର, ୩।୪(ବ୍ୟୁରୋ): କରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ତୁରନ୍ତ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) ଖରିଦ ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରିସ୍ତରୀୟ କମିଟି ମଞ୍ଜୁରୀ ଦେଇଛି।...

Advertisement
Archives

Model This Week