ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ଜଗତ୍‌ସିଂହପୁର ଅଫିସ, ୧୮ା୧: ଜଗତ୍‌ସିଂହପୁର ଜିଲାରେ ସୋମବାରଠାରୁ ଜିଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡମେମ୍ବର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଜିଲା ପରିଷଦ ସଭ୍ୟ ପାଇଁ କିଛି ଆସନରେ ଏପର୍ଯ୍ୟନ୍ତ ଦଳୀୟ ନିଷ୍ପତ୍ତି ହୋଇପାରିନାହିଁ। ଫଳରେ ପ୍ରଥମ ଦିନରେ ଜିଲାର କୌଣସି ଜିଲା ପରିଷଦ ସଭ୍ୟ ପଦବୀ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ ହୋଇନାହିଁ। ଅନ୍ୟପଟେ ଜିଲାର ୧୯୮ ସରପଞ୍ଚ ପଦବୀ ମଧ୍ୟରୁ ମାତ୍ର ୩୧ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏରସମା, ବାଲିକୁଦା ଓ ନାଉଗଁାରୁ ୨ଜଣ ଲେଖାଏ, ଜଗତ୍‌ସିଂହପୁରରୁ ୩, ତିର୍ତ୍ତୋଲ ୯ ଓ କୁଜଙ୍ଗ ବ୍ଲକର ୧୧ ଜଣ ରହିଛନ୍ତି। ସେହିପରି ରଘୁନାଥପୁର ଓ ବିରିଡ଼ିରୁ ଜଣେ ଲେଖାଏ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଜିଲାର ୧୯୮ ସମିତି ସଭ୍ୟ ପଦବୀ ମଧ୍ୟରୁ ମାତ୍ର ୧୬ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ନାଉଗାଁରୁ ୧, ରଘୁନାଥପୁର ୭, ତିର୍ତ୍ତୋଲରୁ ୪ ଜଣ ଥିବାବେଳେ ଜଗତ୍‌ସିଂହପୁର ଓ କୁଜଙ୍ଗ ବ୍ଲକରୁ ୨ ଜଣ ଲେଖାଏ ରହିଛନ୍ତି। ଜିଲାରେ ମୋଟ ୩୩୬୪ଟି ୱାର୍ଡମେମ୍ବର ପଦବୀ ଥିବାବେଳେ ସେଥିରୁ କେବଳ ୨୨୩ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ଏରସମା ବ୍ଲକରୁ ୧୭, ବାଲିକୁଦା ୩୩, ନାଉଗାଁ ୧୦, ଜଗତ୍‌ସିଂହପୁର ୩୨, ରଘୁନାଥପୁର ୩୫, ବିରିଡ଼ି ୨୭, ତିର୍ତ୍ତୋଲ ୩୮ ଓ କୁଜଙ୍ଗ ବ୍ଲକରୁ ୩୧ ଜଣ ରହିଛନ୍ତି। ସୂଚନାଯୋଗ୍ୟ, ଉପରୋକ୍ତ ସମସ୍ତ ପଦବୀ ପାଇଁ ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ୨୧ ତାରିଖ ପର୍ଯ୍ୟନ୍ତ (ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା) ଚାଲିବ। ୨୨ରେ ଯାଞ୍ଚ ପରେ ୨୩ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୨୫ରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଫେବ୍ରୁୟାରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ପ୍ରତ୍ୟହ ସକାଳ ୭ରୁ ଅପରାହ୍ନ ୧ଟା ମଧ୍ୟରେ ବିଭିନ୍ନ ପୋଲିଂ ଷ୍ଟେଶନ୍‌ରେ ମତଦାନ ହେବ। ୨୬ରୁ ୨୮ ତାରିଖ ସକାଳ ୮ରୁ ଆରମ୍ଭ ହୋଇ ଶେଷ ପର୍ଯ୍ୟନ୍ତ ପ୍ରତି ବ୍ଲକ କାର୍ଯ୍ୟାଳୟରେ ଗଣତି କରାଯିବ। ମାର୍ଚ୍ଚ ୪ରେ ନିର୍ବାଚିତ ପ୍ରତିନିଧିଙ୍କ ନାମ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

ଚାଲିଲାନି ଗ୍ୟାସ୍‌ଚୁଲା, ମଶାଣିରୁ ଫେରିଲା ମୃତଦେହ

ଭୁବନେଶ୍ୱର, ୭।୧୨ (ବନ୍ଦନା ସେଠୀ)ଚାଲିଲାନି ଗ୍ୟାସ୍‌ ଚୁଲା ମେଶିନ। ଫଳରେ ମଶାଣିରୁ ଫେରିଲା ମୃତଦେହ। ମଙ୍ଗଳବାର ବିଏମ୍‌ସି ଅଧୀନ ପଟିଆସ୍ଥିତ ଜଳିମୁଣ୍ଡା ସାହି ଶ୍ମଶାନରେ ଏଭଳି...

ଦୂରଦୃଷ୍ଟି ଅଭାବରୁ ଦୁର୍ଦ୍ଦଶା

ଭୁବନେଶ୍ୱର,୭ା୧୨(ଅନିଲ ଦାସ)ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱର ମହାନଗରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଗଲାଣି। ଗତ କିଛି ମାସ ହେବ ସୈନିକ...

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ବର୍ଷା

ବ୍ରହ୍ମପୁର,୭ା୧୨ (ସ୍ମୃତି ରଞ୍ଜନ ମହାଲିକ)ବାତ୍ୟା ମିଗଜୋମ ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହୋଇଛି। ଧାନ କଟା ହୋଇ ବିଲରେ ପଡିଥିବାରୁ ବର୍ଷା ଯୋଗୁ ଶତାଧିକ...

ମତ୍ସ୍ୟଜୀବୀଙ୍କ ସଂଖ୍ୟା ରିପୋର୍ଟ ବିଭାଗ ପାଖରେ ନାହିଁ

ପାରାଦୀପ,୭ା୧୨(ଶରତ ରାଉତ)ରାଜ୍ୟର ପ୍ରମୁଖ ମତ୍ସ୍ୟ ଉତ୍ପାଦନ ସ୍ଥାନ ହେଲା ପାରାଦୀପ ମାଛଧରା ବନ୍ଦର। ଏହି ମାଛଧରା ବନ୍ଦର ଉପରେ ୫୦ ହଜାରରୁ ଅଧିକ ଲୋକ ନିର୍ଭରଶୀଳ...

ମରୁଡ଼ି ପରେ ଦାଉ ସାଧିଲା ବର୍ଷା

ନୟାଗଡ଼,୭।୧୨(ଲୋକନାଥ ମିଶ୍ର)ମରୁଡି ପରେ ଦାଉ ସାଧିଛି ବର୍ଷା । ଚାଷୀଙ୍କ ବର୍ଷକର ପରିଶ୍ରମ ବାତ୍ୟା ମିଗଜୋମ ପ୍ରଭାବରେ ପାଣିରେ ଭିଜିଯାଇଛି। ପରିବା ଫସଲ ଉପରେ ପ୍ରଭାବ...

୫ମାସ ବିତିଲା, ହେଲାନି ସ୍ବତନ୍ତ୍ର ବୈଠକ

ନୟାଗଡ଼,୭ା୧୨(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ମହକୁମାର ପୁରୁଣା ସହରରେ ପୂଜା ପାଉଥିବା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ କରାଗଲାନି ସ୍ବତନ୍ତ୍ର ବୈଠକ। ଏକାଦଶୀରେ ଅନୁଷ୍ଠିତ...

ଦୁର୍ନୀତି ପଦାରେ ପଡ଼ିବା ଭୟ

ନୂଆଗାଁ,୭।୧୨(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଥିବା ଆଶ୍ରମ ସ୍କୁଲରେ ଅନେକ ଦୁର୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଅଭିଯୋଗ ପରେ ଗଣମାଧ୍ୟମ ପ୍ରତିନିଧିମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri